ETV Bharat / business

ବଦଳିଲା ଟ୍ବିଟର୍ ପ୍ଲାନ୍, ବ୍ଲୁ ଟିକ୍ ୟୁଜର୍ସ ଦେବେ ମାସକୁ ଏତିକି ଟଙ୍କା

ଟ୍ବିଟର ବ୍ଲୁ ଟିକ୍‌ ସବ୍‌ସ୍କ୍ରାଇବର୍‌ଙ୍କ ପାଇଁ ନୂଆ ନିୟମ ଆଣିଲେ ଏଲନ ମସ୍କ । ଏଣିକି ମାସକୁ ଦେବାକୁ ପଡିବ 894 ଟଙ୍କା । ଅଧିକ ପଢନ୍ତୁ

author img

By

Published : Jan 20, 2023, 7:41 AM IST

Twitter
Twitter

ସାନ ଫ୍ରାନ୍ସିସ୍କୋ: ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ବଡ ଝଟକା । ଟ୍ବିଟର୍ ବ୍ଲୁ ଟିକ୍ ୟୁଜର୍ସଙ୍କୁ ଏଣିକି ଦେବାକୁ ପଡିବ ଅଧିକ ମୂଲ୍ୟ । ଆଣ୍ଡ୍ରଏଡ୍ ବ୍ୟବହାରକାରୀ ଟ୍ବିଟର ବ୍ଲୁ ଟିକ୍ ୟୁଜର୍ସଙ୍କ ପାଇଁ ମୂଲ୍ୟ ବୃଦ୍ଧି କରିଛି ଏଲନ୍ ମସ୍କଙ୍କ ମାଲିକାନା ଟ୍ୱିଟର । କମ୍ପାନୀର ନୂଆ ନିୟମ ଅନୁସାରେ, ଏଣିକି ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ପ୍ରତି ମାସରେ 11 ଡଲାର୍ ଅର୍ଥାତ୍ 894 ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ପୂର୍ବରୁ ଟ୍ୱିଟର ବ୍ଲୁ ଟିକ୍ ବ୍ୟବହାରକାରୀଙ୍କୁ ଏହି ଯୋଜନା ପାଇଁ ମାସକୁ 650 ଟଙ୍କା କିମ୍ବା ବାର୍ଷିକ 84 ଡଲାର୍ ଅର୍ଥାତ୍ 6830 ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଆମେରିକା, କାନାଡା, ଗ୍ରେଟ୍ ବ୍ରିଟେନ, ଜାପାନ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି । କମ୍ପାନୀ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଯଦି ଆପଣ ଆମର ସେବାର ସର୍ତ୍ତାବଳୀ ଉଲ୍ଲଘଂନ କରୁଛନ୍ତି କିମ୍ବା ଯଦି ଆପଣଙ୍କର ଆକାଉଣ୍ଟ ସ୍ଥଗିତ ଅଛି, ବିନା ଫେରସ୍ତରେ ବିନା କୌଣସି ସମୟରେ ଆପଣଙ୍କର ବ୍ଲୁ ଚେକମାର୍କ ରିମୁଭ୍ କରିବାର ଅଧିକାର କମ୍ପାନୀ ପାଖରେ ରଖିଛି ।

ଏହା ମଧ୍ୟ ପଢନ୍ତୁ:- କୋହଳ ହେବ Twitterର ନୀତି, ଆପ୍‌ରେ ଦେଖିବାକୁ ମିଳିବ ରାଜନୈତିକ ବିଜ୍ଞାପନ !

ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଆହୁରି ପ୍ରକାଶ କରିଛି ଯେ, ଏହା ଟ୍ବିଟର ଭେରିଫିକେସନ୍ ଫର୍ ଅର୍ଗାନାଇଜେସନ୍ ନାମକ ଏକ ନୂତନ ସେବାକୁ ମଧ୍ୟ ପାଇଲଟ୍ କରୁଛି, ଏହା ଟ୍ୱିଟରରେ ବ୍ୟବସାୟିକ ସଂସ୍ଥା ପାଇଁ ଏକ ସେବା ଯାହା ସରକାରୀ ବ୍ୟବସାୟ ଆକାଉଣ୍ଟରେ ଏକ ଗୋଲ୍ଡ ଚେକମାର୍କ ଯୋଗ କରିଥାଏ । ବ୍ଲୁ ଚେକମାର୍କ ସହିତ, ଟ୍ୱିଟର ବ୍ଲୁ ଫିଚର୍ସ ଗ୍ରାହକମାନଙ୍କୁ ସେମାନଙ୍କର ଟ୍ୱିଟର ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ, କଷ୍ଟମ୍ ଆପ୍ ଆଇକନ୍, କଷ୍ଟମ୍ ନେଭିଗେସନ୍, ଅନ୍‌ଡୁ ଟ୍ବିଟ୍, ଟପ୍ ଆର୍ଟିକଲ୍ସ, ଲଙ୍ଗର୍ ଭିଡିଓ ଅପଲୋଡ୍ ଆଦି ସୁବିଧା ଦେବ ।

ଏହା ମଧ୍ୟ ପଢନ୍ତୁ:-ସାମ୍ବାଦିକଙ୍କ ସସପେଣ୍ଡ ଆକାଉଣ୍ଟକୁ ପୁନଃ ସଂସ୍ଥାପିତ କଲା ଟ୍ବିଟର

ତେବେ କହି ରଖୁଛୁ ଯେ, ଗତ ବର୍ଷ ଅକ୍ଟୋବରରେ ଏଲନ ମସ୍କ ବିଶ୍ବର ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ବିଟରକୁ ନିଜ ଅଧୀନକୁ ନେଇଥିଲେ । ଏହି ସମୟରେ ସେ ପେଡ୍ ବ୍ଲୁ ଟିକ୍ ସବ୍‌ସ୍କ୍ରିପସନ୍ ଆରମ୍ଭ କରିଥିଲେ । ଅର୍ଥାତ୍ ବ୍ଲୁ ଟିକ୍ ସବ୍‌ସ୍କ୍ରିପସନ୍ ପାଇଁ ମୂଲ୍ୟ ଦେବାକୁ ପଡୁଥିଲା । ବର୍ତ୍ତମାନ ସେ ଏହି ଫିଚର୍ସର ମୂଲ୍ୟ ବୃଦ୍ଧି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.