ETV Bharat / business

Ratan Tata: ପ୍ରଥମ ଚାକିରି ପାଇଁ କିପରି ଥିଲା ରତନ ଟାଟାଙ୍କ ବାୟୋଡାଟା ? ପଢ଼ନ୍ତୁ

author img

By ETV Bharat Odisha Team

Published : Sep 4, 2023, 5:16 PM IST

ପ୍ରଥମ ଚାକିରି ପାଇଁ କିପରି ତିଆରି କରିଥିଲେ ବାୟୋଡାଟା ? ସାକ୍ଷାତକାରରେ ଖୁଲାସା କଲେ ରତନ ଟାଟା। ଅଧିକ ପଢ଼ନ୍ତୁ

ରତନ ଟାଟା
ରତନ ଟାଟା

ନୂଆଦିଲ୍ଲୀ: ଟାଟା ଗ୍ରୁପକୁ ନୂଆ ଉଚ୍ଚତାକୁ ପହଞ୍ଚାଇ ଥିବା ରତନ ଟାଟା ସାରା ଦେଶ ନୁହେଁ ବରଂ ସାରା ବିଶ୍ବରେ ଜଣେ ପ୍ରତିଷ୍ଠିତ ବ୍ଯବସାୟୀ ଭାବରେ ବେଶ ପରିଚିତ। ବିଶ୍ବର ସଫଳ ବ୍ୟବସାୟୀମାନଙ୍କ ମଧ୍ୟରେ ତାଙ୍କ ନାମ ମଧ୍ୟ ଆସେ । ନିଜ ଦକ୍ଷତା ଓ ପ୍ରଚେଷ୍ଟା ବଳରେ ସେ ଟାଟା ସନ୍ସକୁ ଏକ ଟ୍ରିଲିୟନ ଡଲାର ବିଶିଷ୍ଠ ବ୍ୟବସାୟ ପ୍ରତିଷ୍ଠାନ କରି ପାରିଛନ୍ତି । ଜଣେ ସଫଳ ଓ ପ୍ରତିଷ୍ଠିତ ବ୍ୟବସାୟୀ ହେବା ପର୍ଯନ୍ତ ତାଙ୍କ ଯାତ୍ରା ବେଶ ଆକର୍ଷଣୀୟ ଥିଲା । ତେବେ ବହୁତ କମ ଲୋକ ଜାଣିଥିବେ ଯେ, ରତନ ଟାଟା ନିଜ କ୍ୟାରିୟରର ଆରମ୍ଭ ଜଣେ ସାଧାରଣ କର୍ମଚାରୀ ଭାବରେ ଆରମ୍ଭ କରିଥିଲେ। ତେବେ ନିଜର ଏକ ସାକ୍ଷାତକାରରେ ରତନ ଟାଟା ନିଜ ବାୟୋଡାଟା ବିସୟରେ ଖୁଲାସା କରିଛନ୍ତି। ତେବେ ରତନ ଟାଟାଙ୍କ ପ୍ରଥମ ଚାକିରି କପରି ଥିଲା ? ଏବଂ କିପରି ସେ ନିଜ ବାୟୋଡାଟା ତିଆରି କରିଥିଲେ? ସେ ବିସୟରେ ସାକ୍ଷାତକାରରେ ଖୁଲାସା କରିଛନ୍ତି।

ନିଜର କାମ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥଥିବା ରତନ ଟାଟ ଏବେ ପୁଣି ଥରେ ଏକ ସାକ୍ଷାତକାରକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ତେବେ ସେ ଏକ ସାକ୍ଷାତକାରରେ ନିଜ ପ୍ରଥମ ଚାକିରି ପାଇଁ କିପରି ନିଜର ବାୟୋଡାଟା ତିଆରି କରିଥିଲେ, ସେହି ବିସୟରେ କହିଛନ୍ତି। ଯେତେବେଳେ ସେ ଆମେରିକାରେ ପଢ଼ା ଶେଷ କରି ଭାରତ ଫେରିଥିଲେ ସେତେବେଳେ ତାଙ୍କୁ ଆଇବିଏମ୍‌ ଅଫିସରେ ଏକ ଚାକିରି ମିଳିଥିଲା । କିନ୍ତୁ ଏହାକୁ ନେଇ ଜେଆର୍‌ଡି ଟାଟା ଖୁସି ନଥିଲେ । ତେବେ ଯେତେବେଳେ ରତନ ଆଇବିଏମ୍‌ ଅଫିସ୍‌ରେ ଥିଲେ ସେତେବେଳେ ଜେଆର୍‌ଡି ଟାଟା ତାଙ୍କୁ ଫୋନ୍‌ କରିଥିଲେ ଏବଂ ରତନ୍‌ଙ୍କୁ ତାଙ୍କ ବାୟୋଡାଟା ମାଗିଥିଲେ । ଏହାସହ ରତନ ଭାରତରେ ରହି ଆଇବିଏମ୍‌ରେ ଚାକିରି କରି ପାରିବେ ନାହିଁ ବୋଲି କହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ରତନ ଟାଟାଙ୍କୁ ଆସାମର ସର୍ବୋଚ୍ଚ ନାଗରିକ ସମ୍ମାନ

ତେବେ ସେତେବେଳେ ରତନଙ୍କ ପାଖରେ କୌଣସି ବାୟୋଡାଟା ନଥିଲା। ସେ ଆଇବିଏମ୍‌ ଅଫିସର ଏକ ଇଲେକ୍ଟ୍ରିକ୍‌ ଟାଇପରାଇଟରେ ନିଜର ଏକ ବାୟୋଡାଟା ତିଆରି କରିଥିଲେ । ଏହାପରେ ନିଜ ବାୟୋଡାଟାକୁ ଜେଆରଡି ଟାଟାଙ୍କୁ ପଠାଇଥିଲେ । ତେବେ 1962 ମସିହାରେ ରତନଙ୍କୁ ଟାଟା ଇଣ୍ଡଷ୍ଟ୍ରିଜ୍‌ରେ ପ୍ରଥମ ଥର ପାଇଁ ଚାକିରି ମିଳିଥିଲା । ଏହାପରେ 6 ମାସ ପାଇଁ ତାଙ୍କୁ ଜମଶେଦପୁର ପ୍ଲାଣ୍ଟକୁ ଟ୍ରେନିଂ ପାଇଁ ପଠା ଯାଇଥିଲା। ପରେ ଟାଟା ଷ୍ଟିଲର ଦାୟିତ୍ବ ହସ୍ତାନ୍ତର କରାଯାଇଥିଲା । ତେବେ ପ୍ରଥମ ଚାକିରିର ତିନି ଦଶକ ପରେ 1993 ମସିହାରେ ଜେଆର୍‌ଡି ଟାଟାଙ୍କ ମୃତ୍ୟୁ ପରେ ରତନ ଟାଟାଙ୍କୁ ଟାଟା ଗ୍ରୁପର ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ପଡ଼ିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.