ETV Bharat / business

ଅଗଷ୍ଟରେ ବର୍ଷର ଉଚ୍ଚତମ ସ୍ତରରେ ଭାରତର ବେକାରୀ ହାର

author img

By

Published : Sep 2, 2022, 11:47 AM IST

Updated : Sep 2, 2022, 4:32 PM IST

ଦେଶରେ ବଢି ଚାଲିଛି ବେକାରୀ ସମସ୍ୟା । ବର୍ଷକ ମଧ୍ୟରେ ଅଗଷ୍ଟରେ ସର୍ବାଧିକ ୮.୩ ପ୍ରତିଶତ ବେକାରୀ ହାର ରହିଥିବା CMIE ତଥ୍ୟରୁ ସ୍ପଷ୍ଟ । ଅଧିକ ପଢନ୍ତୁ

ଭାରତରେ ବଢିଲା ବେକାରୀ ହାର, ଅଗଷ୍ଟରେ ୮.୩%
ଭାରତରେ ବଢିଲା ବେକାରୀ ହାର, ଅଗଷ୍ଟରେ ୮.୩%

ମୁମ୍ବାଇ: ଭାରତରେ ଦିନକୁ ଦିନ ବେକାରୀ ସମସ୍ୟା ବଢି ଚାଲିଛି(India's Unemployment Rate Surged)। ଗତ ଅଗଷ୍ଟ ମାସରେ ଦେଶରେ ବେକାରୀ ହାର ୮.୩ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହାକି ବର୍ଷକ ମଧ୍ୟରେ ସର୍ବାଧିକ । ଅଗଷ୍ଟରେ ନିଯୁକ୍ତି ୨ ମିଲିୟନ ହ୍ରାସ ପାଇ ୩୯୪.୬ ମିଲିୟନରେ ପହଞ୍ଚିଛି । ଭାରତୀୟ ଅର୍ଥନୀତି ପର୍ଯ୍ୟବେକ୍ଷକ କେନ୍ଦ୍ର (CMIE) ତଥ୍ୟରୁ ଏହା ଜଣାପଡିଛି। ଗତ ଜୁଲାଇରେ ଭାରତରେ ବେକାରୀ ହାର ୬.୮% ଥିଲା । ଏହି ମାସରେ ନିଯୁକ୍ତି ୩୯୭ ମିଲିୟନ ରହିଥିଲା ।

CMIE ତଥ୍ୟ ଅନୁଯାୟୀ, ଅଗଷ୍ଟରେ ସହରାଞ୍ଚଳ ବେକାରୀ ହାର(Urban unemployment rate) ଗ୍ରାମାଞ୍ଚଳ ଅପେକ୍ଷା ଅଧିକ ରହିଛି । ଗତମାସରେ ସହରାଞ୍ଚଳ ବେରୋଜଗାରୀ ହାର ୯.୬ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ଗ୍ରାମାଞ୍ଚଳରେ ଏହି ହାର ୭.୭ ପ୍ରତିଶତ ରହିଛି । CMIE ପରିଚାଳନା ନିର୍ଦ୍ଦେଶକ ମହେଶ ବ୍ୟାସ(CMIE managing director Mahesh Vyas) ଏହି ସୂଚନା ଦେଇଛନ୍ତି । ଅଗଷ୍ଟରେ ଲଗାଣ ବର୍ଷା ଯୋଗୁଁ କୃଷି କାର୍ଯ୍ୟ ବାଧାପ୍ରାପ୍ତ ହୋଇ ଗ୍ରାମାଞ୍ଚଳରେ ବେକାରୀ ସମସ୍ୟା ବଢିଥିବା ସେ କହିଛନ୍ତି ।

ଜୁଲାଇରେ ଗ୍ରାମୀଣ ବେକାରୀ ହାର ୬.୧ ପ୍ରତିଶତ ରହିଥିଲା । ଯାହାକି ଅଗଷ୍ଟରେ ୭.୭ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ନିଯୁକ୍ତ ହାର ୩୭.୬ ପ୍ରତିଶତରୁ ୩୭.୩ ପ୍ରତିଶତକୁ ଖସି ଆସିଛି । ତେବେ ଆଗାମୀ ଦିନରେ ଗ୍ରାମାଞ୍ଚଳରେ ଚାଷ କାର୍ଯ୍ୟ ବୃଦ୍ଧି ପାଇବା ସହ ବେକାରୀ ସମସ୍ୟା କମିବ ବୋଲି ଆଶା କରାଯାଉଛି । ହେଲେ ଆସନ୍ତା ମାସରେ ସହରାଞ୍ଚଳରେ ବେକାରୀ ଚିତ୍ର ଅସ୍ପଷ୍ଟ ରହିଥିବା CMIE ପରିଚାଳନା ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ମାସ ଆରମ୍ଭରୁ ବଦଳିଲା ବହୁ ନିୟମ, ବଢିଲା ଗ୍ରାହକଙ୍କ ପକେଟ ବୋଝ

ତେବେ ଅଗଷ୍ଟରେ ହରିୟାଣାରେ ବେକାରୀ ହାର ସର୍ବାଧିକ ୩୭.୩ ପ୍ରତିଶତ ରହିଛି । ଏହାପଛକୁ ଜମ୍ମୁ-କାଶ୍ମୀରରେ ୩୨.୮ ପ୍ରତିଶତ, ରାଜସ୍ଥାନରେ ୩୧.୪ ପ୍ରତିଶତ, ଝାଡଖଣ୍ଡରେ ୧୭.୩ ପ୍ରତିଶତ, ତ୍ରିପୁରାରେ ୧୬.୩ ପ୍ରତିଶତ ରହିଛି । CMIE ତଥ୍ୟ ଅନୁସାରେ ଛତିଶଗଡରେ ବେକାରୀ ହାର ସର୍ବନିମ୍ନ ୦.୪ ପ୍ରତିଶତ ରହିଛି(Lowest in Chhattisgarh) । ସେହିପରି ମେଘାଳୟରେ ୨ ପ୍ରତିଶତ, ମହାରାଷ୍ଟ୍ରରେ ୨.୨ ପ୍ରତିଶତ ଏବଂ ଗୁଜରାଟ ଓ ଓଡିଶାରେ ୨.୬ ପ୍ରତିଶତ ଥିବା CMIE ତଥ୍ୟରୁ ଜଣାପଡିଛି ।

Last Updated : Sep 2, 2022, 4:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.