ବାଲେଶ୍ବର: ରୋଗୀଙ୍କୁ ଛାଡି ଫେରୁଥିବାବେଳେ 108 ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଖସିଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ଡ୍ରାଇଭର ସମେତ 3ଜଣ ଆହତ । ସମସ୍ତ ଆହତଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଭୋଗରାଇରୁ ରୋଗୀଙ୍କୁ ନେଇ ବାଲେଶ୍ବର ମେଡିକାଲରେ ଛାଡି ଫେରୁଥିବାବେଳେ ଏହି ଦୁର୍ଘଟଣାଟି ଜାତୀୟ ରାଜପଥ ଗୋଡିଖାଲ ନିକଟରେ ଘଟିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ