ETV Bharat / business

ଜାଣନ୍ତୁ କେଉଁ ବ୍ୟାଙ୍କ ଦେଉଛି କମ୍ ସୁଧରେ ପର୍ସନାଲ ଲୋନ - ହାଇଦ୍ରାବାଦ ନ୍ୟୁଜ୍

Banks which offer the lowest interest rates on personal loans : ଏବେ ଲୋକଙ୍କ ପାଇଁ ପର୍ସନାଲ ଲୋନ ନେବା ଏବଂ ବ୍ୟାଙ୍କ ତରଫରୁ ପର୍ସନାଲ ଲୋନ ଦେବା ଆଉ ସହଜ ବ୍ୟାପାର ହୋଇ ରହିନାହିଁ । କିନ୍ତୁ କେତେକ ବ୍ୟାଙ୍କ ଗୁଡିକ ଅପେକ୍ଷାକୃତ କମ ସୁଧରେ ଗ୍ରାହକମାନଙ୍କୁ ପର୍ସନାଲ ଲୋନ ପ୍ରଦାନ କରିଥାନ୍ତି । ଅଧିକ ପଢନ୍ତୁ

ଜାଣନ୍ତୁ କେଉଁ ବ୍ୟାଙ୍କ ଦେଉଛି କମ୍ ସୁଧରେ ପର୍ସନାଲ ଲୋନ

author img

By ETV Bharat Odisha Team

Published : Nov 19, 2023, 7:31 PM IST

ହାଇଦ୍ରାବାଦ: ପର୍ସନାଲ ଲୋନ ବା ବ୍ୟକ୍ତିଗତ ଋଣ ବିଷୟରେ ଆପଣ ମାନଙ୍କ ଅଳ୍ପ ବହୁତ ଧାରଣା ଥିବ । ବିଭିନ୍ନ ବ୍ୟାଙ୍କ ତରଫରୁ ମଧ୍ୟ କଲ୍ ଏବଂ ମେସେଜ ଜରିଆରେ ପର୍ସନାଲ ଲୋନ ପାଇଁ ନାନା ଅଫର ମଧ୍ୟ ଆସୁଥିବ । ଏପରିକି ଅନେକ ଲୋକ ପର୍ସନାଲ ଲୋନ ମଧ୍ୟ ନେଇଥିବେ । କିନ୍ତୁ ଏବେ ଲୋକଙ୍କ ପାଇଁ ପର୍ସନାଲ ଲୋନ ନେବା ଏବଂ ବ୍ୟାଙ୍କ ତରଫରୁ ପର୍ସନାଲ ଲୋନ ଦେବା ଆଉ ସହଜ ବ୍ୟାପାର ହୋଇ ରହିନାହିଁ । ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ପର୍ସନାଲ ଲୋନ ସହିତ ଜଡିତ ନିୟମ ଗୁଡିକୁ କଠୋର କରାଯାଇଛି । ସଂଶୋଧିତ ନିୟମ ଅନୁଯାୟୀ ରିସ୍କ ୱେଟେଜକୁ 25 ପ୍ରତିଶତ ଯାଏଁ ବୃଦ୍ଧି କରାଯାଇଛି । ଆରବିଆଇ ଗତ ନଭେମ୍ବର 16 ତାରିଖରେ ଅସୁରକ୍ଷିତ ଖୁଚୁରା ଲୋନ ଗୁଡିକ ଉପରେ ଋଣଦାତା ଏବଂ ନନ ବ୍ୟାଙ୍କିଙ୍ଗ ଫାଇନାନ୍ସିଆଲ କମ୍ପାନୀ ପାଇଁ ରିସ୍କ ୱେଟେଜକୁ 25 ପ୍ରତିଶତରୁ ବଢାଇ 125 ପ୍ରତିଶତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ... Loan Application: ଲୋନ ଆବେଦନ ଖାରଜ ହେଉଛି କି ? କରନ୍ତୁ ଏହି କାମ

ଉଲ୍ଲେଖଯୋଗ୍ୟ ଯେ ଅର୍ଥ ଅଭାବ ଥିଲେ ଅତି ଜରୁରୀ ଅବସ୍ଥାରେ ବ୍ୟକ୍ତିଗତ ଋଣ ଆବଶ୍ୟକ ହୋଇଥାଏ । ଏହି ଋଣ ନେବା ବେଳେ ଉଧାର ନେଉଥିବା ବ୍ୟକ୍ତିଙ୍କୁ କୌଣସି ପ୍ରକାର କୋଲାଟେରାଲ ଦେବାକୁ ହୋଇନଥାଏ । ଘର, କାର, ସୁନା ଆଦିର ଲୋନ ତୁଳନାରେ ପର୍ସନାଲ ଲୋନର ସୁଧ ହାର ସବୁଠାରୁ ଅଧିକ ରହିଥାଏ । କିନ୍ତୁ କେତେକ ବ୍ୟାଙ୍କ ଗୁଡିକ ଅପେକ୍ଷାକୃତ କମ ସୁଧରେ ଗ୍ରାହକମାନଙ୍କୁ ପର୍ସନାଲ ଲୋନ ପ୍ରଦାନ କରିଥାନ୍ତି । ସେହିପରି ବ୍ୟାଙ୍କ ଗୁଡିକର ତାଲିକା ନିମ୍ନରେ ପ୍ରଦାନ କରାଗଲା ।

1. ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ ରହିଛି ବ୍ୟାଙ୍କ ଅଫ ମହାରାଷ୍ଟ୍ର, ଯାହା ଗ୍ରାହକଙ୍କ ଠାରୁ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ 10 ପ୍ରତିଶତ ବାର୍ଷିକ ସୁଧରେ ନେଇଥାଏ । ଏହି ଲୋନର ଅବଧି 84 ମାସ ଯାଏଁ ରହିଥାଏ ।

2. ପଂଜାବ ଏଣ୍ଡ ସିନ୍ଧ ବ୍ୟାଙ୍କ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ 10.15 ରୁ 12.80 ପ୍ରତିଶତ ସୁଧ ନେଇଥାଏ । ଏହି ଲୋନର ଅବଧି 60 ମାସ ଯାଏଁ ରହିଥାଏ ।

3. ବ୍ୟାଙ୍କ ଅଫ ବରୋଦା 50,000 ରୁ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ବାର୍ଷିକ 10.35 ରୁ 17.50 ପ୍ରତିଶତ ସୁଧ ନେଇଥାଏ। ଏହି ଲୋନର ଅବଧି 48 ରୁ 60 ମାସ ଯାଏଁ ରହିଥାଏ ।

4. ବ୍ୟାଙ୍କ ଅଫ ଇଣ୍ଡିଆ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ବାର୍ଷିକ 10.25 ପ୍ରତିଶତ ସୁଧ ଦେବାକୁ ନେଇଥାଏ ।

5. ଇଣ୍ଡସ୍ଇଣ୍ଡ ବ୍ୟାଙ୍କ 30,000 ରୁ 25 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ବାର୍ଷିକ 10.25 ରୁ 32.02 ପ୍ରତିଶତ ସୁଧ ନେଇଥାଏ । ଏହି ଲୋନର ଅବଧି 12 ରୁ 60 ମାସ ଯାଏଁ ରହିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.