ETV Bharat / business

ଆର୍ଥିକ ସ୍ଥିରତା ପାଇଁ କରନ୍ତୁ ଏପରି ଯୋଜନା

ନିଜ ଜୀବନ ଯାତ୍ରାକୁ ସହଜ ସୁଗମ କରିବା ପାଇଁ ଆର୍ଥିକ ଯୋଜନା ପ୍ରସ୍ତୁତ କରିବା ଉଚିତ୍ । ଆପଣ କେତେ ଟଙ୍କା ରୋଜଗାର କରନ୍ତି, ଖର୍ଚ୍ଚ କେତେ, କେତେ ଟଙ୍କା ଭବିଷ୍ୟତ ପାଇଁ ସଞ୍ଚୟ କରିବେ, ଏହିସବୁ ପ୍ରଶ୍ନ ଆଧାରରେ ନିଜର ଯୋଜନା ପ୍ରସ୍ତୁତ କରନ୍ତୁ । ଯାହାଦ୍ବାରା ଆପଣ ଆର୍ଥିକ ସ୍ତରରେ ଅଧିକ ସଶସ୍ତ ହୋଇପାରିବେ । ଅଧିକ ପଢନ୍ତୁ

author img

By

Published : Aug 23, 2022, 2:33 PM IST

ଆର୍ଥିକ ସ୍ଥିରତା ପାଇଁ କରନ୍ତୁ ଏପରି ଯୋଜନା
ଆର୍ଥିକ ସ୍ଥିରତା ପାଇଁ କରନ୍ତୁ ଏପରି ଯୋଜନା

ହାଇଦ୍ରାବାଦ: ଅତୀତରେ ମୁରବୀମାନେ ଘରର ଆର୍ଥିକ ନିଷ୍ପତ୍ତି ନେଉଥିଲେ । ପରିବାରର ଖର୍ଚ୍ଚ ହେଉ ଅବା ସଞ୍ଚୟ ଓ ନିବେଶ, ପ୍ରତିଟି କ୍ଷେତ୍ରରେ ତାଙ୍କର ବଳିଷ୍ଠ ଭୂମିକା ରହୁଥିଲା । ହେଲେ ସମୟ ବଦଳିଛି, ବର୍ତ୍ତମାନ ପରିବାରର ସମସ୍ତ ସମସ୍ୟ ମିଳିମିଶି ପ୍ରତିଟି କ୍ଷେତ୍ରରେ ନିର୍ଣ୍ଣୟ ନେଉଛନ୍ତି । ପ୍ରତିଟି ସଦସ୍ୟ ଘରର ଆୟ ଓ ବ୍ୟୟ ବାବଦରେ ଅବଗତ ରହୁଛନ୍ତି । ସମ୍ପ୍ରତି ପରିବାର ଲୋକେ ଅଧିକ ସଞ୍ଚୟ ପାଇଁ ନିଜର ବଜେଟ୍ କମ୍ କରିବା ପରିବର୍ତ୍ତେ ସମ୍ପତ୍ତି ବା ଆୟ ବୃଦ୍ଧି ଉପରେ ଗୁରୁତ୍ବାରୋପ କରୁଛନ୍ତି । ତେବେ ଆୟ ସେତେବେଳେ ବଢିପାରିବ ଯେତେବେଳେ ଆପଣ ଆର୍ଥିକ ସ୍ଥିରତା ହାସଲ ପାଇଁ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବେ ।

ଆର୍ଥିକ ସ୍ତରରେ ସଶକ୍ତ ହେବା ପାଇଁ ପ୍ରଥମେ ଏକ ଲକ୍ଷ୍ୟ ବନାନ୍ତୁ ଏବଂ ଏଥିପାଇଁ ଆବଶ୍ୟକୀୟ ବିନିଯୋଗ କରନ୍ତୁ । ସ୍ବଳ୍ପ, ମଧ୍ୟମ ଓ ଦୀର୍ଘମିଆଦୀ ଲକ୍ଷ୍ୟର ଏକ ଲିଷ୍ଟ ପ୍ରସ୍ତୁତ କରନ୍ତୁ । ତେବେ ସବୁକିଛି ଭାବିବା ଖୁବ୍ ସହଜ । ହେଲେ ଏହାକୁ ହାସଲ କରିବା ସେତିକି କଷ୍ଟସାଧ୍ୟ । ସ୍ବଳ୍ପମିଆଦୀ ଆବଶ୍ୟକତା ରଖୁଥିବା ବ୍ୟକ୍ତିବିଶେଷ ଏପରି ନିବେଶ ବିକଳ୍ପ ଚୟନ କରିବା ଉଚିତ୍, ଯେଉଁଥିରେ ସେ ଯେତେବେଳେ ଚାହିଁବେ ନିଜର ନିବେଶ ରାଶି ଉଠାଣ କରିପାରିବେ । ଏ କ୍ଷେତ୍ରରେ ଡେବ୍ଟ ଫଣ୍ଡ(Debt funds) ସର୍ବୋକୃଷ୍ଟ ବିକଳ୍ପ ଅଟେ । ଆର୍ଥିକ ଯୋଜନା ପାଇଁ ଅନୁମାନ ଏବଂ ଭବିଷ୍ୟବାଣୀ କଦାପି ଉପଯୋଗୀ ନୁହେଁ । ଆପଣ କେତେ ଟଙ୍କା ରୋଜଗାର କରନ୍ତି ? ଖର୍ଚ୍ଚ କେତେ ? କେତେ ଟଙ୍କା ଭବିଷ୍ୟତ ପାଇଁ ସଞ୍ଚୟ କରିବେ ? ଏହା ହିଁ ଗୁରୁତ୍ବ ରଖିଥାଏ ।

ଯଦି ଆପଣ କ୍ଷତିକୁ ସାମାନ୍ୟ ଡରୁଛନ୍ତି ଓ ତଥାପି ନିବେଶ ପ୍ରତି ଆଗ୍ରହୀ ଅଟନ୍ତି, ତାହାହେଲେ ଆପଣ ହାଇବ୍ରିଡ ଫଣ୍ଡ କିମ୍ବା ପାସିଭ୍ ଫଣ୍ଡରେ ନିବେଶ କରିପାରିବେ । ସେହିପରି ଦୀର୍ଘମିଆଦୀ ଲକ୍ଷ୍ୟ ଥିବା ଏବଂ କ୍ଷତି ସହିବାକୁ ଶକ୍ତି ରଖୁଥିବା ବ୍ୟକ୍ତିବିଶେଷ ଇକ୍ୟୁଟି ଫଣ୍ଡକୁ ଚୟନ କରିବା ଉଚିତ୍ । ଆର୍ଥିକ ଲକ୍ଷ୍ୟ ହାସଲ ପାଇଁ ନିବେଶ ଯୋଜନା ରଣନୀତିଭିତ୍ତିକ ହେବା ଆବଶ୍ୟକ । ନଚେତ୍ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ବିଳମ୍ବ ହେବ ।

ଯଦି କୌଣସି ଛୋଟ ଅସୁବିଧା ଆସୁଛି, ଏପରିସ୍ଥଳେ କେବେ ବି ଅଧାରୁ ନିବେଶ ରାଶି ପ୍ରତ୍ୟାହର କରିବା ଅନୁଚିତ୍ । ଏହାଦ୍ବାରା ଆପଣ ଆର୍ଥିକ ସ୍ଥିରତା ହାସଲ କରିପାରିବେ ନାହିଁ । ଏହିସବୁ ସମସ୍ୟା ପାଇଁ ପୂର୍ବରୁ କିଛି ଟଙ୍କା ସଞ୍ଚୟ କରି ରଖନ୍ତୁ । ସବୁ ପରିବାର ଏମର୍ଜେନ୍ସି ଫଣ୍ଡ ସଞ୍ଚୟ କରିବା ଆବଶ୍ୟକ । ଯାହାକି ଅତିକମ୍‌ରେ ତିନିରୁ ୬ ମାସର ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହେଉଥିବ ।

ଏହାମଧ୍ୟ ପଢନ୍ତୁ: ହୋମ୍ ଲୋନ ସୁଧହାର ବଢାଇଲା LIC ହାଉସିଂ ଫାଇନାନ୍ସ

ବଜାର ସ୍ଥିତି ସର୍ବଦା ପରିବର୍ତ୍ତନଶୀଳ । ତେଣୁ ନିବେଶକ ସବୁ ସମୟରେ ଏଥିପ୍ରତି ନଜର ରଖିବା ଆବଶ୍ୟକ । ବଜାରରେ ଅସ୍ଥିରତା ସତ୍ତ୍ବେ ଲାଭ ହାସଲ ପାଇଁ ଯେତେ ସମ୍ଭବ ନିବେଶ କରିବା ଉଚିତ୍ । ସବୁବେଳେ ଭିନ୍ନ ଭିନ୍ନ ନିବେଶ ସ୍କିମରେ ନିବେଶ କରନ୍ତୁ । ଇକ୍ୟୁଟି, ଡେବ୍ଡ, ଗୋଲ୍ଡ, ବଣ୍ଡ, ବ୍ୟାଙ୍କ ଡିପୋଜିଟ, ଷ୍ଟକ ଏବଂ ମ୍ୟୁଚୁଆଲ ଫଣ୍ଡ ଆଦି ନାନା ପ୍ରକାର ସ୍କିମରେ ଅଲଗା ଅଲଗା ନିବେଶ କରନ୍ତୁ । ଯାହାଫଳରେ ଯଦି ଗୋଟିଏ ନିବେଶରେ କ୍ଷତି ହୁଏ, ତେବେ ଅନ୍ୟଟିରେ ଲାଭ ମିଳିପାରିବ । ଆପଣ ପରିବାର କେତେ କ୍ଷତି ସହିବାକୁ ସକ୍ଷମ ତାହାକୁ ଧ୍ୟାନରେ ରଖି ନିବେଶ ସ୍କିମ ଚୟନ କରିବା ଜରୁରୀ ।

ରୋଜଗାର କରୁଥିବା ବରିଷ୍ଠ ବ୍ୟକ୍ତିବିଶେଷ କମ୍ ରିସ୍କ ନେବାକୁ ସକ୍ଷମ ଅଟନ୍ତି । ଯେଉଁମାନେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି, ସେମାନେ ନିରାପଦ ଯୋଜନା ବାଛିବା ଉଚିତ୍ । ଯୁବବର୍ଗ ଅଧିକ କ୍ଷତି ସହ୍ୟ କ୍ଷମତା ରଖୁଥିବାରୁ ସେମାନେ ଅଧିକ ରିସ୍କ ସମ୍ପନ୍ନ ନିବେଶ ଚୟନ କରିପାରିବେ । ତେବେ ଏହି ନିଷ୍ପତ୍ତି ଲୋକଟିର ଆବଶ୍ୟକତା ଉପରେ ନିର୍ଭର କରେ । ନୂତନ ଉଦ୍ଦେଶ୍ୟ ସହ ଯୋଜନା ଚୟନ ମଧ୍ୟ ପରିବର୍ତ୍ତନ ହେବା ଆବଶ୍ୟକ । ନହେଲେ ଆମେ ଆର୍ଥିକ କ୍ଷେତ୍ରରେ ପଛରେ ପଡିଯିବା । ପରିବାରର ଗୋଟିଏ ସଦସ୍ୟଙ୍କ ସହ ଆର୍ଥିକ ସ୍ଥିରତା ହାସଲ କରିବା ସମ୍ଭବପର ନୁହେଁ । ଏଥିପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ୍ । ତାହାହେଲେ ଯାଇ ପରିବାରର ଆର୍ଥିକ ଯାତ୍ରା ସହଜ ଓ ସୁଗମ ହୋଇପାରିବ । Axis AMCର ସିବିଓ ରାଘବ ଇୟେଙ୍ଗର(Raghav Iyengar) ଏହା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.