ETV Bharat / business

କ୍ରେଡିଟ୍‌ କାର୍ଡଧାରୀ ଧ୍ୟାନ ଦିଅନ୍ତୁ, ନୂଆ ଗାଇଡଲାଇନ ଜାରି କଲା RBI

କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଛନ୍ତି କି ? ଜୁନ୍ ପହିଲାରୁ କାର୍ଡରେ କେତେକ ପରିବର୍ତ୍ତନ କରିଛି ରିଜର୍ଭ ବ୍ୟାଙ୍କ । ଜାଣନ୍ତୁ ସେସବୁ କ'ଣ

କ୍ରେଡିଟ୍‌ କାର୍ଡ ଉପରେ RBIର ନୂଆ ନିୟମ, ଜାଣନ୍ତୁ କ'ଣ ?

author img

By

Published : Jun 7, 2022, 4:18 PM IST

ହାଇଦ୍ରାବାଦ: କ୍ରେଡିଟ୍ କାର୍ଡଧାରୀଙ୍କ ପାଇଁ ବଡ ଖବର । କ୍ରେଡିଟ କାର୍ଡ ବ୍ୟବହାରରେ ସ୍ବଚ୍ଛତା ଏବଂ କାର୍ଡଧାରୀଙ୍କ ଅଧିକାରର ସୁରକ୍ଷା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ କ୍ରେଡିଟ୍ କାର୍ଡ ଗୁଡିକ ଉପରେ ନୂଆ ନୂଆ ନିୟମ ଲାଗୁ କରିଆସୁଛି । ଏହି କ୍ରମରେ ଜୁନ ପହିଲାରୁ ପୁଣିଥରେ ଏଥିରେ କେତେକ ପରିବର୍ତ୍ତନ କରାଯାଇଛି । ଆରବିଆଇର ନୂଆ ଗାଇଡଲାଇନରେ କାର୍ଡଧାରୀଙ୍କ ପାଇଁ କିଛି ନୂଆ ନିୟମ ଆସିଛି । ଏହାବ୍ୟତୀତ କାର୍ଡ ଜାରି କରୁଥିବା ବ୍ୟାଙ୍କ, ଏନବିଏଫସି(NBFC)ଙ୍କ ପାଇଁ କିଛି ଦାୟିତ୍ବ ମଧ୍ୟ ସ୍ଥିରୀକୃତ ହୋଇଛି । ଗାଇଡଲାଇନରେ କାର୍ଡ ସହ ଜଡିତ କୌଣସି ପ୍ରକାର ତ୍ରୁଟି ପାଇଁ ବ୍ୟାଙ୍କ ଉତ୍ତରଦାୟୀ ଅଟନ୍ତି ବୋଲି କହିଛି ରିଜର୍ଭ ବ୍ୟାଙ୍କ ।

କ୍ରେଡିଟ୍ ଲିମିଟ୍ ବୃଦ୍ଧି:

ବ୍ୟାଙ୍କଗୁଡିକ କହିଛନ୍ତି ଯେ, ସେମାନେ କ୍ରେଡିଟ କାର୍ଡ ଲିମିଟ୍ ବଢାଇବେ । ଯାହାକି କ୍ରେଡିଟ ସ୍କୋର, ଆୟ ଏବଂ ଠିକ୍ ସମୟରେ ଦେୟ ପ୍ରଦାନକୁ ଆଧାର କରି ସ୍ଥିର କରାଯିବ । ଏହାଦ୍ବାରା କାର୍ଡ ପରିବର୍ତ୍ତନ ଏବଂ ବ୍ୟୟ ରାଶି ବୃଦ୍ଧି ହୋଇପାରେ । ପୂର୍ବରୁ ବ୍ୟାଙ୍କଗୁଡିକ ପ୍ରଥମେ ନିଜେ କ୍ରେଡିଟ ଲିମିଟ୍ ବଢାଇବା ସଂକ୍ରାନ୍ତୀୟ ନିଷ୍ପତ୍ତି ନେଉଥିଲେ ଏବଂ ପରେ କାର୍ଡଧାରୀଙ୍କୁ ଏ ସମ୍ପର୍କରେ ଅବଗତ କରୁଥିଲେ । ଏପରିକି ଅନେକ ସମୟରେ ବ୍ୟାଙ୍କ ନିଜ ଇଚ୍ଛାରେ ଗ୍ରାହକଙ୍କ ନିକଟକୁ କାର୍ଡ ପଠାଉଥିଲେ । କିନ୍ତୁ ଏବେଠାରୁ ବ୍ୟାଙ୍କ ଗୁଡିକୁ କାର୍ଡ ଜାରି ନିମନ୍ତେ କାର୍ଡଧାରୀଙ୍କ ଠାରୁ ପ୍ରଥମେ ଅନୁମତି ନେବାକୁ ପଡିବ । ସେହିପରି ଗ୍ରାହକଙ୍କ ଅଜାଣତରେ କାର୍ଡ ଲିମିଟ ବୃଦ୍ଧି ଏବଂ ଏଥିରେ ଚାର୍ଜ ଲାଗୁ କରିବା ସମ୍ଭବ ହେବ ନାହିଁ । ଏହାବାଦ୍ ଯଦି, ଅର୍ଥ ଫେରସ୍ତ କରିବା ପାଇଁ ବ୍ୟାଙ୍କ କାର୍ଡଧାରକଙ୍କ ଠାରୁ କୌଣସି ଚାର୍ଜ ନେବେ, ତାହାହେଲେ ସେମାନଙ୍କୁ ଏହାର ଡବଲ ଅର୍ଥ ଦେବାକୁ ହେବ । ଉପଭୋକ୍ତା ଏ ସମ୍ପର୍କରେ ଆରବିଆଇ ଲୋକପାଳଙ୍କ ନିକଟରେ ଅଭିଯୋଗ କରିପାରିବେ ।

ସର୍ବନିମ୍ନ ପେମେଣ୍ଟ ବାବଦରେ ଧାରଣା ଜରୁରୀ:

ଅଧିକାଂଶ ଲୋକ ନିଜର କ୍ରେଡିଟ୍ କାର୍ଡର ପୁରା ବିଲ୍ ପରିବର୍ତ୍ତେ ସର୍ବନିମ୍ନ ବାଲାନ୍ସ ପେମେଣ୍ଟ କରିଥାନ୍ତି । ଯାହାକି ସାଧାରଣତଃ କ୍ରେଡିଟ କାର୍ଡ ବାଲାନ୍ସର ୫ ପ୍ରତିଶତ ଯାଏଁ ଅଟେ । ଉପଭୋକ୍ତା ସର୍ବନିମ୍ନ ରାଶି ପ୍ରଦାନ କରିବା ଯୋଗୁଁ ମୋଟା ଅଙ୍କର ସୁଧଭାର ବହନ କରିଥାନ୍ତି । ତେଣୁ ଏନେଇ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କଗୁଡିକୁ ଏ ସମ୍ପର୍କରେ ଗ୍ରାହକଙ୍କୁ ସଚେତନ କରିବା ପାଇଁ ପରାମର୍ଶ ଦେଇଛି । ପ୍ରତି ମାସରେ କେବଳ ସର୍ବନିମ୍ନ ବିଲ୍ ପଇଠ କରିବା ଦ୍ବାରା ବକେୟା ରାଶି ପ୍ରଦାନରେ କିଛି ବର୍ଷ ଲାଗିଥାଏ ବୋଲି ବ୍ୟାଙ୍କ ଗ୍ରାହକଙ୍କୁ ସ୍ପଷ୍ଟ କରିବାକୁ ହେବ । ଆରବିଆଇର ବିଶ୍ବାସ କରୁଛି କି ଏହାଦ୍ବାରା କାର୍ଡଧାରୀ ଯଥାଶୀଘ୍ର ନିଜ କ୍ରେଡିଟ ବିଲ୍ ପେମେଣ୍ଟ କରିପାରିବେ ଏବଂ ସୁଧଭାରରୁ ଦୂରେଇ ରହିପାରିବେ ।

ସ୍ବଚ୍ଛତା:

ନୂଆ ନିୟମରେ RBI ବାଣିଜ୍ୟିକ ବ୍ୟାଙ୍କଗୁଡିକୁ ଗୋଟିଏ ପେଜ୍‌ରେ(single page) କ୍ରେଡିଟ୍ କାର୍ଡ ସଂକ୍ରାନ୍ତୀୟ ଗୁରୁତ୍ବପୂର୍ଣ୍ଣ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛି । ଶୁଳ୍କ, ବାଲାନ୍ସ ଟ୍ରାନ୍ସଫର, ବିଳମ୍ବ ପେମେଣ୍ଟ ଫି', ବିଭିନ୍ନ ମାମଲା ଅନ୍ତର୍ଗତ ସୁଧହାର ଏଥିରେ ଅନ୍ତର୍ଭୁକ୍ତ । ଯଦି ବ୍ୟାଙ୍କ ଅନୁଭବ କରେ ଯେ ନୂଆ ଚାର୍ଜ କାର୍ଡଧାରୀଙ୍କ ପାଇଁ ବୋଝ ଅଟେ, ତାହାହେଲେ ଉକ୍ତ କାର୍ଡକୁ ନିଜ ଅକ୍ତିଆରକୁ ନେବାର ସେମାନଙ୍କ ଅଧିକାର ରହିଛି । ଏହିପରି ଭାବେ ଯଦି ବ୍ୟାଙ୍କ କାର୍ଡ ଆବେଦନ ଆଗ୍ରହ୍ୟ କରୁଛି ତେବେ ଏହାର କାରଣକୁ ଲିଖିତ ରୂପେ ଜଣାଇବାକୁ ହେବ । ଗ୍ରାହକ ନିଜ ଆପ୍ଲିକେସନ ରିଜେକ୍ଟ ହେବାର କାରଣ ଜାଣିଲେ ହିଁ ଏହାକୁ ସମାଧାନ କରିବାରେ ସକ୍ଷମ ହେବେ । ଉଦାହରଣସୂରୁପ, ଯଦି କ୍ରେଡିଟ ସ୍କୋର କମ୍ ରହିଥାଏ, ଆବେଦନକାରୀ ଏହାକୁ ବୃଦ୍ଧି କରିବା ଦିଗରେ ପ୍ରୟାସ କରିବେ ।

କାର୍ଡ ହଜିଗଲେ କ'ଣ କରିବେ:

ଯଦି କ୍ରେଡିଟ କାର୍ଡ ହଜିଯାଏ ଏବଂ ଏହା ମାଧ୍ୟମରେ ଅନଧିକୃତ ନେଣଦେଣ ହୁଏ, ଏହି କ୍ଷତି କଭର ପାଇଁ ବୀମା ପଲିସି ନିଆଯାଇ ପାରିବ । କାର୍ଡ କମ୍ପାନୀ ଗ୍ରାହକଙ୍କ ସହମତିରେ ଏହି ପଲିସି ଉପଲବ୍ଧ କରିଥାଏ । ଯଦ୍ବାରା ଯଦି କାର୍ଡ ମାଧ୍ୟମରେ ଟଙ୍କା ନେଣଦେଣରେ କୌଣସି ଠକେଇ ହୁଏ ତେବେ ବୀମା କମ୍ପାନୀ ସେହି କ୍ଷତିର ଭରଣା କରିଥାଏ । ଏଭଳି ଘଟଣାରେ ଗ୍ରାହକଙ୍କ କୌଣସି ଭୁଲ୍ ନଥାଏ ଏବଂ କାର୍ଡ ଜାରି କରୁଥିବା କମ୍ପାନୀ ମଧ୍ୟ ଏହା ପାଇଁ ଉତ୍ତରଦାୟୀ ନଥାନ୍ତି । ବୀମା କମ୍ପାନୀ ସମସ୍ତ କ୍ଷତିର ଧ୍ୟାନ ରଖିଥାଏ । ନୂଆ ନିୟମ ଅନୁଯାୟୀ, ଯଦି କାର୍ଡ ହଜିଯାଏ ତେବେ କାର୍ଡଧାରୀ ତିନି ଦିନ ମଧ୍ୟରେ ବ୍ୟାଙ୍କକୁ ଏ ସମର୍କରେ ଜଣାଇବା ଉଚିତ୍ । ଯାହାପରେ ସେ କ୍ଷତିପୂରଣ ପାଇବାର ଯୋଗ୍ୟ ହେବେ ।

ସାତ ଦିନ ମଧ୍ୟରେ...

ଯଦି କାର୍ଡଧାରୀ କାର୍ଡ ରଦ୍ଦ କରିବାକୁ ଚାହାଁନ୍ତି, ଏପରି ସ୍ଥଳେ ବ୍ୟାଙ୍କକୁ ସାତ ଦିନ ମଧ୍ୟରେ ହିଁ ରଦ୍ଦ ପ୍ରକ୍ରିୟା ଶେଷ କରିବାକୁ ହେବ । ନଚେତ୍ ଅଷ୍ଟମ ଦିନରୁ ୫୦୦ ଟଙ୍କା ଜରିମାନା ଗଣିବ ବ୍ୟାଙ୍କ । ଏହାବାଦ୍ କାର୍ଡ ସେତେବେଳେ ରଦ୍ଦ ହୋଇପାରିବେ, ଯେତେବେଳେ କାର୍ଡଧାରକ ସମ୍ପୂର୍ଣ୍ଣ ବକେୟା ଅର୍ଥ ପଇଠ କରିବେ । ଯଦି କ୍ରେଡିଟ କାର୍ଡର ଉପଯୋଗ ଏକ ବର୍ଷରୁ ଅଧିକ ଦିନ ଧରି କରାଯାଇନାହିଁ ତାହାହେଲେ ଏହାକୁ ବ୍ୟାଙ୍କ ବନ୍ଦ କରିପାରିବେ । ଏଥିପାଇଁ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନ ଗ୍ରାହକଙ୍କୁ ୩୦ ଦିନିଆ ନୋଟିସ୍ ପଠାଇଥାଏ । ଯଦି ସେ ଉକ୍ତ ନୋଟିସର କୌଣସି ଜବାବ ନ ଦିଅନ୍ତି ତେବେ କାର୍ଡ ରଦ୍ଦ କରିଦିଆଯାଇଥାଏ ।

ସେହିପରି କାର୍ଡ ମିଳିବାର ୩୦ ଦିନ ଭିତରେ ଯଦି କାର୍ଡ ଆକ୍ଟିଭ ନ ହୁଏ ତେବେ ଜାରିକର୍ତ୍ତା ଆପଣଙ୍କୁ OTP ମାଧ୍ୟମରେ ଏହାକୁ ଆକ୍ଟିଭ କରିବାକୁ କହିବେ । ଯଦି ଗ୍ରାହକ ଏନେଇ କୌଣସି ଜବାବ ନ ଦିଅନ୍ତି ତାହାହେଲେ ସାତ ଦିନ ପରେ କାର୍ଡ ରଦ୍ଦ କରାଯାଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.