ETV Bharat / business

RBI MPC Meet: ଆଜିଠୁ ମୁଦ୍ରାନୀତି ସମୀକ୍ଷା ବୈଠକ ଆରମ୍ଭ, ବଢିପାରେ ରେପୋ ରେଟ୍

author img

By

Published : Aug 3, 2022, 9:18 PM IST

ଆଜିଠୁ ଆରମ୍ଭ ହୋଇଛି ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ବୈଠକ । ଆସନ୍ତା ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିବେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଅଧିକ ପଢନ୍ତୁ

RBI MPC Meet: ଆଜିଠୁ ମୁଦ୍ରାନୀତି ସମୀକ୍ଷା ବୈଠକ ଆରମ୍ଭ, ବଢିପାରେ ରେପୋ ରେଟ୍
RBI MPC Meet: ଆଜିଠୁ ମୁଦ୍ରାନୀତି ସମୀକ୍ଷା ବୈଠକ ଆରମ୍ଭ, ବଢିପାରେ ରେପୋ ରେଟ୍

ନୂଆଦିଲ୍ଲୀ: ଆଜିଠୁ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ବୈଠକ(MPC Meet) ଆରମ୍ଭ ହୋଇଛି । ତିନି ଦିନ ଧରି ଚାଲିବାକୁ ଥିବା ଏହି ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ(RBI) ନୀତିଗତ ନିଷ୍ପତ୍ତି ନେବ । ଆସନ୍ତା ୫ ତାରିଖରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହାର ଘୋଷଣା କରିବେ । ତେବେ ବୈଠକରେ ପୁନର୍ବାର ରେପୋ ରେଟ୍ ବୃଦ୍ଧି ଉପରେ ନିଷ୍ପତ୍ତି ନିଆଯାଇପାରେ । ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଆରବିଆଇ(RBI) ସୁଧହାରରେ ୨୫ରୁ ୩୦ ବେସିସ୍ ପଏଣ୍ଟ ବୃଦ୍ଧି କରିପାରେ । ଏହାପୂର୍ବରୁ ମଧ୍ୟ ବସିଥିବା ମୁଦ୍ରାନୀତି ସମୀକ୍ଷା ବୈଠକରେ ସୁଧହାର ପରିବର୍ତ୍ତନ କରାଯାଇଥିଲା ।

ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାର ଲଗାତାର ୭ ପ୍ରତିଶତରୁ ଅଧିକ ରହିଆସୁଛି । ଯଦି କେନ୍ଦ୍ରୀୟ ବ୍ୟାଙ୍କ ରିପୋ ରେଟ୍ ବୃଦ୍ଧି କରିବ ତେବେ ବ୍ୟାଣିଜ୍ୟିକ ବ୍ୟାଙ୍କଗୁଡିକ ମଧ୍ୟ ଋଣ ଉପରେ ସୁଧହାର ବଢାଇପାରନ୍ତି । ରିଜର୍ଭ ବ୍ୟାଙ୍କ ଗତ ମେ' ମାସରେ ରେପୋ ରେଟରେ ୦.୪୦ ପ୍ରତିଶତ ବୃଦ୍ଧି କରିଥିଲା । ବର୍ତ୍ତମାନ ଏହି ରେଟ୍ ୪.୯୦ ପ୍ରତିଶତ ଅଛି । ଅନ୍ୟପଟେ ଜୁନ ମାସରେ ମୁଦ୍ରାସ୍ଫୀତି ୭.୦୧ ପ୍ରତିଶତ ରହିଥିଲା । ଲଗାତାର କିଛି ମାସ ହେଲା ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ରହୁଛି । ଗତ ମେ'ରେ ଖୁଚୁରା ମୁଦ୍ରାସ୍ଫୀତି ୭.୦୪ ପ୍ରତିଶତ ରେକର୍ଡ ହୋଇଥିଲା । ସେହିପରି ଗତ ଏପ୍ରିଲ ମାସରେ 7.79 ପ୍ରତିଶତ ଥିଲା । ଖାଦ୍ୟ ମୁଦ୍ରାସ୍ଫୀତି ହାର ଜୁନରେ ୭.୭୫ ପ୍ରତିଶତ ଥିବା ବେଳେ ମେ'ରେ ଏହା ୭.୯୭ ପ୍ରତିଶତ ରହିଥିଲା । ଏହିସବୁ ଦୃଷ୍ଟିରୁ ପୁନର୍ବାର ରେପୋ ରେଟ୍ ବଢିବା ନେଇ ଆଶଙ୍କା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.