ETV Bharat / business

କମୁଛି ମହିଳା ନେତୃତ୍ୱ ଷ୍ଟାର୍ଟଅପ୍‌ ସଂଖ୍ୟା, 183ରୁ ଖସି 7ରେ ପହଞ୍ଚିଲାଣି - ମହିଳା ନେତୃତ୍ୟ କମ୍ପାନୀ ସଂଖ୍ୟା କମୁଛି

ମହିଳାଙ୍କ ନେତୃତ୍ୟରେ ଚାଲିଥିବା ଷ୍ଟାଟପ କମ୍ପାନୀ ସଂଖ୍ୟା ଦିନରୁ ଦିନ କମିବାରେ ଲାଗିଛି । ଷ୍ଟାଟପ କମ୍ପାନୀର ଫଣ୍ଡିଙ୍ଗ 2023ରେ 185କୁ ଖସି ଆସିଛି । ଆଗକୁ ପଢ଼ନ୍ତୁ,

ମହିଳା ଷ୍ଟାଟପଙ୍କ ସଂଖ୍ୟା ସଙ୍କଟରେt
ମହିଳା ଷ୍ଟାଟପଙ୍କ ସଂଖ୍ୟା ସଙ୍କଟରେ
author img

By ETV Bharat Odisha Team

Published : Nov 19, 2023, 9:13 AM IST

ଦିଲ୍ଲୀ: ମହିଳାଙ୍କ ଷ୍ଟାର୍ଟଅପ୍‌ ନେତୃତ୍ୱ କମ୍ପାନୀ ସଂଖ୍ୟା ଦିନରୁ ଦିନ କମିବାରେ ଲାଗିଛି । 2014ରେ 183 ଷ୍ଟାର୍ଟଅପ୍‌ କମ୍ପାନୀ ଥିବା ବେଳେ ଏ ବର୍ଷ କମ୍ପାନୀ ସଂଖ୍ୟା 7 ରହିଛି । ମହିଳାଙ୍କ ନେତୃତ୍ୱରେ ଚାଲିଥିବା ଷ୍ଟାର୍ଟଅପ୍‌ କମ୍ପାନୀର ଫଣ୍ଡିଂ 2022ରେ 171ରୁ ବଢ଼ି 460 ହୋଇଥିଲା । କିନ୍ତୁ 2023ରେ ତାହା 185କୁ ଖସି ଆସିଛି । ଭାରତୀୟ ମହିଳାଙ୍କ ନେତୃତ୍ୱରେ ଚାଲିଥିବା ଷ୍ଟାର୍ଟ୍‌ଅପ୍‌ କମ୍ପାନୀ ଏବେ ସଙ୍କଟରେ ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ଦ୍ରୁତ ଶିଳ୍ପାୟନ ପାଇଁ ୮ ନୂଆ ପ୍ରକଳ୍ପକୁ ମଞ୍ଜୁରୀ, ସୃଷ୍ଟି ହେବ ବିପୁଳ ନିଯୁକ୍ତି ସମ୍ଭାବନା

ନିକଟରେ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତର ମହିଳାଙ୍କ ନେତୃତ୍ୱରେ ଚାଲିଥିବା ଷ୍ଟାର୍ଟ୍‌ଅପ୍‌ କମ୍ପାନୀ ସଂଖ୍ୟା 2014ରେ 183ରୁ କମି ଏ ବର୍ଷ 7କୁ ଆସିଯାଇଛି । ମହିଳାଙ୍କ ନେତୃତ୍ୱରେ ଥିବା କମ୍ପାନୀ ପାଇଁ ଫଣ୍ଡର ବୃଦ୍ଧି ଉଲ୍ଲେଖନୀୟ ଥିଲା । 2014ରେ 171ରୁ ବଢ଼ି ଏହା 2022ରେ 460ରେ ପହଞ୍ଚିଥିଲା । କିନ୍ତୁ ଲିଡିଂ ମାର୍କେଟ୍‌ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ଅନୁଯାୟୀ, 2023ରେ ଫଣ୍ଡରେ ଅଧିକ ହ୍ରାସ କାରଣରୁ ଏହି ସଂଖ୍ୟା 185ରେ ପହଞ୍ଚିଛି ।

ଏହା ମଧ୍ୟ ପଢ଼ନ୍ତୁ...ଇଭି ଟାରିଫ୍ କମେଇବାକୁ କେନ୍ଦ୍ର ସରକାରଙ୍କ ବିଚାର, ଟେସଲାକୁ ଟାର୍ଗେଟ

ଭାରତର ଟପ୍‌ 10 ମହିଳାଙ୍କ ନେତୃତ୍ୱରେ ଚାଲିଥିବା ଷ୍ଟାର୍ଟଅପ୍‌ କମ୍ପାନୀ ମଧ୍ୟରେ ଜୋମାଟୋ, ବାଇଜୁ, ଲେନ୍ସକାର୍ଟ ଓ ଜେରୋଧା ମଧ୍ୟ ସାମିଲ ଅଛି । ତଥ୍ୟରୁ ଜଣାପଡ଼ିଛି ବେଙ୍ଗାଲୁରୁରେ 1783 ମହିଳା ନେତୃତ୍ୱ ଷ୍ଟାର୍ଟଅପ୍‌ କମ୍ପାନୀ ରହିଛି । କିନ୍ତୁ ଅହମ୍ମଦାବାଦରେ ସ୍ଥିତି ପୁରା ଓଲଟା । ଏହାଛଡ଼ା ଟେକ୍ନୋଲୋଜି ଷ୍ଟାର୍ଟଅପ୍‌ ଫଣ୍ଡିଂ କ୍ଷେତ୍ରରେ ତୃତୀୟ ଥର ପତନ ଦେଖାଯଇଛି । ଏ ବର୍ଷ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ସବୁଠାରୁ କମ ଫଣ୍ଡିଂ ଆସିଥିବା ସୂଚନା ମିଳିଛି । ଟ୍ରେକ୍ସନ୍‌ ଅନୁସାରେ 2023ର ଫଣ୍ଡିଂର ତୃତୀୟ କ୍ବାଟରରେ ପ୍ରମୁଖ ହ୍ରାସ ଦେଖା ଯାଇଥିଲା । ଯେଉଁଥିରେ ମୋଟ 1.5 ବିଲିୟନ ଡଲାରର ବୃଦ୍ଧି ହୋଇଥିଲା । ଯାହା ପୂର୍ବ କ୍ବାଟର ତୁଳନାରେ 29 ପ୍ରତିଶତ କମିଥିଲା । 2022 ତୁଳନାରେ 54 ପ୍ରତିଶତ ହ୍ରାସ ଘଟିଛି । ଗତ ବର୍ଷର ମାସିକ ଫଣ୍ଡିଂ କ୍ବାଟର କଲେକ୍ସନରେ 33 ପ୍ରତିଶତର ହ୍ରାସ ଦେଖିବାକୁ ମିଳିଛି । ପ୍ରାରମ୍ଭିକ ପର୍ଯ୍ୟାୟ ଓ ପ୍ରାରମ୍ଭିକ ଚରଣର ଫଣ୍ଡ୍‌ରେ ଯଥାକ୍ରମେ 74 ପ୍ରତିଶତ ଏବଂ 75 ପ୍ରତିଶତ ହ୍ରାସ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.