ETV Bharat / business

ସେୟାର ମାର୍କେଟ ମାନ୍ଦା, ୧୫ ଲକ୍ଷ କୋଟି କ୍ଷତି ସହିଲେ ନିବେଶକ

author img

By

Published : Jun 17, 2022, 3:16 PM IST

ସେୟାର ବଜାରରେ ମାନ୍ଦା ଅବସ୍ଥା ଯୋଗୁଁ ଭାରି କ୍ଷତି ସହିଛନ୍ତି ନିବେଶକ । ଶୁକ୍ରବାର ସେନ୍‌ସେକ୍ସ ଓ ନିଫ୍ଟି ସୂଚକାଙ୍କ ତଳମୁହାଁ ରହିଥିଲା । ଅଧିକ ପଢ଼ନ୍ତୁ

ସେୟାର ମାର୍କେଟ ମାନ୍ଦା, ୧୫ ଲକ୍ଷ କୋଟି କ୍ଷତି ସହିଲେ ନିବେଶକ
ସେୟାର ମାର୍କେଟ ମାନ୍ଦା, ୧୫ ଲକ୍ଷ କୋଟି କ୍ଷତି ସହିଲେ ନିବେଶକ

ମୁମ୍ବାଇ: ସେୟାର ବଜାରରେ ମାନ୍ଦା ଅବସ୍ଥା ଯୋଗୁଁ ଭାରି କ୍ଷତି ସହିଛନ୍ତି ନିବେଶକ । ଶୁକ୍ରବାର ସେନ୍‌ସେକ୍ସ ଓ ନିଫ୍ଟି ସୂଚକାଙ୍କ ତଳମୁହାଁ ରହିଥିଲା । ଫଳରେ ବହୁ ଜଣାଶୁଣା କମ୍ପାନୀର ସେୟାର ମୂଲ୍ୟ ହ୍ରାସ ପାଇଛି । ଫଳରେ ନିବେଶକ ୧୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି । BSE ୪୨୫.୧୧ ଅଙ୍କ ଖସି ୫୧୦୭୦.୬୮ ପେଏଣ୍ଟରେ ପହଞ୍ଚିଛି । ସେପେଟ ନିଫ୍ଟି ମଧ୍ୟ ୧୨୫.୭ ଅଙ୍କ ଖସି ୧୫୨୩୪ରେ ପହଞ୍ଚିଛି । ଯାହାଫଳରେ ଏସିଆନ୍ ପେଣ୍ଟ୍‌ସ୍‌, ୱିପ୍ରୋ, ଡକ୍ଟର ରେଡିଜ୍‌, ଟାଇଟନ୍‌, ଟିସିଏସ୍‌, ଟେକ୍‌ ମହିନ୍ଦ୍ରା, ସନ୍‌ ଫାର୍ମା ଓ ମାରୁତିର ସେୟାର ମୂଲ୍ୟ ହ୍ରାସ ପାଇଛି । ମାନ୍ଦା ବଜାରେ ରିଲାୟନ୍ସ ଇଣ୍ଡଷ୍ଟ୍ରୀ ଓ NTPC ଲଗାତାର ଲାଭ ବ୍ୟବସାୟ ଜାରି ରଖିଛନ୍ତି ।

ଗୁରୁବାର ସେନ୍‌ସେକ୍ସ 1.99 ପ୍ରତିଶତ ଅର୍ଥାତ୍‌ ଘଟି ୧୦୪୫.୬୦ ଅଙ୍କ ଘଟି ୫୧୪୯୫.୭୯ ଅଙ୍କରେ ବନ୍ଦ ହୋଇଥିଲା । ସେହିଭଳି ନିଫ୍ଟିରେ ମଧ୍ୟ ୩୩୧.୫୧ ଅଙ୍କ ଖସି ୧୫୩୬୦.୬୦ ଅଙ୍କରେ ବନ୍ଦ ହୋଇଥିଲା । ଏସିଆ ବଜାରରେ ସିଓଲ, ଟୋକିଓ ଓ ସାଙ୍ଘାଇ ମଧ୍ୟ ଘାଟାରେ ବ୍ୟବସାୟ ଚାଲିଥିଲା । ଅନ୍ୟ ପକ୍ଷରେ ହଙ୍ଗ୍‌କଙ୍ଗ୍‌ରେ ବଜାରରେ ଲାଭରେ ବ୍ୟବସାୟ ଚାଲିଥିଲା ।

ଅନ୍ତର୍ଜାତୀୟ ବଜାରରେ ଲଗାତାର ବଜାର କ୍ଷତିରେ ଚାଲିଛି । ଶୁକ୍ରବାର ସକାଳ ସୁଦ୍ଧା ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପ୍ରତି ୧୧୮.୯୮ ଡଲାରେ ପହଞ୍ଚିଥିଲା । ଅସ୍ଥାୟୀ ଅନ୍ତର୍ଜାତୀୟ ବଜାରରେ ନିବେଶକମାନେ ଗୁରୁବାର ୩୨୫୭.୬୫ କୋଟି ଟଙ୍କାର ସେୟାର ବିକ୍ରି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.