ETV Bharat / business

Bank Holiday in November: ସାରି ନିଅନ୍ତୁ ବ୍ୟାଙ୍କ କାମ, ନଭେମ୍ବରରେ 15 ଦିନ ଛୁଟି

author img

By ETV Bharat Odisha Team

Published : Oct 21, 2023, 7:23 PM IST

ଭାରତୀୟ ରିଜର୍ଭ ବ୍ୟାଙ୍କ ( ଆରବିଆଇ ) ପ୍ରତି ମାସରେ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଥାଏ । ନଭେମ୍ବର ମାସ ହେବାକୁ ଆଉ କିଛି ଦିନ ବାକି ଥିବା ବେଳେ ଏହି ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ଜରି କରିଛି । ଅଧିକ ପଢ଼ନ୍ତୁ

Bank Holiday in November
Bank Holiday in November

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ( ଆରବିଆଇ ) ପ୍ରତି ମାସରେ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଥାଏ । ନଭେମ୍ବର ମାସ ହେବାକୁ ଆଉ କିଛି ଦିନ ବାକି ଥିବା ବେଳେ ଏହି ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ଜାରି କରିଛି । କେନ୍ଦ୍ରୀୟ ବ୍ୟାଙ୍କ ନିଜ ୱେବସାଇଟରେ ଏହି ସୂଚନା ଜାରି କରିଛି । ଯଦି ଆପଣମାନେ ନଭେମ୍ବର ମାସରେ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ସେହି କାମ ଗୁଡ଼ିକୁ ଛୁଟି ପୂର୍ବରୁ କରିନିଅନ୍ତୁ । ନଚେତ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି । ତେବେ ଆରବିଆଇର ତାଲିକା ଅନୁସାରେ ନଭେମ୍ବର ମାସରେ ପାଖାପାଖି ଅଧା ଦିନ ବ୍ୟାଙ୍କ ବନ୍ଦ ରହିବ ।

ତେବେ ଆରବିଆଇ ନିଜ ଅଫିସିଆଲ ୱେବ୍‌ସାଇଟ୍‌ରେ ଜାରି କରିଥିବା ଛୁଟି ତାଲିକା ଅନୁସାରେ, ନଭେମ୍ବର ମାସରେ 15 ଦିନ ବ୍ୟାଙ୍କ ବନ୍ଦ ରହିବ । ଆରବିଆଇ ପ୍ରତି ରାଜ୍ୟ ଅନୁସାରେ ଛୁଟି ତାଲିକା ପ୍ରସ୍ତୁତ କରିଥାଏ । ନଭେମ୍ବର ମାସରେ ସାପ୍ତାହିକ ଛୁଟିଦିନ ବ୍ୟତୀତ 9 ଦିନ ବ୍ୟାଙ୍କରେ କୌଣସି କାମ ହେବ ନାହିଁ । ପ୍ରତି ରାଜ୍ୟରେ ଅଲଗା ଅଲଗା ପର୍ବ ପାଳନ କରାଯାଉଥିବାରୁ ନଭେମ୍ବରରେ ଛୁଟି ସଂଖ୍ୟା ବଢ଼ିଛି ।

ନଭେମ୍ବର ମାସରେ ପ୍ରଥମେ କରବା ଚୌଥ ପାଇଁ ବ୍ୟାଙ୍କ ଛୁଟି ରହୁଛି । ତେବେ ବ୍ୟାଙ୍କର ଛୁଟିକୁ ନେଇ ଅଧିକ ଚିନ୍ତା କରିବାକୁ ପଡିବ ନାହିଁ କାରଣ ବ୍ୟାଙ୍କର ସମସ୍ତ ସୁବିଧା ଅନଲାଇନ ମାଧ୍ୟମରେ ଉପଲବ୍ଧ ହେବ । ଏହାଦ୍ବାରା ଆପଣମାନେ ଘରେ ବସି ବ୍ୟାଙ୍କ ସହିତ ଜଡିତ କୌଣସି ବି କାମ ସହଜରେ କରିପାରିବେ । ଏହା ବ୍ୟତୀତ ନେଟ୍‌ ବ୍ୟାଙ୍କିଂ ମଧ୍ୟ ଏକ ଭଲ ବିକଳ୍ପ ।

ଏହା ମଧ୍ୟ ପଢ଼ନ୍ତୁ....କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି, ମହଙ୍ଗା ଭତ୍ତା 4% ବୃଦ୍ଧି

ତାରିଖ ଦିନ କାରଣ ରାଜ୍ୟ
1 ନଭେମ୍ବରବୁଧବାରକରୱା ଚୌଥ, କନ୍ନଡ଼ ରାଜ୍ୟୋତ୍ସବ ଓ କୂଟ କର୍ଣ୍ଣାଟକ, ମଣିପୁର ଓ ହିମାଚଳ ପ୍ରଦେଶ
10 ନଭେମ୍ବରଶୁକ୍ରବାରୱଙ୍ଗାଲା ଫେଷ୍ଟିଭାଲମେଘାଳୟ
13 ନଭେମ୍ବରସୋମବାରଗୋବର୍ଦ୍ଧନ ପୂଜା, ଦୀପାବଳୀ ତ୍ରିପୁରା, ଉତ୍ତରାଖଣ୍ଡ, ସିକ୍କିମ, ମଣିପୁର, ରାଜସ୍ଥାନ ଓ ଉତ୍ତର ପ୍ରଦେଶ
14 ନଭେମ୍ବରମଙ୍ଗଳବାରବିକ୍ରମ ସମ୍ଭତ ନବବର୍ଷ, ଲକ୍ଷ୍ନୀ ପୂଜା ଓ ଦୀପାବଳିମହାରାଷ୍ଟ୍ର, କର୍ଣ୍ଣାଟକ, ସିକ୍କିମ ଓ ଗୁଜୁରାଟ
15 ନଭେମ୍ବରବୁଧବାରଚିତ୍ରଗୁପ୍ତ ଜୟନ୍ତୀ, ଭାଇ ଦୋଜ, ନିଙ୍ଗୋଲ ଚକୌୱା ଓ ଲକ୍ଷ୍ମୀ ପୂଜା (ଦୀପାବଳି)ସିକ୍କିମ, ମଣିପୁର, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଓ ହିମାଚଳ ପ୍ରଦେଶ
20 ନଭେମ୍ବରସୋମବାର ଛଟ୍‌ ପୂଜାବିହାର ଓ ଝାଡ଼ଖଣ୍ଡ
23 ନଭେମ୍ବରଗୁରୁବାରସେଙ୍ଗ କୁତ ସ୍ନେମ ଓ ଇଗାସ ବଗ୍ୱାଲ ଉତ୍ତରାଖଣ୍ଡ ଓ ମେଘାଳୟ
27 ନଭେମ୍ବରସୋମବାରଗୁରୁ ନାନକ ଜୟନ୍ତୀ, କାର୍ତ୍ତିକ ପୂର୍ଣ୍ଣିମା ଓ ରାହସ ପୂର୍ଣ୍ଣିମାଓଡ଼ିଶା, ମିଜୋରାମ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ତ୍ରିପୁରା, ପଞ୍ଜାବ, ଉତ୍ତରାଖଣ୍ଡ, ତେଲେଙ୍ଗାନା, ରାଜସ୍ଥାନ, ଜମ୍ମୁ, ପଶ୍ଚିମବଙ୍ଗ, ନାଗାଲାଣ୍ଡ, ଉତ୍ତର ପ୍ରଦେଶ, ଦିଲ୍ଲୀ, ଛତିଶଗଡ଼, ଝାଡ଼ଖଣ୍ଡ, ଶ୍ରୀନଗର ଓ ହିମାଚଳ ପ୍ରଦେଶ
30 ନଭେମ୍ବରଗୁରୁବାରକନକଦାସ ଜୟନ୍ତୀକର୍ଣ୍ଣାଟକ
ତାରିଖ ଦିନ କାରଣରାଜ୍ୟ
5 ନଭେମ୍ବରରବିବାରସାପ୍ତାହିକ ଅବକାଶ ସମସ୍ତ ରାଜ୍ୟ
11 ନଭେମ୍ବରଶନିବାର ମାସର ଦ୍ବିତୀୟ ଶନିବାର ସମସ୍ତ ରାଜ୍ୟ
12 ନଭେମ୍ବରରବିବାରସାପ୍ତାହିକ ଅବକାଶ ସମସ୍ତ ରାଜ୍ୟ
19 ନଭେମ୍ବରରବିବାରସାପ୍ତାହିକ ଅବକାଶ ସମସ୍ତ ରାଜ୍ୟ
25 ନଭେମ୍ବରଶନିବାର ମାସର ଚତୁର୍ଥ ଶନିବାର ସମସ୍ତ ରାଜ୍ୟ
26 ନଭେମ୍ବରରବିବାରସାପ୍ତାହିକ ଅବକାଶ ସମସ୍ତ ରାଜ୍ୟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.