ETV Bharat / business

Tata Group Chip Production: ଖୁବ୍‌ଶୀଘ୍ର ସେମିକଣ୍ଡକ୍ଟର ଉତ୍ପାଦନ କରିବ ଟାଟା - natarajan chandrasekaran on chip production

ଖୁବ୍‌ଶୀଘ୍ର ଦେଶରେ ସେମିକଣ୍ଡକ୍ଟର ଉତ୍ପାଦନ କରିବାକୁ ଯାଉଛି ଟାଟା(Tata Group will start semiconductor production soon) । ଏକ ସାକ୍ଷାତକାରରେ ସୂଚନା ଦେଲେ ଟାଟା ସନ୍ସ(Tata Sons)ର ଚେୟାରମ୍ୟାନ । ଅଧିକ ପଢନ୍ତୁ

TATA Group: ଖୁବ୍‌ଶୀଘ୍ର Chip ଉତ୍ପାଦନ କରିବ ଟାଟା

author img

By

Published : Dec 9, 2022, 1:09 PM IST

ନୂଆଦିଲ୍ଲୀ: ଧୀରେ ଧୀରେ ଟାଟା ବ୍ୟବସାୟରେ ଯୋଡି ହେଉଛି ନୂଆ ନୂଆ ପ୍ରଡକ୍ଟ । ନିକଟରେ କମ୍ପାନୀ ବିସଲେରୀକୁ ନିଜ ଅଧୀନକୁ ନେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଡକ୍ଟର(Chip) ଉତ୍ପାଦନ କରିବ କମ୍ପାନୀ । ଖାଇବା ଲୁଣଠୁ ନେଇ ଷ୍ଟିଲ୍ ପର୍ଯ୍ୟନ୍ତ ପ୍ରଡକ୍ଟ ଉତ୍ପାଦନ କରୁଥିବା ଟାଟା ଏବେ ସେମିକଣ୍ଡକ୍ଟର ଉତ୍ପାଦନ କରିବ ବୋଲି ଜଣାପଡିଛି(Tata Group will start semiconductor production soon) ।

ଆସନ୍ତା କିଛି ବର୍ଷ ମଧ୍ୟରେ କମ୍ପାନୀ ସେମିକଣ୍ଡକ୍ଟର ଉତ୍ପାଦନ ଆରମ୍ଭ କରିବ । ଜାପାନର ମୁଖ୍ୟ ବିଜନେସ୍ ନ୍ୟୁଜ ଖବର ସଂସ୍ଥା ନିକକେ ଏସିଆକୁ ଦେଇଥିବା ଏକ ସାକ୍ଷାତକାରରେ ଟାଟା ସନ୍ସର ଚେୟାରମ୍ୟାନ୍(Tata Sons Chairman) ନଟରାଜନ୍ ଚନ୍ଦ୍ରଶେଖରନ ଏନେଇ ସୂଚନା ଦେଇଛନ୍ତି । ଚନ୍ଦ୍ରଶେଖରନ ସାକ୍ଷାତକାରରେ କହିଛନ୍ତି ଯେ, "କମ୍ପାନୀ ବୈଦ୍ୟୁତିକ ଯାନ ପରି କ୍ଷେତ୍ରରେ ଆହୁରି କିଛି ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛି । ଆମେ ଟାଟା ଇଲେକ୍ଟ୍ରୋନିକ୍ସ ସୃଷ୍ଟି କରିଛୁ, ଏହା ଅଧୀନରେ ଆମେ ସେମିକଣ୍ଡକ୍ଟର ଆସେମ୍ବଲି ଟେଷ୍ଟିଂ ବିଜନେସ୍ ଆରମ୍ଭ କରିବାକୁ ଯାଉଛୁ । ସେମିକଣ୍ଡକ୍ଟର ଉତ୍ପାଦନକୁ ନେଇ ବିଭିନ୍ନ ସଂସ୍ଥା ସହ ଆଲୋଚନା ଚାଲିଛି ।"

ତେବେ ଚନ୍ଦ୍ରଶେଖରନଙ୍କ ବିବୃତ୍ତିରୁ ଏହା ବୁଝାପଡୁଛି ଯେ ଆଗାମୀ ଦିନରେ ଟାଟା ଗ୍ରୁପ୍ ସେମିକଣ୍ଡକ୍ଟର ତିଆରି କରୁଥିବା କୌଣସି ବିଦ୍ୟମାନ କମ୍ପାନୀ ସହିତ ସହଭାଗୀ ହୋଇପାରେ । ଖବରକାଗଜକୁ ଦିଆଯାଇଥିବା ସାକ୍ଷାତକାର ଅନୁଯାୟୀ, ଚନ୍ଦ୍ରଶେଖରନ କହିଛନ୍ତି ଯେ, "ଏକ ଅପଷ୍ଟ୍ରିମ୍ ଚିପ୍ ଫେବ୍ରିକେସନ ପ୍ଲାଟଫର୍ମ ଲଞ୍ଚ କରାଯାଇପାରେ । ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ ବିପୁଳ ବିନିଯୋଗ ଆବଶ୍ୟକ । ଟାଟା ଗ୍ରୁପ୍ ଆସନ୍ତା 5 ବର୍ଷ ମଧ୍ୟରେ 90 ବିଲିୟନ ଡ଼ଲାର୍ (ପ୍ରାୟ 7.4 ଲକ୍ଷ କୋଟି ଟଙ୍କା) ବିନିଯୋଗ କରିବାକୁ ଯୋଜନା କରିଛି ।"

ତେବେ ଟାଟା ଗ୍ରୁପ୍ ଯଦି, ସେମିକଣ୍ଡକ୍ଟର ଉତ୍ପାଦନ ଆରମ୍ଭ କରେ, ବିଶ୍ୱରେ ଚିପ୍‌ ଯୋଗାଣ ଶୃଙ୍ଖଳାରେ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହେବାରେ ଦେଶକୁ ସହଯୋଗ ମିଳିପାରିବ । କହି ରଖୁଛୁ ଯେ, ଇଲେକ୍ଟ୍ରୋନିକ୍ ପ୍ରଡକ୍ଟ ଉତ୍ପାଦନ ଉଦ୍ଦେଶ୍ୟରେ ଟାଟା ଗ୍ରୁପ୍ 2020 ମସିହାରେ ଟାଟା ଇଲେକ୍ଟ୍ରୋନିକ୍ସ ଗଠନ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.