ETV Bharat / business

ବ୍ୟକ୍ତିଗତ ଦୁର୍ଘଟଣା ବୀମା କରିଛନ୍ତି କି ? ଜାଣନ୍ତୁ ଏହାର ଫାଇଦା

author img

By

Published : Jul 15, 2022, 1:10 PM IST

Updated : Jul 15, 2022, 2:18 PM IST

କେତେବେଳେ କାହା ସହ କ'ଣ ଘଟିବ ତାହା କେହି ଜାଣନ୍ତି ନାହିଁ । ଏଭଳି ଅପ୍ରତ୍ୟାଶିତ ସ୍ଥିତିର ମୁକାବିଲା ପାଇଁ ବ୍ୟକ୍ତିଗତ ଦୁର୍ଘଟଣା ବୀମା ପଲିସି ନେବା ଜରୁରୀ । ଜାଣନ୍ତୁ କ'ଣ ରହିଛି ଏହାର ଫାଇଦା

ବ୍ୟକ୍ତିଗତ ଦୁର୍ଘଟଣା ବୀମା କରିଛନ୍ତି କି ? ଜାଣନ୍ତୁ ଏହାର ଫାଇଦା
ବ୍ୟକ୍ତିଗତ ଦୁର୍ଘଟଣା ବୀମା କରିଛନ୍ତି କି ? ଜାଣନ୍ତୁ ଏହାର ଫାଇଦା

ହାଇଦ୍ରାବାଦ: ଜୀବନ ଅନିଶ୍ଚିତ, କ୍ଷଣିକରେ ସବୁକିଛି ବଦଳିପାରେ । ବିଶେଷକରି ଅପ୍ରତ୍ୟାଶିତ ଦୁର୍ଘଟଣା କେତେବେଳେ କାହା ସହ ଘଟିବ ତାହା କେହି ଜାଣନ୍ତି ନାହିଁ । ଯଦି ଆମେ ଏକ ଛୋଟ ଦୁର୍ଘଟଣାର ଶିକାର ହେଉ, ତାହାହେଲେ ଶୀଘ୍ର ସୁସ୍ଥ ହୋଇ କିଛି ଦିନ ମଧ୍ୟରେ ନିଜ ଚାକିରି କିମ୍ବା ବ୍ୟବସାୟରେ ଯୋଗ ଦେଇପାରିବା । କିନ୍ତୁ ଯଦି ବଡ ଦୁର୍ଘଟଣା ଘଟେ, ହୁଏତ ବର୍ଷ ବର୍ଷ ଧରି ଆମ ରୋଜଗାର ବନ୍ଦ ହୋଇଯାଇପାରେ । ଏଭଳି କୌଣସି ବଡ ଦୁର୍ଘଟଣାର ମୁକାବିଲା ପାଇଁ ସର୍ବଦା ବ୍ୟକ୍ତିଗତ ଦୁର୍ଘଟଣା ବୀମା ପଲିସି(Personal accident insurance policies) ସହ ନିଜକୁ ପ୍ରସ୍ତୁତ ରଖିବା ଦରକାର । ଏହା ଦୁର୍ଘଟଣା ଭଳି ସଙ୍କଟ ସ୍ଥିତିରେ ଆପଣଙ୍କ ଆର୍ଥିକ ସ୍ଥିରତା ବଜାୟ ରଖିଥାଏ । ତେବେ ଜାଣନ୍ତୁ ଏହି ବୀମା ପଲିସିର ଆବଶ୍ୟକତା ଏବଂ ଏହାକୁ ନେବା ସମୟରେ କିପରି ସତର୍କତା ଅବଲମ୍ବନ କରିବା ଉଚିତ୍

ଅସୁସ୍ଥତା ସମୟରେ ସ୍ବାସ୍ଥ୍ୟବୀମା ଚିକିତ୍ସା ଜନିତ ଖର୍ଚ୍ଚର ଭରଣା କରିଥାଏ । କିନ୍ତୁ ଯେତେବେଳେ ଦୁର୍ଘଟଣା ଘଟେ, ରୋଜଗାର କ୍ଷମତା ପ୍ରଭାବିତ ହୋଇଥାଏ । ଏହାର ପ୍ରଭାବ ଆଶିଂକ କିମ୍ବା ଚିରସ୍ଥାୟୀ ହୋଇପାରେ । ଯାହାକି ଦୀର୍ଘକାଳୀନ ଆର୍ଥିକ ସମସ୍ୟା ସୃଷ୍ଟି କରେ । ବ୍ୟକ୍ତିଗତ ଦୁର୍ଘଟଣା ବୀମା(PAC) ଏହିସବୁ ସ୍ଥିତିରେ ଆପଣଙ୍କୁ ପାଇଁ ଉପାଦେୟ ଅଟେ । ଏହି ବୀମା ପଲିସିରେ ଅନେକଗୁଡିକ ଆଡ ଅନ(Add-ons) ଅନ୍ତର୍ଭୁକ୍ତ କରାଯାଇପାରିବ । ଯେପରିକି- ଆକସ୍ମିକ ମୃତ୍ୟୁ, ସାମୟିକ କିମ୍ବା ସ୍ଥାୟୀ ଶାରିରୀକ ଅକ୍ଷମତା ଏବଂ ଅର୍ଦ୍ଧ ସ୍ଥାୟୀ ଅକ୍ଷମତା । ଏହିସବୁ ସପ୍ଲିମେଣ୍ଟାରୀ ପଲିସି ପାଇଁ ସାମାନ୍ୟ ଅଧିକ ପ୍ରିମିୟମ ଦେବାକୁ ପଡିଥାଏ ।

ବୀମା ପାଇଁ ଯୋଗ୍ୟତା:

୫ ବର୍ଷରୁ ୭୦ ବର୍ଷ ବୟସର ଲୋକଙ୍କ ପାଇଁ ବ୍ୟକ୍ତିଗତ ଦୁର୍ଘଟଣା ବୀମା ପଲିସି ଉଦ୍ଦିଷ୍ଟ । ଜୀବନ ଏବଂ ସ୍ବାସ୍ଥ୍ୟ ବୀମା ପଲିସି ଭଳି ବୟସ ଅନୁଯାୟୀ ଏହାର ପ୍ରିମିୟମ ପରିବର୍ତ୍ତନ ହୁଏ ନାହିଁ । ସବୁ ବୟସ ବର୍ଗଙ୍କ ପାଇଁ ପ୍ରିମିୟମ ରାଶି ସମାନ । କିନ୍ତୁ ପଲିସି ଭ୍ୟାଲୁ ପ୍ରିମିୟମ ବ୍ୟକ୍ତିଙ୍କ ଆୟ ଏବଂ ସେ ସମ୍ମୁଖୀନ ହେଉଥିବା ରିସ୍କକୁ ଆଧାର କରି ନିର୍ଣ୍ଣୟ କରାଯାଏ ।

ଦୁଇ ପ୍ରକାର ବ୍ୟକ୍ତିଗତ ଦୁର୍ଘଟଣା ପଲିସି:

ବ୍ୟକ୍ତିଗତ ଦୁର୍ଘଟଣା ପଲିସି ଦୁଇ ପ୍ରକାର ଅଟେ । ସାଧାରଣତଃ ବୀମା କମ୍ପାନୀ ଏହି ପଲିସିକୁ ବିଶେଷ ରୂପେ ଏକ ଷ୍ଟାଣ୍ଡଆଲୋନ ପଲିସି ରୂପେ ପ୍ରଦାନ କରନ୍ତି । ଜୀବନ ବୀମା କମ୍ପାନୀ ଏହାକୁ ସପ୍ଲିମେଣ୍ଟାରୀ ପଲିସି ଭାବେ ଅଫର କରିଥାନ୍ତି । ସାଧାରଣ ବୀମା କମ୍ପାନୀ ଦ୍ବାରା ପ୍ରଦତ୍ତ ପଲିସି ଗୁଡିକୁ ପ୍ରତିବର୍ଷ ନବୀକରଣ(renew) କରିବାକୁ ପଡେ ।

ବିସ୍ତୃତ ବ୍ୟକ୍ତିଗତ ଦୁର୍ଘଟଣା ପଲିସି ନିଅନ୍ତୁ:

ସବୁବେଳେ ଏକ ବିସ୍ତୃତ ବ୍ୟକ୍ତିଗତ ଦୁର୍ଘଟଣା ପଲିସି ନେବା ଉଚିତ୍ । ଏହି ପଲିସି ଦୁର୍ଘଟଣା ଜନିତ ମୃତ୍ୟୁ, ଆଶିଂକ କିମ୍ବା ସାମୟିକ ଅକ୍ଷମତା ଏବଂ ଜୀବନବ୍ୟାପୀ ଅକ୍ଷମତା କ୍ଷେତ୍ରରେ ଏହା କ୍ଷତିପୂରଣ ପ୍ରଦାନ କରିଥାଏ । ଯଦି ଦୁର୍ଘଟଣା ଯୋଗୁଁ ଆପଣ କର୍ମକ୍ଷେତ୍ରକୁ ଯିବାକୁ ଅକ୍ଷମ ହୁଅନ୍ତି, ଏଥିରେ ଆପଣଙ୍କୁ ସପ୍ତାହରେ ଏକ ନିର୍ଦ୍ଦିଷ୍ଟ ପରିମାଣର ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ଆପଣଙ୍କ ପଲିସି ଭ୍ୟଲୁ ଆଧାରରେ ଏହା ନିର୍ଦ୍ଧାରିତ ହୁଏ । ତେଣୁ ପଲିସି ଚୟନ ସମୟରେ ଏ ଦିଗରେ ଯତ୍ନବାନ ହେବା ଜରୁରୀ । କମ୍ ରୋଜଗାର କରୁଥିବା ବ୍ୟକ୍ତି(low-income earners)ଙ୍କ ପାଇଁ ଏହା ଅଧିକ ଉପଯୋଗୀ ଅଟେ ।

ଆୟ ଉପରେ ନିର୍ଭରଶୀଳ ପଲିସି:

ପଲିସି ଭ୍ୟାଲୁ ବୀମାଧାରକଙ୍କ ବ୍ୟକ୍ତିଗତ ଆୟ ଉପରେ ନିର୍ଭର କରେ । କିନ୍ତୁ ସବୁ ବୀମା କମ୍ପାନୀମାନେ ଏହି ସମାନ ନିୟମ ଅବଲମ୍ବନ କରନ୍ତି ନାହିଁ । ସାଧାରଣ ବୀମା କମ୍ପାନୀଗୁଡିକ ବୀମାଧାରକଙ୍କୁ ତାଙ୍କ ମାସିକ ଆୟର ୭୨ ଗୁଣା ଯାଏଁ ଦୁର୍ଘଟଣା ବୀମା ପ୍ରଦାନ କରିଥାନ୍ତି । କିଛି ପଲିସି ବାର୍ଷିକ ଆୟର ୫ ଗୁଣାରୁ ଅଧିକ ହୋଇଥାଏ । ଅନେକ କ୍ଷେତ୍ରରେ କମ୍ପାନୀଗୁଡିକ ସର୍ବାଧିକ ୫୦ ଲକ୍ଷର ପଲିସି ଅଫର କରିଥାନ୍ତି । ଜୀବନ ବୀମା କମ୍ପାନୀ ପକ୍ଷରୁ ଦୁର୍ଘଟଣା ବୀମା ମୂଳ ପଲିସିର ୩୦ ପ୍ରତିଶତ ଯାଏଁ ପ୍ରଦାନ କରାଯାଏ । ସେହିପରି କିଛି କମ୍ପାନୀ ସପ୍ତାହରେ ୬ ହଜାରରୁ ୧୦ ହଜାର ଟଙ୍କା ସୀମା ଧାର୍ଯ୍ୟ କରିଥାନ୍ତି ।

ବ୍ୟକ୍ତିଗତ ଦୁର୍ଘଟଣା ବୀମା ନିତାନ୍ତ ଜରୁରୀ:

ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବ୍ୟକ୍ତିଗତ ଦୁର୍ଘଟଣା ବୀମା ଜରୁରୀ । ବିଶେଷକରି କାର୍ଯ୍ୟରତ ଯୁବବର୍ଗଙ୍କ ପାଇଁ ଏହି ପଲିସି ନେବା ନିତାନ୍ତ ଅପରିହାର୍ଯ୍ୟ । ଯେଉଁମାନେ ଅଧିକ ଭ୍ରମଣ କରନ୍ତି, ସେମାନେ ଏହି ଦୁର୍ଘଟମା ବୀମା ପଲିସି ଉପରେ ଅଧିକ ଧ୍ୟାନ ଦେବା ଉଚିତ୍ । ଟର୍ମ ପଲିସି ତୁଳନାରେ ଦୁର୍ଘଟଣା ବୀମା ପଲିସି ପ୍ରିମିୟମ ରାଶି କମ୍ ଅଟେ ।

Last Updated : Jul 15, 2022, 2:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.