ETV Bharat / business

ମହଙ୍ଗା ହେବ ଋଣ, ୩୫ ବେସିସ୍ ପଏଣ୍ଟ ବଢିଲା ରେପୋ ରେଟ୍

ରେପୋ ରେଟ୍‌ରେ ୩୫ ବେସିସ୍ ପଏଣ୍ଟ ବୃଦ୍ଧି କଲା ରିଜର୍ଭ ବ୍ୟାଙ୍କ । ପୁଣି ମହଙ୍ଗା ହେବ ଋଣ । ଅଧିକ ପଢନ୍ତୁ

ରେପୋ ରେଟ୍‌ରେ ୩୫ ବେସିସ୍ ପଏଣ୍ଟ ବୃଦ୍ଧି କଲା ରିଜର୍ଭ ବ୍ୟାଙ୍କ

author img

By

Published : Dec 7, 2022, 10:40 AM IST

Updated : Dec 7, 2022, 12:15 PM IST

ନୂଆଦିଲ୍ଲୀ: ପୁଣି ବଢିଲା ସୁଧହାର । ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟରେ ୩୫ ବେସିସ୍ ପଏଣ୍ଟ ବା ୦.୩୫% ବୃଦ୍ଧି କରିଛି । ଯାହାଫଳରେ ରେପୋ ରେଟ୍ ଏବେ ୫.୯୦ ପ୍ରତିଶତରୁ ୬.୨୫ ପ୍ରତିଶତରେ ପହଞ୍ଚିଛି । ମୁଦ୍ରାନୀତି ସମୀକ୍ଷା ବୈଠକରେ(RBI Monetary Policy Meet) ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଆଜି ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ(RBI Governor Shaktikanta Das) ଘୋଷଣା କରିଛନ୍ତି ।

ଆରବିଆଇ ରେପୋ ରେଟରେ ୩୫ ବେସିସ୍ ପଏଣ୍ଟ ବୃଦ୍ଧି କରିପାରେ ବୋଲି ବିଶେଷଜ୍ଞମାନେ ଆକଳନ କରୁଥିଲେ । ତାହା ସତ ହୋଇଛି । ଏହାକୁ ମିଶାଇ ସ୍ବଳ୍ପ ଅବଧି ମଧ୍ୟରେ କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ୫ ଥର ବୃଦ୍ଧି ପାଇଛି । କୋଭିଡ ସଂକ୍ରମଣ ଯୋଗୁଁ କେନ୍ଦ୍ରୀୟ ବ୍ୟାଙ୍କ ୨ ବର୍ଷ ଧରି ରେପୋ ରେଟ୍ ଅପରିବର୍ତ୍ତିତ ରଖିଥିଲା । ହେଲେ ୟୁକ୍ରେନ-ଋଷିଆ ଯୁଦ୍ଧ ଓ ବିଭିନ୍ନ କାରଣ ଯୋଗୁଁ ଦେଶରେ ମୁଦ୍ରାସ୍ପୀତି ବୃଦ୍ଧି ପାଇବାରୁ ଦୀର୍ଘ ଦିନର ବ୍ୟବଧାନ ପରେ ଗତ ମେ'ରେ ରେପୋ ରେଟ୍‌ରେ ୪୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇଥିଲା । ଏହାପରେ ଜୁନ, ଅଗଷ୍ଟ ଓ ସେପ୍ଟେମ୍ବରରେ ଏଥିରେ ୫୦ ବେସିସ୍ ପଏଣ୍ଟ ବୃଦ୍ଧି ହୋଇଥିଲା । ଅର୍ଥାତ୍ ଚଳିତ ବର୍ଷ ମେ' ମାସରୁ ଅଦ୍ୟାବିଧି ଆରବିଆଇ ଏହି ସୁଧହାରରେ ୨.୨୫ ପ୍ରତିଶତ ବୃଦ୍ଧି କରିସାରିଲାଣି ।

ଏହାମଧ୍ୟ ପଢନ୍ତୁ: ହାଇକୋର୍ଟରେ ରାଜସ୍ଥାନ କଂଗ୍ରେସ ବିଧାୟକଙ୍କ ଇସ୍ତଫା ମାମଲା: ବାଚସ୍ପତିଙ୍କୁ ଜବାବ ତଲବ

ରେପୋ ରେଟ୍ ବଢିଲେ ବ୍ୟାଙ୍କ ଋଣ ଓ ଇଏମଆଇ ମହଙ୍ଗା ହୁଏ । ବ୍ୟାଙ୍କ ହୋମ ଲୋନ, କାର ଲୋନ ଉପରେ ଅଧିକ ସୁଧ ଆଦାୟ କରନ୍ତି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ(RBI Governor)କହିଛନ୍ତି କି, ‘‘ଦେଶର ମୁଦ୍ରାସ୍ପୀତି ୬ ପ୍ରତିଶତ ତଳେ ରଖିବା ଆମର ଲକ୍ଷ୍ୟ । କେନ୍ଦ୍ରୀୟ ବ୍ୟାଙ୍କ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ CPI ମୁଦ୍ରାସ୍ପୀତି ୬.୭ ପ୍ରତିଶତ ରହିବା ନେଇ ପୂର୍ବାନୁମାନ କରିଛି ’’ ।

Last Updated : Dec 7, 2022, 12:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.