ETV Bharat / business

ଟେସଲାର ଇଭିକୁ ନେଇ ସୁପର ଅଫର, 6 ମାସ ଯାଏଁ ମାଗଣାରେ ସୁପର ଚାର୍ଜିଙ୍ଗ

author img

By ETV Bharat Odisha Team

Published : Nov 26, 2023, 10:49 PM IST

Tesla offers 6 months of free supercharging: ଟେସଲା କମ୍ପାନୀ ଆଣୁଛି କାର ପ୍ରେମୀ ଗ୍ରାହକମାନଙ୍କ ପାଇଁ ନୂଆ ଅଫର । 6 ମାସ ଯାଏଁ ମାଗଣାରେ ସୁପର ଚାର୍ଜିଙ୍ଗର ଅଫର । ଅଧିକ ପଢନ୍ତୁ

ଟେସଲାର ଇଭିକୁ ନେଇ ସୁପର ଅଫର, 6 ମାସ ଯାଏଁ ମାଗଣାରେ ସୁପର ଚାର୍ଜିଙ୍ଗ
ଟେସଲାର ଇଭିକୁ ନେଇ ସୁପର ଅଫର, 6 ମାସ ଯାଏଁ ମାଗଣାରେ ସୁପର ଚାର୍ଜିଙ୍ଗ

ସାନ ଫ୍ରାନ୍ସିସ୍କୋ: ବିଶିଷ୍ଟ ଶିଳ୍ପପତି ଏଲନ ମସ୍କଙ୍କ ଦ୍ବାରା ପରିଚାଳିତ ଟେସଲା କମ୍ପାନୀ ଆଣୁଛି କାର ପ୍ରେମୀ ଗ୍ରାହକମାନଙ୍କ ପାଇଁ ନୂଆ ଅଫର । ଅଗ୍ରଣୀ ଇଲେକଟ୍ରିକ ଯାନ ବାହନ ନିର୍ମାତା କମ୍ପାନୀ ଟେସଲା ଚଳିତ ବର୍ଷ ଶେଷ ସୁଦ୍ଧା ଉତ୍ତର ଆମେରିକାରେ ନିଜର ନୂଆ ମଡେଲ ଇଲେକ୍ଟ୍ରିକ କାର, ମଡେଲ 3 ଏବଂ ମଡେଲ ୱାଇ ଅର୍ଡର ପାଇଁ 6 ମାସ ଯାଏଁ ମାଗଣାରେ ସୁପର ଚାର୍ଜିଙ୍ଗର ଅଫର ପ୍ରଦାନ କରୁଛି । ଏହା ପୂର୍ବରୁ କମ୍ପାନୀ ନିଜର ନୂଆ ଯାନବାହନ ତାଲିକାରେ 3000 ଡଲାର ପର୍ଯ୍ୟନ୍ତର ରିହାତି ପ୍ରଦାନ କରୁଛି । ଏହି ଖବର ସବୁଠାରୁ ପ୍ରଥମେ ଇଲେକ୍ଟ୍ରେକ ନାମକ ୱେବସାଇଟ୍ ଦ୍ବାରା ପ୍ରକାଶ ପାଇଛି । କମ୍ପାନୀର ୱେବସାଇଟ ଅନୁସାରେ ଯଦି ଗ୍ରାହକମାନେ 31 ଡିସେମ୍ବର 2023 ମଧ୍ୟରେ ମଡେଲ 3 କିମ୍ବା ମଡେଲ ୱାଇ କିଣୁଛନ୍ତି ଏବଂ ଡେଲିଭରି ନେଉଛନ୍ତି ତେବେ ସେମାନଙ୍କୁ ମାଗଣାରେ 6 ମାସ ଯାଏଁ ସୁପର ଚାର୍ଜିଙ୍ଗର ସୁବିଧା ମିଳିପାରିବ । କିନ୍ତୁ କମ୍ପାନୀ ତରଫରୁ ଏଥି ପାଇଁ କିଛି ସର୍ତ୍ତ ରହିଛି । ଯେଉଁ ଥିରେ ଗୋଟେ ସର୍ତ୍ତ ହେଉଛି ଯେ ବାହନକୁ ଅତ୍ୟଧିକ ଚାର୍ଜିଙ୍ଗ କଲେ ଟେସଲା କମ୍ପାନୀ ତରଫରୁ ଦିଆଯାଉଥିବା ସୁପର ଚାର୍ଜିଙ୍ଗର ଅଫରକୁ ପ୍ରତ୍ୟାହାର କରାନିଆଯିବ ।

ଏହା ମଧ୍ୟ ପଢନ୍ତୁ... ଇଭି ଟାରିଫ୍ କମେଇବାକୁ କେନ୍ଦ୍ର ସରକାରଙ୍କ ବିଚାର, ଟେସଲାକୁ ଟାର୍ଗେଟ

ଏ ମଧ୍ୟରେ ଏକ ନୂଆ ରିପୋର୍ଟରୁ ଜଣା ପଡିଛି ଯେ ଟେସଲା ଯାନ ଗୁଡିକ ଏ ବର୍ଷର ପ୍ରଥମ 9 ମାସ ମଧ୍ୟରେ ଆମେରିକୀୟ ଇଲେକ୍ଟ୍ରିକ ବାହନ (ଇଭି) ପଞ୍ଜିକରଣରେ ଅନ୍ୟ କାର ନିର୍ମାତା ତୁଳନାରେ ଗୁରୁତ୍ବପୂର୍ଣ ଅନ୍ତରରେ ବୃଦ୍ଧି ହାସଲ କରିଛି । ଏକ୍ସପେରିଆନର ବାହନ ପଂଜିକରଣ ଡାଟା ଅନୁସାରେ ଟେସଲାର ମଡେଲ ୱାଇ ଏବଂ ମଡେଲ 3 ଜାନୁଆରୀ ଓ ସେପ୍ଟେମ୍ବର ମଧ୍ୟରେ ଆମେରିକା ମାର୍କେଟରେ ସବୁଠୁ ଅଧିକ ପଂଜିକୃତ ହୋଇଥିବା ଇଭି ଅଟେ । ଟେସଲାର ଏହି ସମୟ ଅବଧି ମଧ୍ୟରେ 489,454 ଟି ଇଭି ପଂଜିକୃତ ହୋଇଛି । ସୂଚନାଯୋଗ୍ୟ ଯେ ଏଲନ ମସ୍କ ଭାରତ ସରକାରଙ୍କୁ ପ୍ରାରମ୍ଭିକ ଟ୍ୟାକ୍ସ ରିହାତି ପାଇଁ ଅନୁରୋଧ କରିଛନ୍ତି । ଯାହାକି 40000 ଡଲାରରୁ କମ ଦାମର କାର ପାଇଁ 70 ପ୍ରତିଶତ ଏବଂ 40000 ଡଲାରରୁ ଅଧିକ ଦାମର କାର ପାଇଁ 100 ପ୍ରତିଶତ ର ବୃହତ୍ ସୀମା ଶିଳ୍କ ରହିଛି । ଚଳିତ ଜୁନ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏଲନ ମସ୍କ ନ୍ୟୁୟର୍କରେ ଏ ନେଇ ଭେଟି ଚର୍ଚ୍ଚା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.