ETV Bharat / business

ଆପଣଙ୍କ ଗାଡି ପାଇଁ କେଉଁଟି ସବୁଠୁ ଭଲ ବୀମା ?

author img

By

Published : Nov 2, 2022, 12:56 PM IST

ଗାଡି କିଣିବାକୁ ଚାହୁଁଛନ୍ତି କି ? ରାସ୍ତାରେ ଗାଡି ଚଳାଇବା ପୂର୍ବରୁ ପ୍ରଥମେ ଏହାର ସୁରକ୍ଷା ପାଇଁ ବୀମା ପଲିସି ନିଅନ୍ତୁ । ତେବେ ଆପଣଙ୍କ ଗାଡି ପାଇଁ କେଉଁଟି ସବୁଠୁ ଭଲ ପଲିସି ଜାଣିବା ପାଇଁ ପଢନ୍ତୁ ବିସ୍ତୃତରେ

ଆପଣଙ୍କ ଗାଡି ପାଇଁ ସବୁଠୁ ଭଲ ବୀମା କିଏ ?
ଆପଣଙ୍କ ଗାଡି ପାଇଁ ସବୁଠୁ ଭଲ ବୀମା କିଏ ?

ହାଇଦ୍ରାବାଦ: ଆଜିକାଲି ସମସ୍ତେ ନୂଆ ଗାଡି କିଣିବାକୁ ଇଚ୍ଛା କରୁଛନ୍ତି । ହେଲେ ରାସ୍ତାରେ ଗାଡି ଚଳାଇବା ପୂର୍ବରୁ ପ୍ରଥମେ ଏହାର ସୁରକ୍ଷା ବାବଦରେ ଯତ୍ନବାନ ହେବା ଉଚିତ୍ । ଯଦି ଆପଣ ଦୁଇ ଚକିଆ କିମ୍ବା ଚାରି ଚକିଆଯାନ କିଣୁଛନ୍ତି, ତେବେ ଇନସ୍ୟୁରାନ୍ସ ପଲିସି ନେବା ବାଧ୍ୟତାମୂଳକ ଅଟେ । ଅପ୍ରତ୍ୟାଶିତ ଦୁର୍ଘଟଣାରୁ ନିଜ ଗାଡିକୁ ସୁରକ୍ଷା ଦେବା ଏବଂ ଅଯଥା ଖର୍ଚ୍ଚାନ୍ତରୁ ରକ୍ଷା ପାଇବା ପାଇଁ ଗାଡିର ବୀମା ନିତାନ୍ତ ଜରୁରୀ । ବୀମା ପଲିସିରେ ନିବେଶ କରିବା ଦ୍ବାରା ଆପଣଙ୍କ ଗାଡି ସୁରକ୍ଷା ସୁନିଶ୍ଚିତ ହୋଇଥାଏ । ଦୁଇ ଚକିଆ ଯାନ ପାଇଁ ୫ ବର୍ଷର ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ଏବଂ କାର୍ ପାଇଁ ତିନି ବର୍ଷର ଇନସ୍ୟୁରାନ୍ସ ନିହାତି ଆବଶ୍ୟକ ।

ଅନେକ ସମୟରେ ଦେଖାଯାଏ ଲୋକେ ପଲିସି ନେବାବେଳେ ଅନେକ ଭୁଲ୍ କରିଥାନ୍ତି । କିନ୍ତୁ ଯେତେବେଳେ ଆପଣ ଗାଡି କିଣୁଛନ୍ତି ଆବଶ୍ୟକୀୟ କାଗଜପତ୍ର ସହ ଠିକ୍ ପଲିସି ଚୟନ କରନ୍ତୁ । ଇନସ୍ୟୁରାନ୍ସ ବିନା ଗାଡି ଚଳାଇବା ଦ୍ବାରା ଜରିମାନା ଗଣିବାକୁ ପଡିପାରେ । ଏହାବ୍ୟତୀତ କୌଣସି ଦୁର୍ଘଟଣା ଘଟିଲେ ଗାଡି ମାଲିକଙ୍କୁ ସମସ୍ତ ଖର୍ଚ୍ଚ ବହନ କରିବାକୁ ପଡିଥାଏ । ତେଣୁ ଯେ ପର୍ଯ୍ୟନ୍ତ ଆପଣଙ୍କ ନିକଟରେ ଅତିକମରେ ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ନାହିଁ ସେପର୍ଯ୍ୟନ୍ତ ରାସ୍ତାକୁ ଗାଡି ବାହାର କରନ୍ତୁ ନାହିଁ ।

Comprehensive insurance ଦୁର୍ଘଟଣା ଓ ଚୋରି ମାମଲାରେ କ୍ଷତିପୂରଣ ପ୍ରଦାନ କରିଥାଏ । ଅନ୍ୟଥା ଆପଣ ସମସ୍ୟାରେ ପଡିବେ । ଅନେକ ଲୋକେ Comprehensive କାର ଇନସ୍ୟୁରାନ୍ସ ଠିକ୍ ସମୟରେ ନବୀକରଣ କରନ୍ତି ନାହିଁ । ଏହା ଭାବି ଯେ, ଆବଶ୍ୟକସ୍ଥଳେ ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ତାଙ୍କୁ ସୁରକ୍ଷା ଦେବ । ହେଲେ କଦାପି ଏହା ଠିକ୍ ବିଚାର ନୁହେଁ । କାରର ସାମାନ୍ୟ କ୍ଷତି, ଏହାର ମରାମତିରେ ଆପଣଙ୍କ ପକେଟରୁ ହଜାର ହଜାର ଟଙ୍କା ଉଡାଇଥାଏ । ଏହି ପରିସ୍ଥିତିରେ ଯଦି ଆପଣଙ୍କ ନିକଟରେ ଇନସ୍ୟୁରାନ୍ସ ଥାଏ ତେବେ ଆପଣଙ୍କ ପକେଟ ଉପରେ ଆର୍ଥିକ ବୋଝ ପଡିନଥାଏ ।

କାର୍ ମୂଲ୍ୟ କେତେ ହେବା ଉଚିତ୍ ତାହା ଗୁରୁତ୍ବପୂର୍ଣ୍ଣ । ଅନେକ କ୍ଷେତ୍ରରେ ଅଟୋ ବୀମା ପ୍ରିମିୟମକୁ କମ୍ କରିବା ଆଶାରେ ଲୋକେ ବୀମା ଘୋଷିତ ମୂଲ୍ୟ(IDV) କମାଇଥାନ୍ତି । କାର୍‌ର କୌଣସି କ୍ଷତି ଘଟିରେ IDV ମିଳିଥାଏ । IDVରେ କାଟ୍ କରିବା ଦ୍ବାରା ହୁଏତ ଆପଣ ପ୍ରିମିୟମରେ ସାମାନ୍ୟ ସଞ୍ଚୟ କରିପାରିବେ, ହେଲେ ଦୁର୍ଘଟଣାସ୍ଥଳେ ପୂର୍ଣ୍ଣ କ୍ଷତିପୂରଣ ପାଇପାରିବେ ନାହିଁ । ତେଣୁ ଉପଯୁକ୍ତ IDV ସୁନିଶ୍ଚିତ କରିବା ବୁଦ୍ଧିମାନର କାମ ଅଟେ ।

ଏହାମଧ୍ୟ ପଢନ୍ତୁ: ଟ୍ବିଟରରେ ବ୍ଲୁ ଟିକ୍ ପାଇଁ ମାସକୁ ଦେବାକୁ ପଡିବ ୮ ଡଲାର

ବେଳେବେଳେ ସପ୍ଲିମେଣ୍ଟାରି ପଲିସି ଗୁଡିକ ସାମିଲ କରିବା ମଧ୍ୟ ଲାଭଦାୟକ ହୋଇପାରେ । ଏହା ଗୋଟିଏ ନୂଆ କାରକୁ ଅତିରିକ୍ତ ସୁରକ୍ଷା ପ୍ରଦାନ କରିଥାଏ । ଆଜିକାଲି ଅନେକ ଗୁଡିଏ ଅନାବଶ୍ୟକ ଆଡ୍ ଅନ ପଲିସିଗୁଡିକ ଅଫର କରାଯାଉଛି । ହେଲେ ଆପଣଙ୍କ ପାଇଁ ଉପଯୋଗୀ ହେବା ଭଳି ଆଡ୍ ଅନ ଚୟନ କରନ୍ତୁ । ଏହି କ୍ଷେତ୍ରରେ ଜିରୋ ଡେପ୍ରିସିଏସନ ସର୍ବୋକୃଷ୍ଟ ଅଟେ । ଏହାବ୍ୟତୀତ ରିଟର୍ଣ୍ଣ ଟୁ ଇନଭଏସ କଭର, ରୋଡସାଇଡ ଆସିଷ୍ଟାଣ୍ଟ, ଇଞ୍ଜିନ ପ୍ରୋଟେକ୍ଟର ମଧ୍ୟ ନେଇପାରିବେ ।

କମ୍ ପ୍ରିମିୟମ ପଲିସି ନେବା ସର୍ବଦା ଉପଯୋଗ ହୋଇନପାରେ । ଇନସ୍ୟୁରାନ୍ସ କମ୍ପାନୀ ଦ୍ବାରା ପ୍ରଦତ୍ତ ସେବାଗୁଡିକୁ ଭଲ ଭାବେ ନିରୀକ୍ଷଣ କରିବା ପରେ ହିଁ ନିଷ୍ପତ୍ତି ନିଅନ୍ତୁ । ଯଦି ଆପଣ ନିଜ ପୁରୁଣା କାର ବିକ୍ରି କରି ଏକ ନୂଆ କାର୍ କିଣିବାକୁ ଚାହାନ୍ତି ତେବେ ଏଠାରେ ନୋ କ୍ଲେମ୍ ବୋନସ ମିଳିପାରିବ ନା ନାହିଁ ତାହା ଚେକ୍ କରନ୍ତୁ । ଏହାଦ୍ବାରା ଆପଣ ଇନସ୍ୟୁରାନ୍ସ ପ୍ରିମିୟମରେ କିଛି ମାତ୍ରାରେ ଡିସକାଉଣ୍ଟ ପାଇପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.