ETV Bharat / business

Bank Holiday In April 2023: ସାରିଦିଅନ୍ତୁ ବ୍ୟାଙ୍କ କାମ, ଏପ୍ରିଲରେ ୧୫ ଦିନ ଛୁଟି

author img

By

Published : Mar 30, 2023, 9:57 AM IST

ସରିଆସୁଛି ମାର୍ଚ୍ଚ ମାସ, ଏପ୍ରିଲରେ ୧୫ ଦିନ ଛୁଟି ରହିବ ବ୍ୟାଙ୍କ । ନଜର ପକାନ୍ତୁ ବ୍ୟାଙ୍କ ଛୁଟି ତାଲିକା ଉପରେ ।

Bank Holiday In April
Bank Holiday In April

ନୂଆଦିଲ୍ଲୀ: ଆଉ ଗୋଟିଏ ଦିନ ପରେ ସରିଯିବ ମାର୍ଚ୍ଚମାସ । ଆରମ୍ଭ ହେବ ୨୦୨୩ ବର୍ଷର ଚତୁର୍ଥ ମାସ ଏପ୍ରିଲ । ମାର୍ଚ୍ଚ ମାସରେ ୧୨ ଦିନ ବ୍ୟାଙ୍କ ଛୁଟି ରହିଥିବା ବେଳେ ଏପ୍ରିଲରେ ୧୫ ଦିନ ଛୁଟି ରହିବ ବ୍ୟାଙ୍କ । ଯଦି ଆପଣଙ୍କର ଟଙ୍କା ନେଣଦେଣ ଠାରୁ ଆରମ୍ଭ କରି ଚେକ୍ ଜମା ଓ ଡ୍ରାଫ୍ଟ ଇତ୍ୟାଦି କାମ ପାଇଁ ବ୍ୟାଙ୍କ ଯିବାର ଅଛି ତେବେ ପୂର୍ବରୁ ଛୁଟି ଦିନ ଗୁଡିକୁ ଜାଣି ରଖନ୍ତୁ । ଗୁଡ ଫ୍ରାଇଡେ, ଉତ୍କଳ ଦିବସ, ଆକାଉଣ୍ଟ କ୍ଲୋଜିଙ୍ଗ ଇତ୍ୟାଦି ରହିଥିବାରୁ ଚଳିତ ମାସ ୧୫ ଦିନ ଯାଏଁ ବ୍ୟାଙ୍କ ବନ୍ଦ ରହିବ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରତି ମାସରେ ବ୍ୟାଙ୍କ ଛୁଟି ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରିଥାଏ । ଏହି କ୍ରମରେ ମାର୍ଚ୍ଚ ମାସ ପାଇଁ ମଧ୍ୟ ଛୁଟି ଘୋଷଣା କରାଯାଇଛି । କହିବାକୁ ଗଲେ ମାସରେ ସରକାରୀ ଛୁଟି ସମେତ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ ।

ଏହି ଦିନ ବନ୍ଦ ରହିବ ବ୍ୟାଙ୍କ: ଏପ୍ରିଲ ମାସର ପ୍ରଥମ ଦିନ ହିଁ ବ୍ୟାଙ୍କ ବନ୍ଦ ରହିବ । ବ୍ୟାଙ୍କ ଖୋଲି ରହିଲେ ବି ବାର୍ଷିକ କ୍ଲୋଜିଂ ପାଇଁ ଟଙ୍କା ନେଣଦେଣ ହୋଇପାରିବ ନାହିଁ । ଏପ୍ରିଲ ୨ ତାରିଖ ରବିବାର ରହିଥିବାରୁ ଦେଶବ୍ୟାପୀ ବ୍ୟାଙ୍କ ବନ୍ଦ ରହିବ । ଏପ୍ରିଲ ୪ରେ ମହାବୀର ଜୟନ୍ତୀ, ଏପ୍ରିଲ ୫ ତାରିଖରେ ବାବୁ ଜଗଜୀବନ ରାମଙ୍କ ଜନ୍ମଦିନ, ଏପ୍ରିଲ ୭ ତାରିଖ ଗୁଡ ଫ୍ରାଇଡେ, ଏପ୍ରିଲ ୮ ତାରିଖ ଦ୍ବିତୀୟ ଶନିବାର ପାଇଁ ବ୍ୟାଙ୍କରେ ଟଙ୍କା ନେଣଦେଣ କାରବାର ବନ୍ଦ ରହିବ ।

ସେହିପରି ଏପ୍ରିଲ ୧୪ ତାରିଖରେ ଡ. ଅମ୍ବେଦକରଙ୍କ ଜୟନ୍ତୀ, ଏପ୍ରିଲ ୧୫ ବଙ୍ଗାଳୀ ନବବର୍ଷ ପାଇଁ କିଛି ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ଅନ୍ୟପଟେ ଏପ୍ରିଲ ୧୬ ତାରିଖ ରବିବାର, ୧୮ ତାରିଖରେ ଇଦୁଲଫିତର, ଏପ୍ରିଲ ୨୨ରେ ରମଜାନ, ଏପ୍ରିଲ ୨୩ ଏବଂ ୩୦ ତାରିଖ ରବିବାର ହେତୁ ଦେଶବ୍ୟାପୀ ବ୍ୟାଙ୍କ ବନ୍ଦ ରହିବ । ତେବେ ଏହି ଛୁଟି ତାଲିକା କେବଳ କିଛି ନିର୍ଦ୍ଦିଷ୍ଟ ରାଜ୍ୟ ପାଇଁ ଅଟେ । ଆରବିଆଇର ଗାଇଡ ଲାଇନ ଅନୁସାରେ ପ୍ରତ୍ୟକ ମାସର ଦ୍ବିତୀୟ ଏବଂ ଚତୁର୍ଥ ଶନିବାର ଦେଶବ୍ୟାପୀ ବ୍ୟାଙ୍କ ବନ୍ଦ ରହିଥାଏ ।

ପ୍ରକାଶଥାଉକି, ଏପ୍ରିଲ ମାସରେ ୧୫ ଦିନ ବ୍ୟାଙ୍କ ବନ୍ଦ ରହିଲେ ସୁଦ୍ଧା ଗ୍ରାହକମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ୨୪ ଘଣ୍ଟା ଅନଲାଇନ ସେବା ଜାରି ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.