ETV Bharat / city

କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ଓଭରଟେକ କରି ହଟହଟା ପର୍ଯ୍ୟଟକ

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ିକୁ ଓଭରଟେକ କରି ଥାନାରେ 5ଘଣ୍ଟା ଅଟକ ରହିଲେ ପର୍ଯ୍ୟଟକ। ଅଣ୍ଡରଟେକିଂ ଲେଖିବା ପରେ ପର୍ଯ୍ୟଟକଙ୍କୁ ପୋଲିସ ଛାଡ଼ି ଦେଇଛି। ଅଧିକ ପଢ଼ନ୍ତୁ...

a tourist held by police for overtaking central minister pratap sarangi vehicle in balesore
କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ଓଭରଟେକ କରି ହଟହଟା ପର୍ଯ୍ୟଟକ
author img

By

Published : Feb 22, 2021, 10:07 PM IST

ବାଲେଶ୍ବର: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ିକୁ ଓଭରଟେକ କରି ଥାନାରେ 5ଘଣ୍ଟା ଅଟକ ରହିଲେ ପର୍ଯ୍ୟଟକ। ପଶ୍ଚିମବଙ୍ଗରୁ ଦୁଇଟି କାରରେ କିଛି ପର୍ଯ୍ୟଟକ ପଞ୍ଚଲିଙ୍ଗେଶ୍ବର ବୁଲିବାକୁ ଆସିଥିଲେ। ହେଲେ ଫେରିବା ବାଟରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଓଭରଟେକ କରିଥିଲେ ପର୍ଯ୍ୟଟକ। ଫଳରେ ତାଙ୍କୁ ଜଳେଶ୍ବର ଟୋଲଗେଟ ନିକଟରେ ଅଟକାଇ ଦେଇଥିଲା ପୋଲିସ ।

କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ଓଭରଟେକ କରି ହଟହଟା ପର୍ଯ୍ୟଟକ

ସେପଟେ ବିନା ଦୋଷରେ ପୋଲିସ ଥାନାରେ ଅଟକ ରଖିଛି ବୋଲି କହିଛନ୍ତି ପର୍ଯ୍ୟଟକ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ି ରହିବା ପରେ ସେମାନେ କାର ଆଗକୁ ଆଣିଥିଲେ ବୋଲି କହିଛନ୍ତି । ପର୍ଯ୍ୟଟକଙ୍କୁ 5 ଘଣ୍ଟା ଅଟକ ରଖିବା ପରେ ପୋଲିସ ତାଙ୍କ ନିକଟରୁ ଏକ ଅଣ୍ଡରଟେକିଂ ଲେଖାଇଛି । ଆଗାମୀ ଦିନରେ ଏଭଳି ଭୁଲ କରିବେ ନାହିଁ ବୋଲି ପର୍ଯ୍ୟଟକ ଅଣ୍ଡରଟେକିଂ ଲେଖି ଦେଇଛନ୍ତି ।

ଅଣ୍ଡରଟେକିଂ ଲେଖିବା ପରେ ପର୍ଯ୍ୟଟକଙ୍କୁ ପୋଲିସ ଛାଡ଼ି ଦେଇଥିବା ସୂଚନା ମିଳିଛି । ତେବେ ପର୍ଯ୍ୟଟକ ଜଣକ ବାରମ୍ବାର କୌଣସି ଭୁଲ କରି ନଥିବା କଥା କହିଥିଲେ । ଏହାକୁ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.