ETV Bharat / city

ନେତାଙ୍କୁ ପାଞ୍ଚଟି ପ୍ରଶ୍ନ: ବାଲେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ

ବାଲେଶ୍ବର ଦଖଲ କରିବା ପାଇଁ ବିଜେପିର ପ୍ରୟାସ । ‘ଓଡିଶା ସରକାର ବଦଳିବା ଦରକାର’ ନାରା ଦେଇ ପ୍ରତାପ ଷଡଙ୍ଗୀ ମୈଦାନକୁ ଓହ୍ଲାଇଛନ୍ତି । ଏହା ସହ ବାଲେଶ୍ବରକୁ ପ୍ରଗତିର ସ୍ବପ୍ନ ଦେଖାଇ ଭୋଟ ହାତେଇବାକୁ ପ୍ରୟାସ କରୁଛନ୍ତି ।

author img

By

Published : Apr 3, 2019, 12:50 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ରାଜନୀତିର ଦୃଶ୍ୟପଟ୍ଟରେ ବେଶ ଗୁରୁତ୍ବବହନ କରୁଥିବା ନିର୍ବାଚନ ମଣ୍ଡଳୀ ବାଲେଶ୍ବର ଲୋକସଭା ଆସନ । ଚଳିତ ବର୍ଷ ଏଠାରୁ ବିଜେଡି, ସାଂସଦ ରବୀନ୍ଦ୍ର ଜେନାଙ୍କୁ ପୁଣି ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ପିସିସି ସଭାପତିଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ଓ ବିଜେପି ପ୍ରତାପ ଷଡଙ୍ଗୀଙ୍କୁ ସୁଯୋଗ ଦେଇଛି। ତେବେ ବିଜେପି ଏହାକୁ ଦଖଲ କରିବା ପାଇଁ ପ୍ରଚାରରେ ଲାଗି ପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

‘ଓଡିଶା ସରକାର ବଦଳିବା ଦରକାର’ ନାରା ଦେଇ ପ୍ରତାପ ଷଡଙ୍ଗୀ ମୈଦାନକୁ ଓହ୍ଲାଇଛନ୍ତି । ଏହା ସହ ବାଲେଶ୍ବରକୁ ପ୍ରଗତିର ସ୍ବପ୍ନ ଦେଖାଇ ଭୋଟ ହାତେଇବାକୁ ପ୍ରୟାସ କରୁଛନ୍ତି । ତେବେ ଏନେଇ ତାଙ୍କ ସହ ଅଧିକ ଆଲୋଚନା କରିଛି ବାଲେଶ୍ବର ସମ୍ବାଦଦାତା ଜୀବନ ଜ୍ୟୋତି ନାୟକ।

ବାଲେଶ୍ବର: ରାଜନୀତିର ଦୃଶ୍ୟପଟ୍ଟରେ ବେଶ ଗୁରୁତ୍ବବହନ କରୁଥିବା ନିର୍ବାଚନ ମଣ୍ଡଳୀ ବାଲେଶ୍ବର ଲୋକସଭା ଆସନ । ଚଳିତ ବର୍ଷ ଏଠାରୁ ବିଜେଡି, ସାଂସଦ ରବୀନ୍ଦ୍ର ଜେନାଙ୍କୁ ପୁଣି ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ପିସିସି ସଭାପତିଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ଓ ବିଜେପି ପ୍ରତାପ ଷଡଙ୍ଗୀଙ୍କୁ ସୁଯୋଗ ଦେଇଛି। ତେବେ ବିଜେପି ଏହାକୁ ଦଖଲ କରିବା ପାଇଁ ପ୍ରଚାରରେ ଲାଗି ପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

‘ଓଡିଶା ସରକାର ବଦଳିବା ଦରକାର’ ନାରା ଦେଇ ପ୍ରତାପ ଷଡଙ୍ଗୀ ମୈଦାନକୁ ଓହ୍ଲାଇଛନ୍ତି । ଏହା ସହ ବାଲେଶ୍ବରକୁ ପ୍ରଗତିର ସ୍ବପ୍ନ ଦେଖାଇ ଭୋଟ ହାତେଇବାକୁ ପ୍ରୟାସ କରୁଛନ୍ତି । ତେବେ ଏନେଇ ତାଙ୍କ ସହ ଅଧିକ ଆଲୋଚନା କରିଛି ବାଲେଶ୍ବର ସମ୍ବାଦଦାତା ଜୀବନ ଜ୍ୟୋତି ନାୟକ।

ସ୍ଲଗ:ଦଣ୍ଡନୃତ୍ୟରେ ସାମିଲ ହୋଇଥିବା ଭକ୍ତ ମାନେ କରିପାରିବେନି ମତଦାନ....
ରିପୋର୍ଟର: ସମୀରଆଚାର୍ଯ୍ୟ,
ଫମାର୍ଟ  : ପ୍ୟାକେଜ,
ସ୍ଥାନ      :   ବ୍ରହ୍ମପୁର ,
ତାରିଖ    : ୦୨-୦୪-୧୮.(ଭିଜୁଆଲ Major ରେ ଯାଇଛି)
 (ଆଙ୍କର)- ରାଜ୍ୟରେ ନିର୍ବାଚନ କମିଶନର ଙ୍କ ପକ୍ଷରୁ ମତଦାନ ହାର ବୃଦ୍ଧି କରିବା ସହ ସମସ୍ତ ବର୍ଗର ଭୋଟର ଯେପରି ଅଧିକରୁ ଅଧିକ ସଂଖ୍ୟାରେ ମତଦାନ କରିବେ ତାହାରି ଉପରେ ଗୁରୁତ୍ୱ ଦିଆଯାଇଛି  । ହେଲେ ଗଞ୍ଜାମ ଜିଲ୍ଲାରେ ଗୋଟିଏ ପଟେ ପ୍ରଶାସନ ପକ୍ଷରୁ ମତଦାନ ହାର ବୃଦ୍ଧି କରିବା ପାଇଁ ବିଭିନ୍ନ ସଚେତନତା କରାଯାଉଥିବା ବେଳେ ଜିଲ୍ଲାରେ ଚୈତ୍ର ମାସରେ ଦଣ୍ଡନୃତ୍ୟରେ ସାମିଲ ହେଉଥିବା  ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ର ହଜାର ହଜାର ଭକ୍ତ ମାନେ ଦଣ୍ଡର ବିଭିନ୍ନ ନିୟମ ମାନି ଚଳୁଥିବାରୁ ଚଳିତଥର ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ହେଉଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ କରିପାରିବେ ନାହିଁ । ଅନ୍ୟପଟେ ଏହା ଚିନ୍ତାଜନକ ବିଷୟ ହୋଇଥିବା କହିଛି ପ୍ରଶାସନ  ।     
(ଭି.ଓ-୧): ଗଞ୍ଜାମ ଜିଲ୍ଲାର ପୁରପଲ୍ଲୀ ଠାରୁ ଆରମ୍ଭ କରି ସହରାଞ୍ଚଳରେ ଏବେ ଦଣ୍ଡନୃତ୍ୟରେ ଦୁଲୁକୁଥିବା ବେଳେ ଜିଲ୍ଲାର ବ୍ରହ୍ମପୁର ଲୋକସଭା ଆସନ୍ନ କ୍ଷେତ୍ରରେ ରହିଥିବା ସମସ୍ତ ବିଧାନସଭାରେ ଆୟୋଜିତ ହେବାକୁ ଯାଉଛି ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନ  । ଗୋଟିଏ ପଟେ ଦଣ୍ଡର ବିଭିନ୍ନ ନିତିନିୟମ ମଧ୍ୟରେ ମାନସିକଧାରି ଦଣ୍ଡୁଆ ମାନେ ରହୁଥିବା ବେଳେ ଏହି ବ୍ରତ ଆସନ୍ତା ୧୪ ତାରିଖରେ  ଉଦଯାପିତ ହେବାକୁ ଥିବାରୁ ପ୍ରଥମ ପର୍ଯ୍ୟାୟ ମତଦାନ ୧୧ ତାରିଖରେ ରହିଥିବାରୁ ଗଞ୍ଜାମ ଜିଲ୍ଲାର ପାଞ୍ଚୋଟି ନିର୍ବାଚନ ମଣ୍ଡଳୀରେ ଦଣ୍ଡନୃତ୍ୟରେ ସାମିଲ ହୋଇଥିବା ହଜାର ହଜାର ଭକ୍ତ ମାନେ ଭୋଟ ଦାନରୁ ବଞ୍ଚିତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି  । ଏପରିକି ଦଣ୍ଡ ନୃତ୍ୟରେ ସାମିଲ ହୋଇଥିବା ଭକ୍ତ ମାନେ ବ୍ରତ ପାଳନ କରୁଥିବାରୁ ଭୋଟ ଦେବାକୁ ଯାଇପାରିବେ ନାହିଁ ବୋଲି ସୂଚନା ଦେଇଛନ୍ତି  । 
ବାଇଟ୍-ଦଣ୍ଡୁଆ 
ବାଇଟ୍- ଦଣ୍ଡୁଆ
 (ଭି.ଓ-୨): ଅନ୍ୟପଟେ ଦଣ୍ଡରେ ମାନସିକଧାରି ଙ୍କ ବ୍ୟତିତ ଅନ୍ୟମାନେ ଯେପରି ଯାଇ ନିଜ ନିଜର  ଭୋଟ ଦାନ କରିପାରିବେ ବୋଲି କୁହାଯାଉଥିବା ବେଳେ ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମରେ ଦଣ୍ଡନୃତ୍ୟରେ ସାମିଲ ହୋଇଥିବା ବେଳେ ଏଥି ଯୋଗୁଁ  ଭୋଟ ହାର କିଛି ମାତ୍ରାରେ କମିବ ବୋଲି କହିଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ  । 
ବାଇଟ୍:-ଦିଗନ୍ତ କୁମାର ରାଉତରାୟ(ଉପଜିଲ୍ଲାପାଳ-ବ୍ରହ୍ମପୁର)
 (ଫା.ଭି.ଓ):- ଗୋଟିଏ ପଟେ ଗଞ୍ଜାମରେ ଦଣ୍ଡନୃତ୍ୟ ଏବଂ ଅନ୍ୟ ପଟେ ନିର୍ବାଚନର ପ୍ରଚାରର ଶଦ୍ଧରେ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଛଳ ଚଳଚଞ୍ଚଳ ହୋଇଉଠିଥିବା ବେଳେ କେବଳ ପ୍ରଥମ ପ୍ରର୍ଯ୍ୟାୟ ମତଦାନ ଉପରେ ଏହାର ପ୍ରଭାବ ଦେଖାଦେବ  ବୋଲି କୁହାଯାଇଛି । ବ୍ରହ୍ମପୁର ରୁ ସମୀର କୁମାର ଆଚାର୍ଯ୍ୟ ଇଟିଭି ଭାରତ....
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.