ETV Bharat / business

ଆସନ୍ତା ସପ୍ତାହରେ ଚେନ୍ନାଇରେ ଖୋଲିବ ରିଲାଏନ୍ସ-ବ୍ରୁକଫିଲ୍ଡ ଡାଟା ସେଣ୍ଟର - Mukesh Ambani

Ambani in Tamil Nadu Global Investors Meet 2024 : ଚେନ୍ନାଇରେ ଆୟୋଜିତ ହୋଇଛି ୨ ଦିନିଆ ତାମିଲନାଡୁ ଗ୍ଲୋବାଲ ଇନଭେଷ୍ଟର୍ସ ମିଟ୍ । ରିଲାଏନ୍ସ ଓ ବ୍ରୁକଫିଲ୍ଡ ସହଭାଗିତାରେ ଚେନ୍ନାଇରେ ଖୋଲିବ ଗ୍ରୀନ ଫିଲ୍ଡ ଡାଟା ସେଣ୍ଟର । ଅଧିକ ପଢନ୍ତୁ

ଆସନ୍ତା ସପ୍ତାହରେ ଚେନ୍ନାଇରେ ଖୋଲିବ ରିଲାଏନ୍ସ - ବ୍ରୁକଫିଲ୍ଡ ଡାଟା ସେଣ୍ଟର

author img

By ETV Bharat Odisha Team

Published : Jan 7, 2024, 10:19 PM IST

ଚେନ୍ନାଇ : ତାମିଲନାଡୁ ସରକାରଙ୍କ ଦ୍ବାରା ୨ ଦିନିଆ ତାମିଲନାଡୁ ଗ୍ଲୋବାଲ ଇନଭେଷ୍ଟର୍ସ ମିଟ୍ ଆଜିଠାରୁ ଆରମ୍ଭ ହୋଇଛି । ଏହି ସମ୍ମିଳନୀରେ ବିଭିନ୍ନ ବିଶ୍ବସ୍ତରୀୟ କମ୍ପାନୀମାନେ ଯୋଗ ଦେଇଛନ୍ତି । ଏହି କ୍ରମରେ ତାମିଲନାଡୁ ଗ୍ଲୋବାଲ ଇନଭେଷ୍ଟର୍ସ ମିଟରେ ଭାରତର ପ୍ରମୁଖ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ କହିଛନ୍ତି ଯେ ତାଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, କାନାଡାର ବ୍ରୁକଫିଲ୍ଡ ସହିତ ମିଳିତ ଭାବେ ଆସନ୍ତା ସପ୍ତାହରେ ଚେନ୍ନାଇରେ ଏକ ଡାଟା ସେଣ୍ଟର ଖୋଲିବ । ରିଲାଏନ୍ସ ଗତ ବର୍ଷ ଜୁଲାଇ ମାସରେ ଏକ ସଂଯୁକ୍ତ ଉଦ୍ୟମରେ ପ୍ରବେଶ କରିବା ପାଇଁ ପ୍ରାୟ ୩୭୮ କୋଟି ଟଙ୍କାର ନିବେଶ କରିଥିଲା । ଯେଉଁଥିରେ ବ୍ରୁକ ଫିଲ୍ଡ ଇନଫ୍ରାଷ୍ଟ୍ରକଚର ଓ ଆମେରିକା ସ୍ଥିତ ରିୟଲ୍ଟି ଏଷ୍ଟେଟ ନିବେଶ ଟ୍ରଷ୍ଟ ଡିଜିଟାଲ ରିୟଲ୍ଟି ପୂର୍ବରୁ ଭାଗୀଦାର ଅଛନ୍ତି । ତିନି ଜଣଙ୍କ ପାଖରେ ୩୩ ପ୍ରତିଶତ ଭାଗିଦାରିତା ରହିଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି ଯେ ତାଙ୍କର ଗ୍ରୁପ ରିନ୍ୟୁଏବଲ୍ ଏନର୍ଜି ଓ ଗ୍ରୀନ ହାଇଡ୍ରୋଜେନ ସହିତ ରାଜ୍ୟରେ ଏକ ଡାଟା ସେଣ୍ଟର ପ୍ରତିଷ୍ଠା କରିବାରେ ମଧ୍ୟ ଅର୍ଥନିବେଶ କରୁଛି । ରିଲାଏନ୍ସ ଅତ୍ୟାଧୁନିକ ଡାଟା ସେଣ୍ଟର ସ୍ଥାପନ କରିବା ପାଇଁ କାନାଡାର ବ୍ରୁକ ଫିଲ୍ଡ ଏସେଟ ମ୍ୟାନେଜମେଣ୍ଟ ଓ ଆମେରିକା ସ୍ଥିତ ଡିଜିଟାଲ ରିୟାଲିଟିର ସହଭାଗିତାରେ ଏକ ଡାଟା ସେଣ୍ଟର ଖୋଲିବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ ... ଆର୍ଥିକ ବର୍ଷ 2023-24ରେ 7.3 ପ୍ରତିଶତ ବୃଦ୍ଧି ପାଇବ ଭାରତର ଜିଡିିପି

ଏହି ମିଳିତ ଉଦ୍ୟମ ଆସନ୍ତା ସପ୍ତାହରେ ଚେନ୍ନାଇରେ ୨୦ ମେଗାୱାଟର ଗ୍ରୀନ ଫିଲ୍ଡ ଡାଟା ସେଣ୍ଟର ଆରମ୍ଭ କରିବ ଏବଂ ଅନ୍ୟ ଏକ ୪୦ ମେଗାୱାଟ ଡାଟା ସେଣ୍ଟର ନିର୍ମାଣ ପାଇଁ ମୁମ୍ବାଇରେ ୨.୧୫ ଏକର ଜମି ମଧ୍ୟ ଅଧିଗ୍ରହଣ କରିଛି । ମୁକେଶ ଅମ୍ବାନୀ କହିଥିଲେ ଯେ ତାମିଲନାଡୁ ସର୍ବଦା ସମୃଦ୍ଧ ସାଂସ୍କୃତିକ ଓ ବୌଦ୍ଧିକ ଐତିହ୍ୟ ସମ୍ପନ୍ନ ଭୂମି ରହି ଆସିଛି । ମୁଖ୍ୟ ମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ନେତୃତ୍ବରେ ତାମିଲନାଡୁ ସମଗ୍ର ଦେଶରେ ସବୁଠୁ ଅଧିକ ବ୍ୟାପାର ଅନୁକୂଳ ରାଜ୍ୟ ମାନଙ୍କ ମଧ୍ୟରୁ ଅନ୍ୟତମର ପରିଚୟ ଲାଭ କରିଛି ।

ତେଣୁ ଖୁବଶୀଘ୍ର ରାଜ୍ୟର ଅର୍ଥ ବ୍ୟବସ୍ଥା ଏକ ଟ୍ରିଲିୟନ ଡଲାରର ଅର୍ଥ ବ୍ୟବସ୍ଥା ବନିବାର ବିଶ୍ବାସ କରିବା ଭଳି ସମସ୍ତ କାରଣ ମୋ ପାଖେ ରହିଛି । ଯାହା ଏହି ଶିଖର ସମ୍ମିଳନୀ ପାଇଁ ଉପଯୁକ୍ତ ନାରା ଅଟେ । ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସ ବିଗତ କିଛି ବର୍ଷ ଧରି ତାମିଲନାଡୁର ବିକାଶରେ ଅଂଶୀଦାର ହୋଇଛି । ରିଲାଏନ୍ସ ଗ୍ରୁପ ସାରା ରାଜ୍ୟରେ ପ୍ରାୟ ୧୩୦୦ ଖୁଚୁରା ଷ୍ଟୋର ଖୋଲିଛି, ଯେଉଁଥିରେ ୨୫୦୦୦ କୋଟିରୁ ଅଧିକ ଟଙ୍କା ନିବେଶ କରାଯାଇଛି । ସେହିପରି ଜିଓ ତାମିଲନାଡୁରେ ୩୫୦୦୦ କୋଟିରୁ ଊର୍ଦ୍ଧ୍ବ ଅର୍ଥ ନିବେଶ କରିଛି, ଯେଉଁଥିପାଇଁ ରାଜ୍ୟରେ ଡିଜିଟାଲ କ୍ରାନ୍ତି ଜରିଆରେ ୩୫ ମିଲିୟନରୁ ଅଧିକ ଗ୍ରାହକ ଯୋଡି ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.