ETV Bharat / business

ଆଜିଠୁ ପୁଣି ବ୍ଲୁ ଟିକ ସବସ୍କ୍ରିପସନ ଆରମ୍ଭ, ଦେବାକୁ ପଡିବ ଦେୟ

ଆଜିଠୁ ପୁଣିଥରେ ଟ୍ବିଟର ବ୍ଲୁ ଟିକ(Blue Ticks) ସବସ୍କ୍ରିପସନ ଆରମ୍ଭ ହେବ । ଏନେଇ ଟ୍ବିଟର ପକ୍ଷରୁ ଶନିବାର ଦିନ ଘୋଷଣା କରାଯାଇଥିଲା । ଅଧିକ ପଢନ୍ତୁ

ବ୍ଲୁ ଟିକ ସବସ୍କ୍ରିପସନ
ବ୍ଲୁ ଟିକ ସବସ୍କ୍ରିପସନ
author img

By

Published : Dec 12, 2022, 1:13 PM IST

ଓ୍ବାଶିଂଟନ: ବିଶ୍ବର ସବୁଠୁ ଧନୀ ଏଲନ ମସ୍କ(Elon Musk) ଟ୍ବିଟର ହାତେଇବା ପରେ ଟ୍ବିଟରରେ ଦିନକୁ ଦିନ ନୂଆ ନୂଆ ପରିବର୍ତ୍ତନ କରୁଛନ୍ତି । ତେବେ ବ୍ଲୁ ଟିକ ସବସ୍କ୍ରିପସନକୁ କିଛି ଦିନ ସ୍ଥଗିତ ରଖାଯାଇଥିବା ବେଳେ ଆଜିଠୁ ପୁଣିଥରେ ଟ୍ବିଟର ବ୍ଲୁ ଟିକ୍‌(Blue Ticks) ସବସ୍କ୍ରିପସନ ଆରମ୍ଭ ହେବ । ଏନେଇ ଟ୍ବିଟର ପକ୍ଷରୁ ଶନିବାର ଦିନ ଘୋଷଣା କରାଯାଇଥିଲା । ତେବେ ଆଜିଠୁ ଟ୍ବିଟର ୟୁଜର୍ସଙ୍କୁ ବ୍ଲୁ ଟିକ ସବସ୍କ୍ରିପସନ କିଣିବାକୁ ପଡିବ । ବ୍ଲୁ ଟିକ୍‌ ସବସ୍କ୍ରିପସନ ମିଳିବା ପରେ ୟୁଜର୍ସଙ୍କୁ ଅନେକ ସୁବିଧା ମିଳିବ ।

ଏହା ମଧ୍ୟ ପଢନ୍ତୁ: ଅନିଲ ଦେଶମୁଖଙ୍କୁ ଆଶ୍ବସ୍ତି, ଜାମିନ ମଞ୍ଜୁର କଲେ ବମ୍ବେ ହାଇକୋର୍ଟ

ସୂଚନାଅନୁସାରେ, ଗତମାସରେ ଟ୍ବିଟର ପକ୍ଷରୁ ଏହା ଆରମ୍ଭ କରାଯାଇଥିବା ବେଳେ ବିଫଳ ହୋଇଥିଲା । ତେଣୁ କମ୍ପାନୀ ପକ୍ଷରୁ କିଛିଦିନ ସ୍ଥିର ରଖାଯାଇଥିଲା । ତେବେ ଆଜିଠାରୁ ପୁଣି ବ୍ଲୁ ଟିକ ସବସ୍କ୍ରିପସନ ଆରମ୍ଭ କରିବାକୁ କମ୍ପାନୀ ପକ୍ଷରୁ କୁହାଯାଇଛି । ୪୪ ବିଲିୟନ ଡଲାରରେ ଟୁଇଟରକୁ ଅଧିଗ୍ରହଣ କରିବା ପରେ ଏଲନ୍‌ ମସ୍କ ଏଥିରେ ବିଭିନ୍ନ ପରିବର୍ତ୍ତନ କରୁଛନ୍ତି । ଭେରିଫାଏଡ୍‌ ଫୋନ୍ ନମ୍ବର ଥିବା ୟୁଜର୍ସଙ୍କୁ ହିଁ ସେବା ମିଳିବ। ଏଥିପାଇଁ ଟ୍ବିଟର ଆକାଉଣ୍ଟର ସମୀକ୍ଷା କରିବ । ଭେରିଫିକେସନ ପରେ ୟୁଜର୍ସଙ୍କୁ ବ୍ଲୁ ଟିକ୍ ଦିଆଯିବ। ପୂର୍ବରୁ ଏହି ବ୍ଲୁ ଟିକ୍‌ କମ୍ପାନୀ, ସେଲିବ୍ରିଟି, ସରକାରୀ ସଂସ୍ଥା ଏବଂ ସାମ୍ବାଦିକ ତଥା ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଦିଆଯାଇଥିଲା । ବର୍ତ୍ତମାନ ବ୍ଲୁ ଟିକ୍‌ ପାଇବାକୁ ହେଲେ ଓ୍ବେବ ୟୁଜର୍ସଙ୍କ ପାଇଁ ମାସିକ ୮ ଡଲାର ଏବଂ ଆଇଫୋନ ୟୁଜର୍ସଙ୍କ ପାଇଁ ମାସିକ ୧୧ ଡଲାର ଦେବାକୁ ପଡିବ । ଯାହାକି ଭାରତୀୟ ମୁଦ୍ରାରେ ୬୬୬ ଟଙ୍କା ଏବଂ ଆଇଫୋନ ୟୁଜର୍ସଙ୍କ ପାଇଁ ୯୦୨ ଟଙ୍କା ଦେବାକୁ ପଡିବ ।

ବ୍ଲୁ ଟିକ ସବସ୍କ୍ରିପସନ ଦ୍ବାରା ଏହି ସୁବିଧା ମିଳିବ

ଟ୍ବିଟର କହିଛି ଏହି ଫିଚର ଦ୍ବାରା ୟୁଜରଙ୍କୁ କମ ବିଜ୍ଞାପନ ଦେଖିବାକୁ ମିଳିବ । ୟୁଜର୍ସ ଅଧିକ ଭିଡିଓ ସେୟାର କରିପାରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ କଣ୍ଟେଣ୍ଟ୍‌ ଏଡିଟ୍‌ କରିବା ଅପ୍‌ସନ୍‌ ମିଳିବ । ମତ ବଦଳାଇବାକୁ ଥିଲେ ୩୦ ମିନିଟ ଭିତରେ ବଦଳାଇବା ସହ ଅଧିକା ଲେଖା ମଧ୍ୟ ଟ୍ବିଟ କରିପାରିବେ । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯଦି ୟୁଜର୍ସ ନିଜ ଆକାଉଣ୍ଟର ଫଟୋ କିମ୍ବା ନାମ ବଦଳାଇବେ ତେବେ ତାଙ୍କର ବ୍ଲୁଟିକ ହଟାଇ ଦିଆଯିବ । ଏହାପରେ ପୁନଃ ଭେରିଫିକେସନ ପରେ ବ୍ଲୁ ଟିକ୍‌ ଦିଆଯିବ ।

ଚଳିତ ବର୍ଷ ଏପ୍ରିଲରେ ମସ୍କ ଟ୍ବିଟର କିଣିବାକୁ ୪୪ ବିଲିୟନ ଡିଲ୍ କରିଥିବା ନେଇ ଘୋଷଣା କରିଥିଲେ । ଟ୍ବିଟର ଅଧିକାରୀମାନେ ଫେକ୍ ଆକାଉଣ୍ଟ ପ୍ରସଙ୍ଗରେ ତାଙ୍କୁ ଓ ଟ୍ବିଟର ନିବେଶମାନଙ୍କୁ ସଠିକ୍ ସୂଚନା ଦେଇଥିବା ଅଭିଯୋଗରେ ମସ୍କ ଏହି ଡିଲ୍‌କୁ ଅଟକାଇ ଦେଇଥିଲେ । ସେ ଚୁକ୍ତିରୁ ଓହରିବା ପାଇଁ ଘୋଷଣା କରିବା ପରେ ଟ୍ବିଟର କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ମାମଲାର ବିଚାର କରି କୋର୍ଟ ମସ୍କଙ୍କୁ ଅକ୍ଟୋବର ୨୭ ସୁଦ୍ଧା ଏହି ଡିଲ୍ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସେହିଦିନ ମସ୍କ ଟ୍ବିଟର କିଣିବା ସହ ଏହାର ସିଇଓ ପରାଗ ଅଗ୍ରୱାଲଙ୍କ ସମେତ ଅନ୍ୟ କିଛି ବରିଷ୍ଠ ଅଧିକାରୀଙ୍କୁ ଚାକିରିରୁ ବିଦା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.