ETV Bharat / business

Bank Holiday In March 2023: ସାରିଦିଅନ୍ତୁ ବ୍ୟାଙ୍କ କାମ, ମାର୍ଚ୍ଚରେ ୧୨ ଦିନ ଛୁଟି

author img

By

Published : Feb 27, 2023, 10:09 AM IST

ମାର୍ଚ୍ଚ ମାସରେ ୧୨ ଦିନ ଛୁଟି ରହିବ ବ୍ୟାଙ୍କ । ନଜର ପକାନ୍ତୁ ଛୁଟି ତାଲିକା ଉପରେ ।

Bank Holiday
Bank Holiday

ନୂଆଦିଲ୍ଲୀ: 2023 ବର୍ଷର ଦ୍ବିତୀୟ ମାସ ଶେଷ ହେବାକୁ ଯାଉଛି । ଗୋଟିଏ ଦିନ ପରେ ଆରମ୍ଭ ହେବ ତୃତୀୟ ମାସ ମାର୍ଚ୍ଚ । ତେବେ ମାର୍ଚ୍ଚ ମାସରେ ମଧ୍ୟ ଅନେକ ଦିନ ଛୁଟି ରହିବ ବ୍ୟାଙ୍କ । ମାର୍ଚ୍ଚ ମାସରେ ମୋଟ ୩୧ ତାରିଖ ଦିନ ମଧ୍ୟରୁ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ । ତେଣୁ ଟଙ୍କା ନେଣଦେଣ ଠାରୁ ଆରମ୍ଭ କରି ଚେକ୍ ଜମା ଓ ଡ୍ରାଫ୍ଟ ଇତ୍ୟାଦି କାମ ପାଇଁ ବ୍ୟାଙ୍କ ଯିବା ପୂର୍ବରୁ ଛୁଟି ଦିନ ଗୁଡିକ ଜାଣିରଖିବା ଜରୁରୀ । ନବରାତ୍ରୀ ଏବଂ ହୋଲି, ରାମ ନବମୀ ରହିଥିବାରୁ ବ୍ୟାଙ୍କ ଛୁଟି ରହିବ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ତେଣୁ ଆଗାମୀ ମାସରେ ନିଜର ବ୍ୟାଙ୍କ ଶାଖା ଯିବା ପୂର୍ବରୁ ଛୁଟି ଦିନଗୁଡିକ ବିଷୟରେ ଜାଣନ୍ତୁ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରତି ମାସରେ ବ୍ୟାଙ୍କ ଛୁଟି ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରିଥାଏ । ଏହି କ୍ରମରେ ମାର୍ଚ୍ଚ ମାସ ପାଇଁ ମଧ୍ୟ ଛୁଟି ଘୋଷଣା କରାଯାଇଛି । କହିବାକୁ ଗଲେ ମାସରେ ସରକାରୀ ଛୁଟି ସମେତ ୧୨ ଦିନ ବ୍ୟାଙ୍କରେ ତାଲା ଝୁଲିବ । ତେବେ ବ୍ୟାଙ୍କ ଛୁଟି ତାଲିକା କେନ୍ଦ୍ରୀୟ ବ୍ୟାଙ୍କର ୱେବସାଇଟରେ ମଧ୍ୟ ଉପଲବ୍ଧ ହୋଇଥାଏ ।

ମାର୍ଚ୍ଚ ମାସରେ ଏହି ପର୍ବ ରହିଛି: ମାର୍ଚ୍ଚ ମାସ ପ୍ରଥମ ସପ୍ତାହରୁ ହିଁ ଛୁଟି ଆରମ୍ଭ ହେଉଛି । ଏହି ମାସରେ ହୋଲି, ଗୁଡି ପଡଓ୍ବା, ଉଗାଡି, ନବରାତ୍ରୀ ଏବଂ ରାମନବମୀ ରହିଛି । ଏନେଇ ରାଜ୍ୟ ଅନୁସାରେ ଆରବିଆଇ ପକ୍ଷରୁ ଛୁଟି ଘୋଷଣା କରାଯାଇଛି । ତେବେ ଏହି ଛୁଟି ବ୍ୟତୀତ ମାସର ଦ୍ବିତୀୟ ଏବଂ ଚତୁର୍ଥ ଶନିବାର ସହ ପ୍ରତି ରବିବାର ବନ୍ଦ ରହିବ ।

ଅନଲାଇନ ସେବା ଜାରି ରହିବ: ମାର୍ଚ୍ଚ ମାସରେ ଯଦିଓ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ କିନ୍ତୁ ଗ୍ରାହକଙ୍କୁ କୌଣସି ଅସୁବିଧା ହେବ ନାହିଁ । କିନ୍ତୁ ବ୍ୟାଙ୍କର ଅନଲାଇନ୍ ସେବା ସବୁ ସମୟରେ 24 ଘଣ୍ଟା ଜାରି ରହିବ । ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ହେତୁ ଆକାଉଣ୍ଟଧାରୀ ସହଜରେ ନିଜର କାମ କରିପାରିବେ ।

ମାର୍ଚ୍ଚ ମାସରେ ବ୍ୟାଙ୍କ ଛୁଟିର ତାଲିକା: ମାର୍ଚ୍ଚ ୩ ତାରିଖରେ ଚାପଚର କୁଟ ଯୋଗୁଁ ଆଇଜଓ୍ବାଲରେ ବ୍ୟାଙ୍କ ବନ୍ଦ ରହି । ମାର୍ଚ୍ଚ ୫ ତାରିଖରେ ରବିବାର, ମାର୍ଚ୍ଚ ୭ ତାରିଖରେ ହୋଲିର ପୂର୍ବଦିନ, ୮ତାରିଖରେ ହୋଲି ପାଇଁ ଛୁଟି ରହିବ । ସେହିପରି ୯ ତାରିଖରେ ପାଟନାରେ ହୋଲି ପାଇଁ ବ୍ୟାଙ୍କ ବନ୍ଦ ରହିବ । ଆସନ୍ତା ୧୧ ତାରିଖରେ ମାସର ଦ୍ବିତୀୟ ଶନିବାର ପଡୁଥିବା ବେଳେ ୧୨ ତାରିଖ ରବିବାର ରହିଛି । ଏହାପରେ ୧୯ ତାରିଖ ତୃତୀୟ ରବିବାର ପାଇଁ ଛୁଟି ରହିବ । ମାର୍ଚ୍ଚ ୨୨ ତାରିଖରେ ଗୁଡି ପଡଓ୍ବା, ଉଗାଡି, ବିହାର ଦିବସ, ନବରାତ୍ରର ପ୍ରଥମ ଦିନ, ମାର୍ଚ୍ଚ ୨୫ ତାରିଖରେ ଚତୁର୍ଥ ଶନିବାର ଏବଂ ୨୬ ତାରିଖରେ ଶେଷ ରବିବାର ରହିଛି । ଏହାସହ ୩୦ ମାର୍ଚ୍ଚରେ ରାମନବମୀ ପାଇଁ ବ୍ୟାଙ୍କ ବନ୍ଦ ରହିବ ।

ପ୍ରକାଶଥାଉକି, ସବୁ ରାଜ୍ୟରେ ଏହି ଛୁଟି ସମାନ ଭାବେ ଲାଗୁ ହୁଏ ନାହିଁ । ବ୍ୟାଙ୍କ ଛୁଟି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥାଏ । ସାଧାରଣତଃ ପ୍ରତିମାସରେ ରବିବାର, ଦ୍ବିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ଛୁଟି ରହିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.