ETV Bharat / city

ବାତ୍ୟା ୟସ ପରେ ପରିବାର ଉପରେ ପଡିଛି ଦୁଃଖର ପାହାଡ଼

author img

By

Published : Jun 5, 2021, 7:05 PM IST

ୟସ ପ୍ରଭାବରେ ଲୋକଙ୍କ ଦୁଃଖ, ଦୁର୍ଦ୍ଦଶା ବଢିବାରେ ଲାଗିଛି । ପଲିଥିନ୍ ତଳେ ଜୀବନ କାଟୁଛନ୍ତି ଲୋକେ । ଦୁଃଖି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି । ଅଧିକ ପଢନ୍ତୁ...

ବାତ୍ୟା ୟସ ପରେ ପରିବାର ଉପରେ ପଡିଛି ଦୁଃଖର ପାହାଡ଼
ବାତ୍ୟା ୟସ ପରେ ପରିବାର ଉପରେ ପଡିଛି ଦୁଃଖର ପାହାଡ଼

ବାଲେଶ୍ବର: ବାତ୍ୟା ୟସ ଲୋକଙ୍କ ମନରେ ଆଣି ଦେଇଛି ଅନେକ ଦୁଃଖ ଓ ଦୁର୍ଦ୍ଦଶା । କେଉଁଠି ଘର ଭାଙ୍ଗି ଯାଇଛି ତ ପୁଣି କେଉଁଠି ସୁଖର ସଂସାର ଉଜୁଡି ଯାଇଛି । ସେମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ତଳକିଆ ଗ୍ରାମରେ ।

ଗ୍ରାମର ବିଜୟ ନାୟକ ଓ ପରିବାର ବାତ୍ୟା ଦିନ ଘରେ ଥିବାବେଳେ ତାଙ୍କ ଘରର ଛପର ଉଡ଼ିଯିବା ସହ କାନ୍ଥ ଭାଙ୍ଗିଯାଇଥିଲା । ସେହିଦିନ ବିଜୟଙ୍କ ମୃତ୍ୟୁ ହୋଇଥିଲା । ବିଜୟ ଜଣେ ଅଟୋ ଚାଳକ ହୋଇଥିବାବେଳେ ତାଙ୍କର ଏମିତି ଅକାଳ ବିୟୋଗ ଯୋଗୁଁ ପରିବାର ବେସାହାରା ହୋଇ ଯାଇଛି । ଏକମାତ୍ର ରୋଜଗାର ପନ୍ଥା ଅଟୋ ଥିବାବେଳେ ବର୍ତ୍ତମାନ ବିଜୟଙ୍କ ସ୍ତ୍ରୀ ନିଜ ପିଲାଙ୍କୁ କେମିତି ଦୁଇ ଓଳି ଖାଇବାକୁ ଦେବେ ସେଇ ଚିନ୍ତାରେ ରହିଛନ୍ତି ।

ଅନ୍ୟପଟେ ଔପଦା ତହସିଲଦାର ତାଙ୍କ ଘରେ ପହଞ୍ଚି ପଲିଥିନ୍ ଯୋଗାଇଥିବାବେଳେ ସରକାରୀ ସହାୟତା ଯୋଗାଇଦେବାର ପ୍ରତିଶୃତି ଦେଇଛନ୍ତି । ଶୁଦ୍ଧିକ୍ରିୟା ପାଇଁ ଏବେ ପରିବାର ପାଖରେ ଅର୍ଥ ନାହିଁ କି ଖାଇବା ପାଇଁ ଦାନା ବି ନାହିଁ । ଏମିତି ଦୁଃଖି ପରିବାରକୁ ସରକାରୀ କିମ୍ବା ବେସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.