ETV Bharat / business

କାହିଁକି ଫେବୃଆରୀ 1କୁ ବଦଳିଲା ବଜେଟ୍ ତାରିଖ, ଜାଣନ୍ତୁ - indian economy

Budget date changed to February 1 : ଗତ କିଛି ବର୍ଷ ହେବ ଫେବୃଆରୀ 1ତାରିଖରେ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ କରାଯାଉଛି । କିନ୍ତୁ ପୂର୍ବରୁ ଏହି ବଜେଟକୁ ଫେବୃଆରୀ ମାସ ଶେଷରେ ଉପସ୍ଥାପିତ କରାଯାଉଥିଲା । ଅଧିକ ପଢ଼ନ୍ତୁ

ବଜେଟ୍ ତାରିଖ
ବଜେଟ୍ ତାରିଖ
author img

By ETV Bharat Odisha Team

Published : Jan 7, 2024, 9:15 PM IST

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଲା ସୀତାରମଣ ଆସନ୍ତା ଫେବୃଆରୀ 1ତାରିଖରେ 2024 ଆର୍ଥିକ ବର୍ଷର ଅନ୍ତିମ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ କରିଥାନ୍ତେ । ଏହି ବଜେଟରୁ କୌଣସି ବଡ଼ ଘୋଷଣାର ଆଶା ରଖାଯାଉଛି । ଲୋକସଭା ନିର୍ବାଚନର ଫଳାଫଳ ଆସିବା ପର୍ଯ୍ୟନ୍ତ ଏହି ବଜେଟକୁ ପ୍ଲେସହୋଲ୍ଡର ବୋଲି ଗ୍ରହଣ କରାଯିବାର ସୂଚନା ରହିଛି । କର୍ପୋରେଟ ବ୍ୟାପାର ମନ୍ତ୍ରୀ ଆରମ୍ଭରୁ ହିଁ କହିଛନ୍ତି ଯେ, 2024 ଅନ୍ତିମ କେନ୍ଦ୍ରୀୟ ବଜେଟରେ କିଛି ବଡ଼ ଘୋଷଣା କରାଯିବ । ଯାହା ଦ୍ବାରା କୌଣସି ନୀତିଗତ ପରିବର୍ତ୍ତନ ହେବ ନାହିଁ । ଦେଶରେ ସାଧାରଣ ନିର୍ବାଚନ ପରେ ନୂତନ ସରକାର ଗଠନ ହେବା ପରେ 2024 ବଜେଟକୁ ଉପସ୍ଥାପିତ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ.... ଏସିଆର ଏକ ନମ୍ବର ଧନୀ ବ୍ୟକ୍ତି; ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ

ଗତ କିଛି ବର୍ଷ ହେବ ଫେବୃଆରୀ 1ତାରିଖରେ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ କରାଯାଉଛି । କିନ୍ତୁ ପୂର୍ବରୁ ଏହି ବଜେଟକୁ ଫେବୃଆରୀ ମାସ ଶେଷରେ ଉପସ୍ଥାପିତ କରାଯାଉଥିଲା । ବଜେଟ ଉପସ୍ଥାପନ କରିବା ସମୟ ପ୍ରଥମେ 2017ରେ ପରିବର୍ତ୍ତନ କରାଯାଇଥିଲା । ଯେଉଁଠି କେନ୍ଦ୍ର କର୍ପୋରେଟ ବ୍ୟାପାର ମନ୍ତ୍ରୀଙ୍କ ଦ୍ବାରା ବଜେଟକୁ ମାସର ଶେଷରେ ଉପସ୍ଥାପନ କରିବା ପରିବତ୍ତେ ମାସ ଆରମ୍ଭରୁ ଉପସ୍ଥାପନ କରାଯାଇଥିଲା । 2017 ମସିହା ଫେବୃଆରୀ 1ତାରିଖରେ ତତ୍କାଳୀନ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲି ପ୍ରଥମେ ଘୋଷଣା କରିଥିଲେ କେନ୍ଦ୍ରୀୟ ବଜେଟ ଫେବୃଆରୀର ପ୍ରଥମ ଦିନ ଉପସ୍ଥାପିତ କରାଯିବ । ଯେପରି ବ୍ରିଟିସ କାଳରେ ମାସ ଆରମ୍ଭରୁ ବଜେଟ ଉପସ୍ଥାପିତ ହେଉଥିଲା ସେହିଭଳି ଉପସ୍ଥାପନ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ....ବିଦେଶରେ ପୁଞ୍ଜି ନିବେଶ ପାଇଁ ଅଜିମ ପ୍ରେମଜୀଙ୍କୁ ସ୍ବୀକୃତି

କେଉଁ କାରଣରୁ ପରିବର୍ତ୍ତନ କରାଗଲା ବଜେଟ ଉପସ୍ଥାପନର ତାରିଖ ?

ବଜେଟକୁ ଫେବୃଆରୀ ମାସ ଶେଷରେ ଉପସ୍ଥାପନ କରିବା ପରିବର୍ତ୍ତେ ଫେବୃଆରୀ 1ତାରିଖରେ କରାଯିବାର ପ୍ରାଥମିକ କାରଣ ହେଉଛି ବ୍ରିଟିଶ ଶାସନ ଅଧୀନରେ କଲୋନିଆଲ ନିୟମ ଅନୁଯାୟୀ ଚାଲି ଆସୁଥିବା ପ୍ରଥାକୁ ସମାପ୍ତ କରିବା । ଅରୁଣ ଜେଟଲୀଙ୍କ କହିବା ଅନୁଯାୟୀ, ଫେବୃଆରୀ ମାସ ଶେଷରେ ବଜେଟ ଉପସ୍ଥାପନ କରିବା ଦ୍ବାରା ସରକାରଙ୍କୁ ନୂଆ ନୀତି ନିୟମରେ ପରିବର୍ତ୍ତନ ପାଇଁ ବହୁତ କମ ସମୟ ମିଳେ । ଏହି କାରଣରୁ ବଜେଟ ଉପସ୍ଥାପନ କରିବା ସମୟକୁ ଫେବୃଆରୀ 1 ତାରିଖ ରଖାଗଲା ।

ଏହାସହ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ରେଳ ବିଭାଗ ଲାଗି ଅଲଗା ବଜେଟ ଉପସ୍ଥାପନ କରିବା ପ୍ରଥାକୁ ମଧ୍ୟ ସମାପ୍ତ କରିଥିଲେ । ସେ ଘୋଷଣା କରିଥିଲେ ଯେ ରେଲୱେ ବଜେଟକୁ କେନ୍ଦ୍ରୀୟ ବଜେଟରେ ସାମିଲ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.