ETV Bharat / business

ଅଗଷ୍ଟ ଆସିଲା, ଅନେକ ନିୟମ ବଦଳିଲା

ଆଜିଠୁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ(ITR), ଏଲପିଜି(LPG) ମୂଲ୍ୟ ଓ ବ୍ୟାଙ୍କ ଅଫ ବରୋଦା(BOB)ର ଚେକ୍‌ ପେମେଣ୍ଟ ନିୟମରେ ପରିବର୍ତ୍ତନ କରାଯାଇଛି । ଅଧିକ ପଢନ୍ତୁ

author img

By

Published : Aug 1, 2022, 11:33 AM IST

ଆଜିଠାରୁ ଏହି ସବୁ ନିୟମରେ ହେଲା ପରିବର୍ତ୍ତନ
ଆଜିଠାରୁ ଏହି ସବୁ ନିୟମରେ ହେଲା ପରିବର୍ତ୍ତନ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ଅଗଷ୍ଟ ମାସ । ଅନେକ ନିୟମରେ ଆଜିଠାରୁ ପରିବର୍ତ୍ତନ କରାଯାଇଛି । ଇନକମ ଟ୍ୟାକ୍ସ ରିଟର୍ନ(ITR), ଏଲପିଜି(LPG) ମୂଲ୍ୟ ଓ ବ୍ୟାଙ୍କ ଅଫ ବରୋଦା(BOB)ରେ ଚେକ ପେମେଣ୍ଟ ନିୟମ ପରିବର୍ତ୍ତନ କରାଯାଇଛି । ଯାହା ସାଧାରଣ ଖାଉଟିଙ୍କ ପକେଟକୁ କିଛି ମାତ୍ରାରେ ପ୍ରଭାବିତ କରିଥିବା ବେଳେ ସାମାନ୍ୟ ଆଶ୍ବସ୍ତି ମଧ୍ୟ ଦେଇଛି ।

କମିଲା କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦର

ଆଜିଠୁ କମିଲା କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦର ହ୍ରାସ ହୋଇଛି । ଯାହା ଖାଉଟିଙ୍କୁ ଆଶ୍ବସ୍ତି ଦେଇଛି। ସିଲିଣ୍ଡର ଦର ୩୬ ଟଙ୍କା ହ୍ରାସ ହୋଇଛି । ୧୯ କେଜି ଏଲ୍‌ପିଜି ସିଲିଣ୍ଡର ଦର 2012ଟଙ୍କା 50 ପଇସା ଥିବାବେଳେ ଏବେ ଏହାକୁ ଖାଉଟି 1976 ଟଙ୍କା ଦେଇ କ୍ରୟ କରିପାରିବେ । IOCL ତରଫରୁ ଏହି ନୂଆ ଦର ଜାରି କରାଯାଇଛି ।

ଆୟକର ରିଟର୍ଣ୍ଣ ଦାଖଲ କରିନଥିଲେ ଜରିମାନା

ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ଜୁଲାଇ 31 ରହିଥିଲା । ଯେଉଁମାନେ ଆଇଟିଆର ରିଟର୍ଣ୍ଣ ଦାଖଲ କରିନାହାନ୍ତି ସେମାନଙ୍କୁ ଏବେ ଜରିମାନା ଦେବାକୁ ପଡିବ। ଆୟକର ରିଟର୍ଣ୍ଣ ଦାଖଲରେ ବିଳମ୍ବ ହେଲେ ସମୟ ସୀମା ବୃଦ୍ଧି କରାଯିବ ନାହିଁ ବୋଲି ପୂର୍ବରୁ କୁହାଯାଇଥିଲା । ତେଣୁ ଆଜିଠାରୁ ଏହି ନୂଆ ନିୟମ ଲାଗୁ କରାଯାଇଛି । ରିଟର୍ଣ୍ଣ ଦାଖଲର ସମୟସୀମା ଶେଷ ପରେ 5 ଲକ୍ଷ ଟଙ୍କା କିମ୍ବା ତା’ଠାରୁ କମ୍ ଆୟ ଉପରେ 1,000 ହଜାର ଟଙ୍କା ଜରିମାନ ଆଦାୟ କରାଯିବ। 5 ଲକ୍ଷରୁ ଅଧିକ ଟଙ୍କା ପାଇଁ 5000 ଟଙ୍କା ଜରିମାନା ଦେବାକୁ ପଡିବ, ଏହା 10,000 ଟଙ୍କା ପର୍ଯ୍ୟନ୍ତ ମଧ୍ୟ ବୃଦ୍ଧି ହୋଇପାରେ ।

ବ୍ୟାଙ୍କ ଅଫ ବରୋଦାରେ ବଡ ପରିବର୍ତ୍ତନ

ଆଜିଠାରୁ ବ୍ୟାଙ୍କ ବରୋଦା(BOB) ଚେକ ପେମେଣ୍ଟ ନିୟମ ପରିବର୍ତ୍ତନ କରାଯାଇଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ର ନିର୍ଦ୍ଦେଶାବଳୀ ଅନୁସାରେ ବ୍ୟାଙ୍କ ଅଫ ବରୋଦା ଚେକ ମାଧ୍ୟମରେ ଦେୟ ନିୟମକୁ ପରିବର୍ତ୍ତନ କରିଛି। ୫ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ପରିମାଣର ଚେକ ପାଇଁ ପଜିଟିଭ ପେ ସିଷ୍ଟମ ଲାଗୁ କରିଛି ବ୍ୟାଙ୍କ । ଏହା ଦ୍ବାରା ବ୍ୟାଙ୍କକୁ ଏସଏମଏସ,ନେଟ୍ ବ୍ୟାଙ୍କିଙ୍ଗ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ଚେକ୍ ସମ୍ବନ୍ଧୀୟ ସୂଚନା ବ୍ୟାଙ୍କକୁ ଦେବାକୁ ପଡିବ ।

ପଜିଟିଭ ପେ ସିଷ୍ଟମ କ’ଣ ?

ବ୍ୟାଙ୍କିଂ ଫ୍ରଡରେ ଅଙ୍କୁଶ ଲଗାଇବାକୁ ରିଜର୍ଭ ବ୍ୟାଙ୍କ 2020 ମସିହାରେ ଚେକର ପଜିଟିଭ ପେ ସିଷ୍ଟମ ବ୍ୟବସ୍ଥା ଆରମ୍ଭ କରିଥିଲା । ଏହି ସିଷ୍ଟମରେ 50,000 ରୁ ଅଧିକ ଦେୟ ପ୍ରଦାନ କରୁଥିବା ଚେକଗୁଡ଼ିକୁ ରି-କନଫର୍ମ କରିବାକୁ ପଡିବ । ଚେକ ଜାରି କରିଥିବା ବ୍ୟକ୍ତିଙ୍କୁ ଇଲେକ୍ଟ୍ରୋନିକ ମାଧ୍ୟମରେ ଚେକର ତାରିଖ, ଲାଭାର୍ଥିଙ୍କ ନାମ, ପ୍ରାପ୍ତ ବ୍ୟକ୍ତି ଏବଂ କେତେ ଟଙ୍କା ଦେବେ ସେ ବିଷୟରେ ଦ୍ବିତୀୟ ଥର ସୂଚନା ଦେବାକୁ ପଡିବ। ଏସଏମଏସ, ମୋବାଇଲ୍ ଆପ୍, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ଏଟିଏମ୍ ମାଧ୍ୟମରେ ଚେକର ସୂଚନା ଦିଆଯାଇପାରେ । ଚେକ୍ ଦେୟ ପୂର୍ବରୁ ଏହି ବିବରଣୀଗୁଡିକୁ ପୁନଶ୍ଚ ଯାଞ୍ଚ କରାଯିବ ।

କୌଣସି ତୃଟି ଦେଖାଦେଲେ ‘ଚେକ୍‌ ଟ୍ରାଞ୍ଜାକ୍ସନ ସିଷ୍ଟମ’ ଦ୍ବାରା ଏହାକୁ ମାର୍କ କରି ଡ୍ରାଇ ବ୍ୟାଙ୍କ(ଯେଉଁ ବ୍ୟାଙ୍କରେ ଚେକ ପେମେଣ୍ଟ୍‌ ହେବ) ଏବଂ ପ୍ରେଜେଣ୍ଟିଙ୍ଗ ବ୍ୟାଙ୍କକୁ ( ଯେଉଁ ବ୍ୟାଙ୍କ ଆକାଉଣ୍ଟରୁ ଚେକ୍‌ ଜାରୀ ହେଇଥିବ) ସୂଚନା ଦିଆଯିବ। ଏହି ସିଷ୍ଟମ ଦ୍ବାରା ଚେକ୍ ମାଧ୍ୟମରେ 50,000ରୁ ଅଧିକ ଦେୟ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଆବଶ୍ୟକ ରହିଥାଏ । ବ୍ୟାଙ୍କ ଅଫ ବରୋଦା ଆଜିଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.