ETV Bharat / business

ମହଙ୍ଗା ହେବ ଲୋନ, MCLR ବଢାଇଲା ଷ୍ଟେଟ୍ ବ୍ୟାଙ୍କ - ଏମସିଏଲଆର ବଢାଇଲା ଷ୍ଟେଟ୍ ବ୍ୟାଙ୍କ

ଏଣିକି ମହଙ୍ଗା ହେବ ଲୋନ । MCLR ବଢାଇଲା ସର୍ବବୃହତ୍ ରାଷ୍ଟ୍ରାୟତ୍ତ ବ୍ୟାଙ୍କ SBI । ଅଧିକ ପଢନ୍ତୁ

ମହଙ୍ଗା ହେବ ଲୋନ, MCLR ବଢାଇଲା ଷ୍ଟେଟ୍ ବ୍ୟାଙ୍କ

author img

By

Published : Apr 19, 2022, 8:46 AM IST

ନୂଆଦିଲ୍ଲୀ: SBI ଗ୍ରାହକଙ୍କୁ ବଡ ଝଟ୍‌କା । ଏଣିକି ମହଙ୍ଗା ହେବ ଲୋନ । କାରଣ ଦେଶର ସର୍ବବୃହତ୍ ରାଷ୍ଟ୍ରାୟତ୍ତ ବ୍ୟାଙ୍କ SBI ଲୋନ ଉପରେ ମାର୍ଜିନାଲ କଷ୍ଟ ଅଫ୍ ଲେଣ୍ଡିଂ ରେଟ୍ (MCLR)ରେ ୧୦ ବେସିସ୍ ପଏଣ୍ଟ ବୃଦ୍ଧି ଘୋଷଣା କରିଛି । ଚଳିତ ବର୍ଷ ଏପ୍ରିଲ ୧୫ରୁ ଏହି ନୂଆ ପରିବର୍ତ୍ତନ ଲାଗୁ ହୋଇଛି । MCLRରେ ବୃଦ୍ଧି ହେବା ଯୋଗୁଁ ଗୃହ, ଅଟୋ ଏବଂ ଅନ୍ୟ କେତେକ ଲୋନ ମହଙ୍ଗା ହୋଇଯିବ । ଅର୍ଥାତ୍ ଉଭୟ ଗ୍ରାହକ ଏବଂ କର୍ପୋରେଟ୍ ଲୋନ ଉପରେ ଅଧିକ ସୁଧ ଦେବେ । ତିନି ବର୍ଷରୁ ଅଧିକ ସମୟ ମଧ୍ୟରେ ଷ୍ଟେଟ୍ ବ୍ୟାଙ୍କ ଦ୍ବାରା ଋଣହାର ବୃଦ୍ଧି ହେବାର ଏହା ହେଉଛି ପ୍ରଥମ ଉଦାହରଣ ।

SBI ୱେବସାଇଟ ଅନୁସାରେ, ଏକମାସ, ତିନିମାସ ଏବଂ ଛଅ ମାସ MCLRରେ ୧୦ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଛି । ଗ୍ରାହକଙ୍କ ପାଇଁ ତିନି ମାସ ଯାଏଁ ମାର୍ଜିନାଲ କଷ୍ଟ ଲେଣ୍ଡିଂ ରେଟ୍ ୬.୬୫ ପ୍ରତିଶତ ବଦଳରେ ୬.୭୫ ପ୍ରତିଶତ ସୁଧହାର ଲାଗୁ ହେବ । ୬ ମାସ ପାଇଁ ୬.୯୫ ପ୍ରତିଶତ ବଦଳରେ ୭.୦୫ ପ୍ରତିଶତ ଏମସିଏଲଆର ରହିବ । ସେହିପରି ଏକ ବର୍ଷ ବିଶିଷ୍ଟ MCLR ପାଇଁ ୭.୧୦ ପ୍ରତିଶତ, ଦୁଇ ବର୍ଷ ପାଇଁ ୭.୩୦ ପ୍ରତିଶତ ଏବଂ ୩ ବର୍ଷ ଯାଏଁ ୭.୪୦ ପ୍ରତିଶତ ରହିବ ।

କହିରଖୁଛୁ କି, ଏମସିଏଲଆର ହେଉଛି ସର୍ବନିମ୍ନ ସୁଧଦର, ଯେଉଁଥିରେ ବ୍ୟାଙ୍କ ଋଣ ଦେଇଥାଏ । ଭାରତରେ ନୋଟବନ୍ଦୀ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ଏହି ପଦ୍ଧତି ଆରମ୍ଭ କରାଯାଇଥିଲା । MCLR ପ୍ରକ୍ରିୟାରେ ବାଣିଜ୍ୟକ ବ୍ୟାଙ୍କ ଦ୍ବାରା ଋଣ ଉପରେ ସର୍ବନିମ୍ନ ସୁଧହାର ସ୍ଥିର କରାଯାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.