ETV Bharat / business

ମାରାତ୍ମକ ରୋଗରୁ ପରିବାରର ସୁରକ୍ଷା ପାଇଁ କରନ୍ତୁ ଏହି ସବୁ ବୀମା

ବ୍ୟାଧି ଭଳି ଅପ୍ରତ୍ୟାଶିତ ଖର୍ଚ୍ଚାନ୍ତ ପାଇଁ ସର୍ବଦା ପ୍ରସ୍ତୁତ ରହିବା ଉଚିତ୍ । ନଚେତ୍ ମହଙ୍ଗା ମେଡିକାଲ ଚିକିତ୍ସା ଖର୍ଚ୍ଚ ଆପଣଙ୍କୁ ଆର୍ଥିକ ରୂପେ ପଙ୍ଗୁ କରିପାରେ । ଏହି ଦୃଷ୍ଟିରୁ ସ୍ବାସ୍ଥ୍ୟବୀମା ସହ ପୂର୍ବରୁ ନିଜକୁ ପ୍ରସ୍ତୁତ ରଖିବା ନିତାନ୍ତ ଜରୁରୀ । ଅଧିକ ପଢନ୍ତୁ

ପରିବାରର ସୁରକ୍ଷା ପାଇଁ କରନ୍ତୁ ଏହିସବୁ ବୀମା
ପରିବାରର ସୁରକ୍ଷା ପାଇଁ କରନ୍ତୁ ଏହିସବୁ ବୀମା
author img

By

Published : Oct 20, 2022, 9:19 AM IST

ହାଇଦ୍ରାବାଦ: ବିଜ୍ଞାନ ଯେତିକି ଅଗ୍ରଗତି କରୁଛି ମଣିଷ ନୂଆ ନୂଆ ରୋଗର ଶିକାର ହେଉଛି । ଜୀବନ ରକ୍ଷାକାରୀ ମେଡିସିନର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଉଛି । ଏପରି ସ୍ଥିତିରେ ନିଜକୁ ଏବଂ ନିଜ ପରିବାରକୁ ଅପ୍ରତ୍ୟାଶିତ ବ୍ୟାଧି କିମ୍ବା ଅନ୍ୟାନ୍ୟ ମେଡିକାଲ ଏମର୍ଜେନ୍ସିରୁ ରକ୍ଷା କରିବା ପାଇଁ ହେଲେ ସ୍ବାସ୍ଥ୍ୟ ବୀମା ନେବା ନିତାନ୍ତ ଜରୁରୀ ହୋଇପଡିଛି । ଯଦି ପରିବାରର କେହି ସଦସ୍ୟ ହଠାତ୍ ଅସୁସ୍ଥ ହେଉଛନ୍ତି ଏବଂ ଆପଣ ଏହି ଚିକିତ୍ସା ଜନିତ ବ୍ୟୟ ପାଇଁ ପ୍ରସ୍ତୁତ ନାହାନ୍ତି ତେବେ ଆର୍ଥିକ ରୂପେ ଚାପଗ୍ରସ୍ତ(Financial stress) ହେବା ସ୍ବାଭାବିକ । ଏହିସବୁ ଅପ୍ରତ୍ୟାଶିତ ଘଟଣାଗୁଡିକ ପାଇଁ ଆମକୁ ପୂର୍ବରୁ ହିଁ ଆବଶ୍ୟକୀୟ ଅର୍ଥରାଶି ଅଥବା ବୀମା ସହିତ ନିଜକୁ ପ୍ରସ୍ତୁତ ରଖିବା ଉଚିତ୍ । ବିଶେଷକରି ଏପରି ବୀମା ଚୟନ କରିବା ଆବଶ୍ୟକ, ଯାହାକି ସ୍ବାସ୍ଥ୍ୟଗତ ଜଟିଳତା ସମୟରେ ପରିବାରକୁ ସୁରକ୍ଷା ଯୋଗାଉଥିବ ।

ସାମ୍ପ୍ରତିକ ସମୟରେ ସ୍ବାସ୍ଥ୍ୟବୀମା ପଲିସିର ପ୍ରୟୋଜନୀୟତା ଖୁବ୍ ଅଧିକ ରହିଛି । ସ୍ବାସ୍ଥ୍ୟ ବୀମା ଆପଣଙ୍କ ଭବିଷ୍ୟତର ସୁରକ୍ଷା ପାଇଁ ସର୍ବୋକୃଷ୍ଟ ନିବେଶ ଅଟେ । ତେବେ ଏହି ବୀମା ନେବା ସମୟରେ ସତର୍କ ରହିବାର ଆବଶ୍ୟକତା ରହିଛି । ଆପଣ ନେଉଥିବା ବୀମା ଯେ, ଜରୁରୀ ସମୟରେ ଉପାଦେୟ ହୋଇପାରୁଥିବ ତାଙ୍କ ସୁନିଶ୍ଚିତ କରିବା ଦରକାର । ବୃଦ୍ଧାବସ୍ଥାରେ ରୋଗବ୍ୟାଧିରେ ଆକ୍ରାନ୍ତ ହେବା ସାଧାରଣ କଥା । ହେଲେ ଆଜିକାଲି ଯୁବପିଢି ମଧ୍ୟ ନାନାପ୍ରକାର ମାରାତ୍ମକ ବ୍ୟାଧିର ଶିକାର ହେଉଛନ୍ତି । ବୟସ ୩୦ ଡେଇଁବା ମାତ୍ରେ ଡାଇବେଟିସ୍, ବ୍ଲଡପ୍ରେସର ଭଳି ରୋଗ ମାଡି ବସୁଛି । କମ୍ ବୟସରେ ହାର୍ଟଆଟାକ ଓ କିଡନୀ ସମସ୍ୟା ମଧ୍ୟ ସାଧାରଣ ହୋଇଗଲାଣି । ତେଣୁ ଏହିଭଳି ରୋଗରୁ ବର୍ତ୍ତିବା ପାଇଁ ଆମକୁ ସ୍ବାସ୍ଥ୍ୟବୀମା ନେବା ସମୟରେ ଅଧିକ ଯତ୍ନବାନ ହେବାକୁ ପଡିବ ।

ମେଡିକାଲ ଜନିତ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ଆମକୁ ସ୍ବାସ୍ଥ୍ୟବୀମା ରାଶି ଚୟନ କରିବାକୁ ପଡିବ । ପୂର୍ବରୁ ଆମମାନଙ୍କ ମଧ୍ୟରୁ ଅନେକ ଲୋକ କାମ କରୁଥିବା ଅଫିସରୁ ଗ୍ରୁପ ଇନସ୍ୟୁରାନ୍ସ ପଲିସି ଗ୍ରହଣ କରିଛନ୍ତି । ଏହା ସଙ୍ଗେ ସଙ୍ଗେ ସେମାନେ ନିଜର ଏକ ପଲିସି ନେବା ଜରୁରୀ । ଏହାପୂର୍ବରୁ ଚିନ୍ତା କରିବାକୁ ହେବ ଯେ, ବ୍ୟକ୍ତିଗତ ପଲିସି ନା ପୁରା ପରିବାରକୁ କଭର କରିପାରୁଥିବା ପଲିସି ନେବା ଉଚିତ୍ । କମ୍ପାନୀ ଗୁଡିକ ପକ୍ଷରୁ ଫ୍ୟାମିଲି ଫ୍ଲୋଟର ପଲିସି ଗୁଡିକ ଅଫର କରାଯାଉଛି । ତେବେ ଜୀବନ ସାରା ଆମ ସ୍ବାସ୍ଥ୍ୟର ଯତ୍ନ ନେଇ ପାରୁଥିବା ଭଳି ପଲିସି ନେବା ଶ୍ରେୟସ୍କର ।

ଏହାମଧ୍ୟ ପଢନ୍ତୁ: ଭଲ ରିଟର୍ଣ୍ଣ ଚାହୁଁଥିଲେ ବାଛନ୍ତୁ ୟୁନିଟ ଲିଙ୍କଡ ନିବେଶ ପ୍ଲାନ

କେତେକ ଲୋକ ଅତ୍ୟଧିକ ଆତ୍ମବିଶ୍ବାସ ଯୋଗୁଁ ସ୍ବାସ୍ଥ୍ୟବୀମା ନେବା ସମୟରେ ଅବହେଳା ପ୍ରଦର୍ଶନ କରିଥାନ୍ତି । ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଥିବାରୁ ଏହି ପଲିସି ନେବା ଉଚିତ୍ କି ନୁହେଁ ସେନେଇ ଦ୍ବନ୍ଦରେ ପଡିଥାନ୍ତି । ମାତ୍ର ଏଠାରେ କହି ରଖିବାକୁ ଚାହୁଁଛୁ ଯେ, ୩୦ ବର୍ଷ ହେବା ପୂର୍ବରୁ ସ୍ବାସ୍ଥ୍ୟବୀମା କରାନ୍ତୁ । କାରଣ ଏହି ପଲିସି ନେବା ପୂର୍ବରୁ ମେଡିକାଲ ଟେଷ୍ଟ ବାଧ୍ୟତାମୂଳକ ଅଟେ । ଯଦି ଆପଣ ଅଧିକ ମୋଟା ଅଟନ୍ତି ତାହାହେଲେ କମ୍ପାନୀ ପଲିସି ଦେବା ପାଇଁ ଅନାଗ୍ରହ ପ୍ରକାଶ କରିପାରନ୍ତି । ଯଦି ବି ସେ ଦିଅନ୍ତି ତେବେ ଏଥିପାଇଁ ଅଧିକ ପ୍ରିମିୟମ ଚାର୍ଜ କରିଥାନ୍ତି । ତେଣୁ ଭଲ ହେବ ସୁସ୍ଥ ଥିବା ବେଳେ ହିଁ ସ୍ବାସ୍ଥ୍ୟବୀମା ପଲିସି ଚୟନ କରିବା ।

ସେହିପରି ପଲିସି ନେବା ସମୟରେ ଏହାର ସର୍ତ୍ତାବଳୀଗୁଡିକୁ ଭଲ ଭାବେ ବୁଝିବା ଦରକାର । କୌଣସି ସବ୍‌ ଲିମିଟ ବିନା ପଲିସି ନେବା ଉଚିତ୍ । କେତେକ ପଲିସି କେବଳ ହସ୍ପିଟାଲ ରୁମ୍, ଆଇସିୟୁ ଏବଂ ଚିକିତ୍ସା ଖର୍ଚ୍ଚ ଭରଣା କରିଥାଏ । ଏହିଭଳି ପଲିସି ଗୁଡିକ ନେବାରୁ ନିବୃତ୍ତ ରୁହନ୍ତୁ । ହସ୍ପିଟାଲାଇଜେସ ପୂର୍ବର ଖର୍ଚ୍ଚ ଏବଂ ଡିସଚାର୍ଜ ପରର ଖର୍ଚ୍ଚ କଭର କରୁଥିବା ଭଳି ପଲିସି ନିଅନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.