ETV Bharat / business

SBI Mutual Fund : ନଜାରା ଟେକ୍ନୋଲୋଜିରେ 410 କୋଟି ଟଙ୍କା ବିନିଯୋଗ କରିବ SBI ମ୍ୟୁଚୁଆଲ ଫଣ୍ଡ

author img

By ETV Bharat Odisha Team

Published : Sep 8, 2023, 8:36 PM IST

ଗେମିଂ କମ୍ପାନୀ ନଜାରା ଟେକ୍ନୋଲୋଜିରେ 410 କୋଟି ଟଙ୍କା ବିନିଯୋଗ କରିବ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ମ୍ୟୁଚୁଆଲ ଫଣ୍ଡ । ଅଧିକ ପଢ଼ନ୍ତୁ

SBI ମ୍ୟୁଚୁଆଲ ଫଣ୍ଡ
SBI ମ୍ୟୁଚୁଆଲ ଫଣ୍ଡ

ନୂଆଦିଲ୍ଲୀ: ଗେମିଂ କମ୍ପାନୀ ନଜାରା ଟେକ୍ନୋଲୋଜିରେ 410 କୋଟି ଟଙ୍କା ବିନିଯୋଗ କରିବ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ମ୍ୟୁଚୁଆଲ ଫଣ୍ଡ୍‌ (SBI MF)। ଏସ୍‌ବିଆଇ ମ୍ୟୁଚୁଆଲ ଫଣ୍ଡ ପ୍ରାଇଭେଟ୍‌ ପ୍ଲେସମେଣ୍ଟ୍‌ ମାଧ୍ୟମରେ ଏହାର ଇକ୍ୟୁଟି ସେୟାରକୁ ଅଗ୍ରାଧିକାର ବଣ୍ଟନକୁ ନେଇ ସହମତି ପ୍ରକାଶ କରିଛି । ତେବେ ଏହି ଗେମିଂ ଏବଂ ସ୍ପୋର୍ଟସ୍‌ ମିଡିଆ ପ୍ଲାଟଫର୍ମ କମ୍ପାନୀ କହିଛି ଯେ, ଏହି ସେୟାର ଗୁଡ଼ିକର ଫେସ୍‌ ଭ୍ୟାଲୁ ( Face Value ) 4 ଟଙ୍କା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...Life Insurance Policy: ୫ ଲକ୍ଷରୁ ଅଧିକ ପ୍ରିମିୟମ ଯୁକ୍ତ ଜୀବନ ବୀମା ପାଇଁ ଆସିଲା ନୂଆ ନିୟମ

ତେବେ ନଜାରା ଟେକ୍ନୋଲୋଜି କମ୍ପାନୀ ପ୍ରତି ସେୟାରର ମୂଲ୍ୟ 714 ଟଙ୍କା ଆଧାରରେ 5742296 ସେୟାର ଜାରି କରିବ। ଏହାର ମୋଟ ମୂଲ୍ୟ 409.99 କୋଟି ଟଙ୍କା ହେବ । ତେବେ କମ୍ପାନୀ କହିଛି ଯେ, ଏହି ନିବେଶ ଏସବିଆଇ ମ୍ୟୁଚୁଆଲ ଫଣ୍ଡର 3ଟି ସ୍କିମ୍‌ ମାଧ୍ୟମରେ ବିନିଯୋଗ ହେବ । ତେବେ ସେଗୁଡ଼ିକ ହେଉଛି- ଏସବିଆଇ ମଲ୍ଟିକ୍ୟାମ୍ପ୍‌ ଫଣ୍ଡ, ଏସବିଆଇ ମାଗ୍ନମ୍‌ ଗ୍ଲୋବାଲ ଫଣ୍ଡ୍‌ ଏବଂ ଏସବିଆଇ ଟେକ୍ନୋଲୋଜି ଅପରଚ୍ୟୁନିଟି ଫଣ୍ଡ ।

ଏହା ମଧ୍ୟ ପଢ଼ନ୍ତୁ...Rice Price: ଭାରତରୁ ଚାଉଳ ରପ୍ତାନୀ ବନ୍ଦ ପରେ ବିଶ୍ୱରେ ପ୍ରଭାବ, 15 ବର୍ଷର ରେକର୍ଡ ଭାଙ୍ଗିଲା ଚାଉଳ ଦର

ସୂଚନା ଅନୁସାରେ, ଏହି ସପ୍ତାହରେ ଘରୋଇ ବ୍ରୋକରେଜ୍‌ ଫର୍ମ ଜେରୋଧା ପ୍ରତିଷ୍ଠାତା ନିଖିଲ ଏବଂ ନିତିନ କାମଥ ମଧ୍ୟ ନିଜର ଅଂଶୀଦାର ବଢ଼ାଇଛନ୍ତି । ଜେରୋଧା ନଜାରାରେ 100 କୋଟି ଟଙ୍କା ବିନିଯୋଗ କରିଛି । ଯାହା ଦ୍ବାରା ନଜାରାରେ ସେମାନଙ୍କର ଅଂଶିଦାର 1 ପ୍ରତିଶତରୁ ବଢ଼ି 3.5 ପ୍ରତିଶତ ହୋଇଛି । ଏହାସହ ନଜାରା କାମଥଙ୍କୁ ପ୍ରତି ସେୟାର ମୂଲ୍ୟ 714 ଟଙ୍କାରେ ଅଫର କରିଛନ୍ତି । ତେବେ ନଜାରା କମ୍ପାନୀର ମୋଟ୍‌ କ୍ୟାପିଟାଲ 5.94 କୋଟି ଟଙ୍କା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...Basmati Rice Export: 1ଟନ୍‌ ବାସୁମତୀ ଚାଉଳ ରପ୍ତାନୀ ଉପରେ 1200 ଡଲାର ରପ୍ତାନୀ ଶୁଳ୍କ ଲଗାଇଲେ ସରକାର

ସେପଟେ ଗେମିଂ କମ୍ପାନୀ ନଜାରା ନିଜର ପୋର୍ଟଫୋଲିୟୋକୁ ବଢ଼ାଇବା ପାଇଁ ଚାହୁଁଛି । ଯାହା ପାଇଁ କମ୍ପାନୀ ଇସ୍ରାଇଲର ସ୍ନେକ୍‌ ଗେମ୍‌ରେ 5 ଲକ୍ଷ ଡଲାରର ବିନିଯୋଗ କରିଛି । ତେବେ ଷ୍ଟକ୍‌ ମାର୍କେଟରେ ନଜାରାର ସେୟାର 886.00 ଟଙ୍କାରେ ଆରମ୍ଭ ହେବା ସହ ଏଥିରେ 2.21 ପ୍ରତିଶତ ବୃଦ୍ଧି ପାଇଛି । ଏହାର ସେୟାର ବୃଦ୍ଧି ପାଇ 896.70 ଟଙ୍କାରେ କାରବାର କରିଛି । ଏହିପରି ଭାବରେ ଏହାର ସେୟାର ପ୍ରାରମ୍ଭିକ କରାବାରରେ 19.35 ଟଙ୍କା ବୃଦ୍ଧି ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.