ETV Bharat / business

Life Insurance Policy: ୫ ଲକ୍ଷରୁ ଅଧିକ ପ୍ରିମିୟମ ଯୁକ୍ତ ଜୀବନ ବୀମା ପାଇଁ ଆସିଲା ନୂଆ ନିୟମ - ୫ ଲକ୍ଷରୁ ଅଧିକ ପ୍ରିମିୟମ ପାଇଁ ନୂଆ ନିୟମ

ଆୟକର ବିଭାଗ ଜୀବନ ବୀମା ପଲିସି ସହ ଜଡ଼ିତ ନୂଆ ନିୟମ ସ୍ଥିର କରିଛି । ୫ ଲକ୍ଷରୁ ଅଧିକ ପ୍ରିମିୟମର ଜୀବନ ବୀମା ପାଇଁ ନୂଆ ନିୟମ ସ୍ଥିର ହୋଇଛି । ଅଧିକ ପଢନ୍ତୁ

Life Insurance Policy
Life Insurance Policy
author img

By

Published : Aug 17, 2023, 3:12 PM IST

ନୂଆଦିଲ୍ଲୀ: ଜୀବନ ବୀମା ପଲିସିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଆୟକର ବିଭାଗ ଜୀବନ ବୀମା ପଲିସି ସହ ଜଡ଼ିତ ନୂଆ ନିୟମ ସ୍ଥିର କରିଛି । ୫ ଲକ୍ଷରୁ ଅଧିକ ବାର୍ଷିକ ପ୍ରିମିୟମ କ୍ଷେତ୍ରରେ Life Insurance Policy(LIP)ରୁ ମିଳୁଥିବା ଆୟର ଗଣନା ପାଇଁ ନୂଆ ନିୟମ ନିର୍ଦ୍ଧାରିତ ହୋଇଛି । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (CBDT) ଆୟକର ଅଧିନିୟମ, ୨୦୨୩କୁ ଅଧିସୂଚୀତ କରିଛି । ଏଥିରେ ଜୀବନ ବୀମା ପଲିସିର ମ୍ୟାଚୁରିଟି ପରେ ମିଳୁଥିବା ଅର୍ଥରାଶି କ୍ଷେତ୍ରରେ ଆୟର ଗଣନା ପାଇଁ ୧୧ ୟୁଏସିଏ ନିୟମ ନିର୍ଦ୍ଧାରିତ କରାଯାଇଛି । ଯେଉଁ ପଲିସିରେ ପ୍ରିୟମିୟ ରାଶି ୫ ଲକ୍ଷରୁ ଅଧିକ ସେ କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ ହେବ ।

ସଂଶୋଧନ ଅନୁସାରେ, ୧ ଏପ୍ରିଲ ୨୦୨୩ କିମ୍ବା ଏହା ପରେ ଜାରି ହୋଇଥିବା ପଲିସି ପାଇଁ ଧାରା ୧୦(10D) ଅଧିନରେ ମ୍ୟାଚୁରିଟି ଲାଭ ଉପରେ ସେତେବେଳେ ଟିକସ ଛାଡ଼ ପ୍ରଯୁଜ୍ୟ ହେବ, ଯଦି ଜଣେ ବ୍ୟକ୍ତିଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ମୋଟ ପ୍ରିମିୟମ ରାଶି ୫ ଲକ୍ଷରୁ ଅଧିକ ନହୁଏ । ଏହି ଲିମିଟ୍ ଠାରୁ ଅଧିକ ପ୍ରିୟମିୟ ପାଇଁ ମିଳୁଥିବା ରାଶିକୁ ଆୟ ସହିତ ଯୋଡ଼ା ଯିବ ଓ ପ୍ରଚଳିତ ହାରରେ ଟିକସ ଲଗାଯିବ ।

ଏହାମଧ୍ୟ ପଢନ୍ତୁ: Repo Rate: ୬.୫ ପ୍ରତିଶତରେ ରେପୋ ରେଟ୍ ଅପରିବର୍ତ୍ତିତ

୨୦୨୩-୨୪ କେନ୍ଦ୍ର ବଜେଟରେ ୟୁଲିପି(ୟୁନିଟ୍ ଲିଙ୍କ୍‌ଡ୍‌ ଇନସ୍ୟୁରାନ୍ସ ପ୍ଲାନ୍‌) ବ୍ୟତୀତ ଜୀବନ ବୀମା ପଲିସିଗୁଡ଼ିକ କ୍ଷେତ୍ରରେ ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ଘୋଷଣା କରାଯାଇଥିଲା । AMRG & Associatesର ଜଏଣ୍ଟ ପାର୍ଟନର ଓମ୍ ରାଜପୁରୋହିତ କହିଥିଲେ ଯେ, ମ୍ୟାଚୁରିଟି ଉପରେ ମିଳୁଥିବା ଯେକୌଣସି ଅତିରିକ୍ତ ଅର୍ଥରାଶିରେ 'ଅନ୍ୟ ଉତ୍ସରୁ ଆୟ' ଶ୍ରେଣୀ ଅନୁଯାୟୀ ଟିକସ ଲାଗିବ । ବୀମାଧାରକଙ୍କ ମୃତ୍ୟୁ ପରେ ପ୍ରାପ୍ତ ରାଶି ପାଇଁ ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଅର୍ଥାତ୍ ଏହା ପୂର୍ବଭଳି ଆୟକରରୁ ମୁକ୍ତ ରହିବ ।

ଆଜିକାଲି ପ୍ରାୟ ସମସ୍ତ ଲୋକେ ଜୀବନ ବୀମା ବା ଲାଇଫ୍‌ ଇନସ୍ୟୁରାନ୍ସ ନେଇଥାଆନ୍ତି । ଜୀବନ ବୀମା ଦୁର୍ଘଟଣା, ମାରାତ୍ମକ ରୋଗ ଓ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁରୁ ଆପଣଙ୍କ ପରିବାରୁ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ । କୌଣସି କାରଣରୁ ପଲିସିଧାରକଙ୍କ ମୃତ୍ୟୁ ଘଟିଲେ ବୀମା କମ୍ପାନୀ ବ୍ୟକ୍ତିଙ୍କ ବୀମା ପଲିସିର ଟର୍ମ ଅନୁଯାୟୀ ହିତାଧିକାରୀ ବା ନୋମିନିଙ୍କୁ କ୍ଲେମ୍‌ ଦେଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.