ETV Bharat / business

ବ୍ୟାଙ୍କକୁ ଫେରିଛି ୯୭% ୨ ହଜାର ଟଙ୍କିଆ ନୋଟ: ରିଜର୍ଭ ବ୍ୟାଙ୍କ - demonetization

Rs 2000 notes returned: ପ୍ରାୟ ୯୭.୩୮% ୨୦୦୦ ଟଙ୍କିଆ ନୋଟ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଫେରିଛି । ଆରବିଆଇ ଗତ ବର୍ଷ ମେ' ୧୯ ତାରିଖରେ 2000 ଟଙ୍କିଆ ନୋଟର ପ୍ରଚଳନ ଉପରେ ରୋକ ଲଗାଇଥିଲା । ଅଧିକ ପଢନ୍ତୁ

ବ୍ୟାଙ୍କକୁ ଫେରିଛି ୯୭ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ : ରିଜର୍ଭ ବ୍ୟାଙ୍କ

author img

By ETV Bharat Odisha Team

Published : Jan 2, 2024, 7:20 AM IST

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସୋମବାର ଦିନ ୨୦୦୦ ଟଙ୍କିଆ ନୋଟକୁ ନେଇ ନିଜର ବିବୃତ୍ତି ରଖିଛି । ଆରବିଆଇ ମୁତାବକ ବର୍ତ୍ତମାନ ବଜାରରେ ଉପଲବ୍ଧ ସମସ୍ତ ୨୦୦୦ ଟଙ୍କିଆ ନୋଟରୁ ପ୍ରାୟ ୯୭.୩୮ % ନୋଟ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଫେରିଛି । କେବଳ ୯,୩୩୦ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ ଲୋକମାନଙ୍କ ପାଖରେ ରହିଛି । ଆରବିଆଇ ଗତ ବର୍ଷ ମେ' ୧୯ ତାରିଖରେ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ଉପରେ ରୋକ ଲଗାଇବା ସହ ବ୍ୟାଙ୍କରେ ବଦଳାଇବାକୁ ନିର୍ଦ୍ଦେଶ ଦେଇଥିଲା ।

ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜ ବୟାନରେ କହିଛି ଯେ, ୧୯ ମେ' ୨୦୨୩ରେ ଦୁଇ ହଜାର ଟଙ୍କିଆ ନୋଟର ପରିମାଣ ୩.୫୬ ଲକ୍ଷ କୋଟି ଥିଲା, ଯାହା ୨୯ ଡିସେମ୍ବରରେ ହ୍ରାସ ପାଇ ୯୩୩୦ କୋଟି ହୋଇଛି । ଏହାସହ ଏବେ ମଧ୍ୟ ୨୦୦୦ ଟଙ୍କାର ପ୍ରଚଳନ ବୈଧ ବୋଲି କହିଛି ଆରବିଆଇ । ଏହି ନୋଟଗୁଡିକୁ ଦେଶରେ ସ୍ଥିତ ଆରବିଆଇର ଯେକୌଣସି କ୍ଷେତ୍ରୀୟ କାର୍ଯ୍ୟାଳୟରେ ବଦଳ କିମ୍ବା ଜମା କରାଯାଇପାରିବ ।

ଏହା ମଧ୍ୟ ପଢନ୍ତୁ... ବୈଦେଶିକ ମୁଦ୍ରା ସମ୍ବନ୍ଧୀୟ ସେବାକୁ ସୁଗମ କରିବା ପାଇଁ RBIର ନୂଆ ନିୟନ

ଏହାସହ ଲୋକମାନେ ଯେକୌଣସି ଡାକଘରରୁ ଆରବିଆଇର କୌଣସି ବି କାର୍ଯ୍ୟାଳୟରେ ଇଣ୍ଡିଆ ପୋଷ୍ଟ ମାଧ୍ୟମରେ ୨୦୦୦ ଟଙ୍କାକୁ ନିଜ ବ୍ୟାଙ୍କ ଖାତାରେ ଜମା କରିବା ପାଇଁ ପଠାଇପାରିବେ । ପୂର୍ବରୁ ୨୦୦୦ ଟଙ୍କାକୁ ଜମା କିମ୍ବା ବଦଳର ସମୟସୀମା ପ୍ରଥମେ ୩୦ ସେପ୍ଟେମ୍ବର ଯାଏ ଏବଂ ପରେ ୮ ଅକ୍ଟୋବର ଯାଏ ଜମା କରିପାରିବେ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ... ବର୍ଷ ଆରମ୍ଭରୁ ବଦଳିଲା ନିୟମ, ଆଧାର କାର୍ଡରୁ ୟୁପିଆଇ ଆଇଡି

ଏହି କାରଣରୁ ଏହି କାର୍ଯ୍ୟାଳୟଗୁଡିକରେ ଲୋକମାନଙ୍କର ପ୍ରବଳ ଭିଡ଼ ରହିଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କର କାର୍ଯ୍ୟାଳୟଗୁଡିକ ଅହମଦାବାଦ, ବେଲାପୁର, ଭୁବନେଶ୍ବର, ଚଣ୍ଡିଗଡ଼, ଜମ୍ମୁ, ଜୟପୁର, ଚେନ୍ନାଇ, ନାଗପୁର, ନୂଆଦିଲ୍ଲୀ, ପାଟନା, ମୁମ୍ବାଇ ଆଦି ସ୍ଥାନରେ ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନଭେମ୍ବର ୨୦୧୬ରେ ମଧ୍ୟ ଆରବିଆଇ ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟର ବ୍ୟବହାର ଉପରେ ରୋକ ଲଗାଇଥିଲା । ଯାହାକୁ ନେଇ ଦେଶରେ ଖୁବ୍ ତୁମ୍ବିତୋଫାନ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.