ETV Bharat / business

IPO ପାଇଁ 8-10% ଅଂଶ ବିକ୍ରି କରିବ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ

author img

By ETV Bharat Odisha Team

Published : Aug 25, 2023, 7:49 PM IST

ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ (RRVL) ଖୁବ ଶୀଘ୍ର ଆଣିବ ଆଇପିଓ (IPO)। ଅଧିକ ପଢ଼ନ୍ତୁ

ମୁକେଶ ଅମ୍ବାନୀ
ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌(RRVL) ଖୁବଶୀଘ୍ର ଆଇପିଓ (IPO) ଆଣିବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ କମ୍ପାନୀ ନିଜର 8-10 ପ୍ରତିଶତ ସେୟାର ବିକ୍ରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଯାହା 12-15 ମାସର ମଧ୍ୟରେ ହେବାର ସମ୍ଭାବନା ରହିଛି ।

ଆରଆରବିଏଲ୍‌(RRVL)ର ଭ୍ୟାଲୁଏସନ୍‌ ପୂର୍ବ 3ବର୍ଷ ମଧ୍ୟରେ ଦୁଇଗୁଣା ବୃଦ୍ଧି ପାଇ 100 ବିଲିୟନ (8.25 ଲକ୍ଷ କୋଟି)ରେ ପଡଞ୍ଚିଛି । ତେବେ ଯଦି କମ୍ପାନୀ ଏତେ ବଡ଼ ଆଇପିଓ ଧରି ଚାଲେ ତେବେ ମାର୍କେଟ ଲିକୁଇଡିଟିର ହ୍ରାସ ଘଟିପରେ । ଏଥିପାଇଁ କମ୍ପାନୀ ନିଜର 8-10 ପ୍ରତିଶତ ଅଂଶକୁ ବିକ୍ରି କରି ଆଇପିଓର ସାଇଜକୁ ଛୋଟ କରିବା ପାଇଁ ଚାହୁଁଛି, ଯାହା ଦ୍ବାରା କମ୍ପାନୀକୁ ପରିଚାଳନା କରିବା ସହଜ ହେବା ସହ କମ୍ପାନୀକୁ ଆଗକୁ ଆହୁରି ସଫଳତା ମିଳିପାରିବ।

ତେବେ ଭାରତର ଲିଷ୍ଟିଂ ନିୟମ ଅନୁସାରେ, କୌଣସି କମ୍ପାନୀର ଅର୍ଥ ନିବେଶକଙ୍କ ସହ ସାର୍ବଜନୀକ ସେୟାର ଅଂଶ ଅତି କମରେ 25 ପ୍ରତିଶତ ହେବା ଉଚିତ । ବର୍ତ୍ତମାନ ଆରଆରବିଏଲ(RRVL)ର ପାଖାପାଖି 11 ପ୍ରତିଶତ ସେୟାର ନିବେଶକମାନଙ୍କ ପାଖରେ ଅଛି, ଯେଉଁଥିରେ କତାର ଇନଭେଷ୍ଟମେଣ୍ଟ ଅଥୋରିଟି (QIA) ମଧ୍ୟ ସାମିଲ ରହିଛି । ତେବେ ଏହା ବୁଧବାର 8278 କୋଟି ଟଙ୍କା ନିବେଶ ସହିତ RRVLର 0.99 ପ୍ରତିଶତ ସେୟାର କିଣିଛି ।

ଏହା ମଧ୍ୟ ପଢ଼ନ୍ତୁ....ମାସକୁ ଆଇ-ଫୋନରୁ ଲକ୍ଷ ଲକ୍ଷ ଆଦାୟ କରନ୍ତି ମୁକେଶ ଅମ୍ବାନୀ, ଜାଣନ୍ତୁ ଏହା ପଛର ରହସ୍ୟ

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପୂର୍ବ ଦୁଇ ବର୍ଷ ମଧ୍ୟରେ ରିଟେଲ ଭେଞ୍ଚର୍ସରେ 10 ବିଲିୟନ ଡଲାର ଅର୍ଥାତ 82000 କୋଟି ଟଙ୍କାର ନିବେଶ କରିଛି । ତେବେ କମ୍ପାନୀ 2020ରେ ନିବେଶକମାନଙ୍କଠାରୁ 47000 କୋଟି ଟଙ୍କା ସଂଗ୍ରହ କରିଥିଲା ଏବଂ ଅନ୍ୟଗୁଡିକ ଋଣ ନିଆଯାଇଥିଲା । ଏଥର ମଧ୍ୟ ସେୟାରଗୁଡିକ ବିକ୍ରି କରି କମ୍ପାନୀର ପ୍ଲାନ୍‌ ଫଣ୍ଡକୁ ବଢାଇବା, ଋଣ ସୁଝିବା ଓ ଷ୍ଟକ୍‌ ଡେବ୍ୟୁ କରିବା ସାମିଲ ଅଛି । ତେବେ ସିଏଲ୍‌ଏସ୍‌ଏ (CLSA) ଗୁରୁବାର ଦେଇଥିବା ରିପୋର୍ଟ ଅନୁସାରେ, ଆର୍ଥିକ ବର୍ଷ 2023ରେ ରିଲିଆନ୍ସର ଖୁଚୁରା କାରବାରରେ ପୁଞ୍ଜିଗତ ବ୍ୟୟ ବୃଦ୍ଧି ପାଇ 6 ଆରବ ଡଲାର ହୋଇଛି । ତେବେ QIAର ବିନିଯୋଗ ଭବିଷ୍ୟତର ପୁଞ୍ଜିଗତ ବ୍ୟୟକୁ ଆର୍ଥିକ ସହାୟତା କରିବ ଏବଂ ଖୁଚୁରା କ୍ଷେତ୍ରରେ ଋଣକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିବ ।

ଆରଆରବିଏଲ (RRVL)ର ଭ୍ୟାଲୁଏସନ୍‌ 2020 ପରେ ପାଖାପାଖି ଦୁଇଗୁଣା ଅଧିକ ହୋଇଛି, ଯାହାକୁ ରିଲାଏନ୍ସ କମ୍ପାନୀ 10.09 ପ୍ରତିଶତ ଅଂଶୀଦାରୀ ନିବେଶକମାନଙ୍କୁ 47256 କୋଟି ଟଙ୍କାରେ ବିକ୍ରି କରାଯାଇଥିଲା । ତେବେ ସେତେବେଳେ ଆରଆରବିଏଲ (RRVL)ର ଭ୍ୟାଲୁଏସନ 4.21 ଲକ୍ଷ କୋଟି ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.