ETV Bharat / business

Twitter Takeover: ଟ୍ବିଟରର ନୂଆ ମାଲିକ ଏଲନ ମସ୍କ

ଟ୍ବିଟରର ନୂଆ ମାଲିକ ହେଲେ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ । ୪୪ ବିଲିୟନ ଡଲାରରେ ଟ୍ବିଟର କିଣିଲେ ମସ୍କ । ଅଧିକ ପଢନ୍ତୁ

Twitter Takeover: ଟ୍ବିଟରର ନୂଆ ମାଲିକ ଏଲନ ମସ୍କ
Twitter Takeover: ଟ୍ବିଟରର ନୂଆ ମାଲିକ ଏଲନ ମସ୍କ
author img

By

Published : Apr 26, 2022, 7:06 AM IST

Updated : Apr 26, 2022, 7:47 AM IST

ୱାଶିଂଟନ: ଟ୍ବିଟରକୁ କିଣିଲେ ଏଲନ ମସ୍କ(Elon Musk Buy Twitter) । ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରର(Twitter) ନୂଆ ମାଲିକ ହେଲେ ଟେଲସା ସିଇଓ । ଶେଷରେ ମସ୍କଙ୍କ ଆଶା ପୂରଣ ହୋଇଛି । ସେ ଟ୍ବିଟର ଅଧିଗ୍ରହଣ କରିଛନ୍ତି । ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ତଥା ଟେଲସା ସିଇଓ ମସ୍କ ୪୪ ବିଲିୟନ ଡଲାରରେ ଟ୍ବିଟରକୁ କିଣିଛନ୍ତି । କମ୍ପାନୀ ଅଧିଗ୍ରହଣ ପାଇଁ ସେ ଯେଉଁ ପ୍ରସ୍ତାବ ଦେଇଥିଲେ, ତାହାକୁ ସୋମବାର ଟ୍ବିଟର କର୍ତ୍ତୃପକ୍ଷ ଗ୍ରହଣ କରିଛନ୍ତି । ଟ୍ବିଟର ସେୟାରହୋଲ୍ଡର ଗୋଟିଏ ସେୟାର ପିଛା ୫୪.୦୨ ଡଲାର ପାଇବେ ।

ଟ୍ବିଟରକୁ କିଣିବା ପାଇଁ ଏଲନ ମସ୍କ ଦୀର୍ଘ ଦିନ ହେଲାଣି ଉଦ୍ୟମ କରୁଥିଲେ । ମସ୍କ ହେଉଛନ୍ତି ଟ୍ବିଟରର ଦ୍ବିତୀୟ ବଡ ସେୟାରହୋଲ୍ଡର । ତାଙ୍କ ପାଖରେ କମ୍ପାନୀର ୯.୨ ପ୍ରତିଶତ ଅଂଶଧନ ରହିଛି । ହେଲେ ସେ ପୁରା କମ୍ପାନୀର ମାଲିକାନା ନିଜ ହାତକୁ ନେବାକୁ ଚାହୁଁଥିଲେ । ଟ୍ବିଟରର ପରିଚାଳନାକୁ ମସ୍କ ପସନ୍ଦ କରୁନଥିଲେ । ସେ ଏହାକୁ ମୁକ୍ତ ଏବଂ ଅବାଧ ଭାବନା ପରିପ୍ରକାଶ କରିବାର ଏକ ପ୍ଲାଟଫର୍ମ ଭାବେ ପରିଣତ କରିବାକୁ ଚାହୁଁଥିଲେ । ଏହା ସଙ୍ଗେ ସଙ୍ଗେ ଟ୍ବିଟରରେ ଏଡିଟ ସୁବିଧା ରହିବା ଉପରେ ମସ୍କ ଗୁରୁତ୍ବ ଦେଉଥିଲେ । ଗତ ସପ୍ତାହରେ ମାଇକ୍ରୋ ବ୍ଲଗିଂ ସାଇଟ ଟ୍ବିଟର ଶେୟାର ପିଛା ୫୪.୨୦ ଡଲାର ହିସାବରେ ମୋଟ ୪୩ ବିଲିୟନ ଡଲାର ଦେଇ କିଣିବାକୁ ସେ ଅଫର ଦେଇଥିଲେ ।

@ANI

Last Updated : Apr 26, 2022, 7:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.