ETV Bharat / business

ବିଦେଶରେ ପୁଞ୍ଜି ନିବେଶ ପାଇଁ ଅଜିମ ପ୍ରେମଜୀଙ୍କୁ ସ୍ବୀକୃତି - ajim premji

Premji family office gets approval to invest abroad : ଭାରତର ଫାଇନାନ୍ସିଆଲ ହବ ଗିଫ୍ଟ ସିଟି , ଆରବପତୀ ଅଜିମ ପ୍ରେମଜୀଙ୍କ ପରିବାର କାର୍ଯ୍ୟାଳୟକୁ ବିଦେଶରେ ନିଜ ପୁଞ୍ଜି ନିବେଶ କରିବା ପାଇଁ ସିକୃତି ପ୍ରଦାନ କରିଛନ୍ତି । ଆଗକୁ ପଢ଼ନ୍ତୁ,

ଅଜିମ ପ୍ରେମଜୀ
ଅଜିମ ପ୍ରେମଜୀ
author img

By ETV Bharat Odisha Team

Published : Jan 7, 2024, 12:28 PM IST

ନୂଆଦିଲ୍ଲୀ: ଭାରତର ଫାଇନାନ୍ସିଆଲ ହବ ଗିଫ୍ଟ ସିଟି ଆରବପତି ଅଜିମ ପ୍ରେମଜୀଙ୍କ ପରିବାର କାର୍ଯ୍ୟାଳୟକୁ ବିଦେଶରେ ନିଜ ପୁଞ୍ଜି ନିବେଶ କରିବା ପାଇଁ ସ୍ବୀକୃତି ପ୍ରଦାନ କରିଛି । ଯାହାଦ୍ବାରା ଦେଶରେ ଥିବା ଧନୀମାନଙ୍କ ମଧ୍ୟରେ ଆଶା ଜାଗ୍ରତ ହୋଇଛି । କାରଣ ଏହାଦ୍ବାରା ବିଦେଶରେ ନିଜ ପୁଞ୍ଜି ନିବେଶ କରିବା ପାଇଁ ଦେଶ ପକ୍ଷରୁ ଏକ ସ୍ପଷ୍ଟୀକରଣର ଅପେକ୍ଷାରେ ଥିଲେ ।

ଏବେବି ଅନେକ ଆବେଦନ ପେଣ୍ଡିଂରେ ଅଛି :

ତଥ୍ୟ ଅନୁଯାଇ, ପ୍ରେମଜୀ ଇନଭେଷ୍ଟକୁ ଗୁଜୁରାଟ ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ- ସିଟି ( ଗିଫ୍ଟ ସିଟି ) ଏକ କଥା କଥିତ ଫ୍ୟାମିଲି ନିବେଶ ଫଣ୍ଡ (FIF)ର ସ୍ଥାପନା ପାଇଁ ତାଙ୍କୁ ଏକ ସିଦ୍ଧାନ୍ତଗତ ମଞ୍ଜୁରୀ ମିଳିଯାଇଛି । ସୂଚନା ମୁତାବକ, ଫ୍ୟାମିଲି ନିବେଶ ଫଣ୍ଡ (FIF)ରେ ଅନେକ ଆବେଦନ ଯାହାକି ପରିବାରକୁ ବିଭିନ୍ନ ସମ୍ପତ୍ତି ଶ୍ରେଣୀ ଏବଂ ବିଦେଶୀ ଯନ୍ତ୍ରରେ ବିନିଯୋଗ କରିବାକୁ ଅନୁମତି ଦେଇଥାଏ, ଯାହା ଏପର୍ଯ୍ୟନ୍ତ ବିଚାରାଧୀନ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ଏସିଆର ଏକ ନମ୍ବର ଧନୀ ବ୍ୟକ୍ତି; ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ

ପ୍ରଥମେ ଅନୁମୋଦନ ପାଇଥିବା ଦୁଇ ଜଏଣ୍ଟ

ରିପୋର୍ଟ ଅନୁଯାୟୀ, ପ୍ରେମଜୀ ନିବେଶ ଏବଂ ଶିଳ୍ପପତି ନାରାୟଣ ମୂର୍ତ୍ତୀ ସମର୍ଥିତ କାଟାମରାନ୍ ଭେଞ୍ଚର୍ସ ଅନୁମୋଦନ ଲାଭ କରିଥିବା ପ୍ରଥମ ଏଫ୍ଆଇଏଫ୍ ମଧ୍ୟରେ ଅଛନ୍ତି । GIFT ସହରକୁ ନିୟନ୍ତ୍ରଣ କରୁଥିବା ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର ପ୍ରାଧିକରଣ (IFSCA)ର ପ୍ରତିନିଧୀମାନେ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇ ନଥିବାବେଳେ ପ୍ରେମଜୀ ନିବେଶ କିଛି କହିବାକୁ ମନା କରି ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ଆର୍ଥିକ ବର୍ଷ 2023-24ରେ 7.3 ପ୍ରତିଶତ ବୃଦ୍ଧି ପାଇବ ଭାରତର ଜିଡିିପି

ଚୀନ ଭଳି ଭାରତର ସମାନ ନିୟମ ରହିଛି:

ଚୀନ ପରି ବିଦେଶରେ ବିନିଯୋଗ ପାଇଁ ଭାରତର ମଧ୍ୟ କଡା ନିୟମ ରହିଛି । ବିଦେଶରେ ପୁଞ୍ଜି ନେବା ଉପରେ ଦେଶ କଡା ନିୟନ୍ତ୍ରଣ ରଖିଛି । ଦେଶର ବାସିନ୍ଦାଙ୍କୁ ପ୍ରତିବର୍ଷ କେବଳ 250,000 ଡଲାର ବିଦେଶ ପଠାଇବାକୁ ଅନୁମତି ଦିଆଯାଇଛି, ଯେଉଁଥିରେ ସମ୍ପତ୍ତି କ୍ରୟ, ସେୟାର ଏବଂ ସିକ୍ୟୁରିଟିରେ ବିନିଯୋଗ କରିବା ସହିତ ବିଦେଶରେ ମିଳିତ ଉଦ୍ୟୋଗ କିମ୍ବା ସହାୟକ କମ୍ପାନୀ ପ୍ରତିଷ୍ଠା ମଧ୍ୟ ରହିଛି । ଗିଫ୍ଟ ସିଟି ମୋଦୀ ସରକାରଙ୍କ ଏକ ଉଚ୍ଚାଭିଳାଷୀ ପ୍ରକଳ୍ପ । ବୈଦେଶିକ ବ୍ୟାପାର ପାଇଁ ନିୟମ ଏବଂ ଟିକସମୁକ୍ତ ଆର୍ଥିକ କେନ୍ଦ୍ର ହେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଅଟେ ।

ବ୍ୟୁରୋ ରିପେର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.