ETV Bharat / business

ଅମୂଲ ପରେ ୨ ଟଙ୍କା ବଢିଲା ମଦର ଡାଏରୀ କ୍ଷୀର - ମଦର ଡାଏରୀ କ୍ଷୀର

ଅମୂଲ ପରେ ୨ ଟଙ୍କା ମହଙ୍ଗା ହେଲା ମଦର ଡାଏରୀ କ୍ଷୀର । ଗତକାଲି ଅମୂଲ ବ୍ରାଣ୍ଡ କ୍ଷୀର ଦାମରେ ବୃଦ୍ଧି ଘୋଷଣା ହୋଇଥିଲା । ଅଧିକ ପଢନ୍ତୁ

ଅମୂଲ ପରେ ୨ ଟଙ୍କା ବଢିଲା ମଦର ଡାଏରୀ କ୍ଷୀର
ଅମୂଲ ପରେ ୨ ଟଙ୍କା ବଢିଲା ମଦର ଡାଏରୀ କ୍ଷୀର
author img

By

Published : Oct 16, 2022, 9:53 AM IST

ନୂଆଦିଲ୍ଲୀ: ଅମୂଲ ପରେ ମହଙ୍ଗା ହେଲା ମଦର ଡାଏରୀ କ୍ଷୀର(Mother Diary Milk Rates Hike) । ଦେଶର ପ୍ରମୁଖ କ୍ଷୀର ଉତ୍ପାଦନକାରୀ କମ୍ପାନୀ ମଦର ଡାଏରୀ ଏହାର କ୍ଷୀର ମୂଲ୍ୟରେ ୨ ଟଙ୍କା ବୃଦ୍ଧି ଘୋଷଣା କରିଛି । ଏଣିକି ଏହି କମ୍ପାନୀର ଫୁଲ କ୍ରିମ୍ କ୍ଷୀର ଓ ଗାଈ କ୍ଷୀର ପାଇଁ ଲିଟର ପିଛା ଅଧିକ ୨ ଟଙ୍କା ଦେବାକୁ ପଡିବ । ଆଜିଠୁ ଦିଲ୍ଲୀ-ଏନସିଆରରେ ଏହି ବର୍ଦ୍ଧିତ ଦର ଲାଗୁ କରାଯାଇଛି ।

ଅମୂଲ ପରେ ୨ ଟଙ୍କା ବଢିଲା ମଦର ଡାଏରୀ କ୍ଷୀର
ଅମୂଲ ପରେ ୨ ଟଙ୍କା ବଢିଲା ମଦର ଡାଏରୀ କ୍ଷୀର

ମଦର ଡାଏରୀ ମୁଖପାତ୍ର କହିଛନ୍ତି, ବିଗତ ଦୁଇ ମାସରେ କ୍ଷୀର ଉତ୍ପାଦନ ସହ ଜଡିତ ସମସ୍ତ କଞ୍ଚାମାଲ ଦର ବୃଦ୍ଧି ପାଇଛି । ଦୁଇ ମାସରେ କଞ୍ଚାମାଲ କେଜି ପିଛା ୩ ଟଙ୍କା ବଢିଛି । ଏହାକୁ ଦୃଷ୍ଟିରେ ରଖି ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି ।'' ତେବେ ନୂଆ ଦର ଲାଗୁ ହେବା ପରେ ମଦର ଡାଏରୀର ଫୁଲ୍ କ୍ରିମ କ୍ଷୀର ବର୍ତ୍ତମାନ ୬୩ ଟଙ୍କା ହୋଇଯାଇଛି । ସେହିପରି ଗାଈ କ୍ଷୀର ୫୫ ଟଙ୍କାରେ ପହଞ୍ଚିଛି ।

ଏହାମଧ୍ୟ ପଢନ୍ତୁ: ୨ ଟଙ୍କା ମହଙ୍ଗା ହେଲା ଅମୂଲ କ୍ଷୀର

ପ୍ରକାଶଥାଉ କି, ଗତକାଲି(ଶନିବାର) ଅମୂଲ ଡାଏରୀ(Amul brand) କ୍ଷୀର ମୂଲ୍ୟ ଲିଟର ପିଛା ଦୁଇ ଟଙ୍କା ବଢିଥିଲା । ଗୁଜୁରାଟ ସମବାୟ ବିପଣନ ସଂଘ ଲିମିଟେଡ(Gujarat Cooperative Milk Marketing Federation Ltd) ବର୍ଦ୍ଧିତ ଦର ଘୋଷଣା କରିଥିଲା । ଏହାପରେ ଅମୂଲର ଫୁଲ କ୍ରିମ୍ କ୍ଷୀର ମୂଲ୍ୟ ଲିଟର ୬୧ ଟଙ୍କା ଥିବାବେଳେ ଏହାକୁ ୬୩ ଟଙ୍କା କରାଯାଇଥିଲା । ସେହିପରି ମଇଁଷି କ୍ଷୀର ଦାମ ମଧ୍ୟ ୨ ଟଙ୍କା ମହଙ୍ଗା ହୋଇଥିଲା । ସାରା ଦେଶରେ ଏହି ନୂଆ ଦର ଲାଗୁ ହୋଇଥିବା ବେଳେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଥିବା ଗୁଜୁରାଟରେ ମୂଲ୍ୟ ବଢିନଥିଲା । ତେବେ ଗତ ଅଗଷ୍ଟରେ ଉଭୟ ମଦର ଡାଏରୀ ଓ ଅମୂଲ ବ୍ରାଣ୍ଡ କ୍ଷୀର ଲିଟର ପିଛା ୨ ଟଙ୍କା ବଢାଇଥିଲେ । ଏହାପୂର୍ବରୁ ମାର୍ଚ୍ଚରେ ମଧ୍ୟ କ୍ଷୀର ମହଙ୍ଗା ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.