ETV Bharat / business

କମିଲା ଖୁଚୁରା ମୁଦ୍ରାସ୍ଫୀତି, ଖାଉଟିଙ୍କୁ ସାମାନ୍ୟ ଆଶ୍ବସ୍ତି - ମେରେ କମିଲା ଖୁଚୁରା ମୁଦ୍ରାସ୍ଫୀତି

ଖାଉଟିଙ୍କୁ ସାମାନ୍ୟ ଆଶ୍ବସ୍ତି । ମେ ମାସରେ ୭.୪%କୁ ହ୍ରାସ ପାଇଲା ଖୁଚୁରା ମୁଦ୍ରାସ୍ଫୀତି । ଅଧିକ ପଢନ୍ତୁ

ମେ'ରେ କମିଲା ଖୁଚୁରା ମୁଦ୍ରାସ୍ଫୀତି
ମେ'ରେ କମିଲା ଖୁଚୁରା ମୁଦ୍ରାସ୍ଫୀତି
author img

By

Published : Jun 14, 2022, 8:20 AM IST

ନୂଆଦିଲ୍ଲୀ: ବିଗତ କିଛି ମାସ ହେଲା ଲୋକଙ୍କୁ କଲବଲ କରୁଥିଲା ମହଙ୍ଗା ମାଡ । ଖାଦ୍ୟ ଓ ଇନ୍ଧନ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ମଧ୍ୟବିତ୍ତ ଓ ଗରୀବ ପରିବାରକୁ ପ୍ରଭାବିତ କରିଥିଲା । ଗତ ଏପ୍ରିଲ ମାସରେ 8 ବର୍ଷର ରେକର୍ଡ ଭାଙ୍ଗି 7.79 ପ୍ରତିଶତ ରହିଥିଲା ଖୁଚୁରା ମୁଦ୍ରାସ୍ଫୀତି(Retail Inflation) । ମାତ୍ର ଦରବୃଦ୍ଧିରୁ ଏବେ ଖାଉଟିଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଗତ ମେ ମାସରେ ଖାଉଟି ମୁଦ୍ରାସ୍ଫୀତିରେ ସାମାନ୍ୟ ହ୍ରାସ ହୋଇଛି ।

ଏହି ମାସରେ ମୁଦ୍ରାସ୍ଫୀତି 7.04 ପ୍ରତିଶତକୁ ଖସି ଆସିଛି । ସୋମବାର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (National Statistical Office) ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ମୁଖ୍ୟତଃ ଖାଦ୍ୟପଦାର୍ଥ ଓ ଇନ୍ଧନ ମୂଲ୍ୟରେ ସାମାନ୍ୟ ହ୍ରାସ ଏବଂ ଦରଦାମ ନିୟନ୍ତ୍ରଣ ପାଇଁ ରିଜର୍ଭ ବ୍ୟାଙ୍କର ଶୁଳ୍କ କାଟ ଓ ସୁଧହାର ବୃଦ୍ଧି ପଦକ୍ଷେପ ଯୋଗୁଁ ମେ ମାସରେ ମୁଦ୍ରାସ୍ଫୀତି କମିଥିବା ରିପୋର୍ଟରେ କୁହାଯାଇଛି । ଖୁଚୁରା ମୁଦ୍ରାସ୍ଫୀତି କିଛିଟା ହ୍ରାସ ହୋଇଥିଲେ ମଧ୍ୟ ଏହା ରିଜର୍ଭ ବ୍ୟାଙ୍କର ମୁଦ୍ରାସ୍ଫୀତି ଆକଳନଠାରୁ ଅଧିକ ରହିଛି ।

ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରିତ ଖୁଚୁରା ମୁଦ୍ରାସ୍ଫୀତିରେ ହ୍ରାସ ଘଟିବାର କାରଣ ହେଉଛି ଏପ୍ରିଲ ତୁଳନାରେ ମେ ମାସରେ ଖାଦ୍ୟସାମଗ୍ରୀ ଏବଂ ଇନ୍ଧନ ଦରରେ ହ୍ରାସ । ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି 7.79 ପ୍ରତିଶତ ରହିଥିବା ବେଳେ ମାର୍ଚ୍ଚରେ 6.95 ପ୍ରତିଶତ, ଫେବୃୟାରୀରେ 6.07 ପ୍ରତିଶତ ଏବଂ ଜାନୁୟାରୀରେ 6.01 ପ୍ରତିଶତ ରହିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.