ETV Bharat / business

FDI Inflows: ଗତ ଆର୍ଥିକ ବର୍ଷରେ ଭାରତକୁ ଆସିଛି ରେକର୍ଡ FDI - ପ୍ରତ୍ୟକ୍ଷ ବିଦେଶୀ ନିବେଶ

ଭାରତକୁ ଛୁଟୁଛି ଏଫଡିଆଇ ସୁଅ । ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶକୁ 83 ବିଲିୟନ ଡଲାରରୁ ଅଧିକ FDI ଆସିଛି । ଅଧିକ ପଢନ୍ତୁ

୨୦୨୧-୨୨ରେ ଭାରତକୁ ଆସିଛି 83 ବିଲିୟନରୁ ଅଧିକ FDI
ଭାରତକୁ ଛୁଟୁଛି FDI ସୁଅ, ୨୦୨୧-୨୨ରେ ଆସିଛି ୮୩ ବିଲିୟନରୁ ଅଧିକ FDI
author img

By

Published : May 21, 2022, 12:50 PM IST

ନୂଆଦିଲ୍ଲୀ: ଭାରତକୁ ଛୁଟୁଛି FDI (Foreign Direct Investment) ସୁଅ । ବିଦେଶୀ ନିବେଶକ ଭାରତରେ ନିବେଶ ପାଇଁ ଆଗ୍ରହୀ ହେଉଛନ୍ତି । ମାର୍ଚ୍ଚରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ (୨୦୨୧-୨୨) ଦେଶକୁ ରେକର୍ଡ ୮୩.୫୭ ବିଲିୟନ ଡଲାରର FDI ଆସିଛି । ଯାହାକି ଏ ପର୍ଯ୍ୟନ୍ତ ଦେଶକୁ ଆସିଥିବା ଏଫଡିଆଇ ମଧ୍ୟରେ ସବୁଠୁ ଅଧିକ । କୋଭିଡ ସମୟ ପରେ ଭାରତରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ(FDI) ୨୩% ବୃଦ୍ଧି ପାଇଛି । ବିଶେଷକରି ଉତ୍ପାଦ କ୍ଷେତ୍ର(Manufacturing) ପ୍ରତି ବିଦେଶୀ କମ୍ପାନୀ ଅଧିକ ଆକର୍ଷିତ ହେଉଥିବା ଜଣାପଡିଛି । କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି ।

ଏହା ପୂର୍ବରୁ ଆର୍ଥିକ ବର୍ଷ ୨୦୨୦-୨୧ରେ ଦେଶକୁ ୮୨ ବିଲିୟନ ଡଲାର ଏଫଡିଆଇ ଆସିଥିଲା । ମହାମାରୀ ପାଦୁର୍ଭାବ ଏବଂ ୟୁକ୍ରେନ-ଋଷିଆ ଯୁଦ୍ଧର ପ୍ରଭାବ ସତ୍ତ୍ବେ ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ଭାରତ ଗତବର୍ଷ ୧.୬ ବିଲିୟନ ଡଲାର ଅଧିକ FDI ହାସଲ କରିଛି । ଡାଟାରେ ଏହା ମଧ୍ୟ ଦର୍ଶାଉଛି ଯେ, ଗତ ୨୦ ବର୍ଷ ଭିତରେ ଦେଶରେ ୨୦ ଥର FDI ପ୍ରବାହ ବୃଦ୍ଧି ପାଇଛି । ୨୦୦୩-୦୪ ବର୍ଷରେ ଭାରତକୁ ମାତ୍ର ୪.୩ ବିଲିୟନ ଡଲାର FDI ଆସିଥିବାବେଳେ ୨୦୧୪-୧୫ ବର୍ଷରେ ଏହା ୪୫.୧୫ ବିଲିୟନ ଡଲାରରେ ପହଞ୍ଚିଥିଲା ।

୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ମ୍ୟାନୁଫ୍ୟାକ୍ଚରିଂ ସେକ୍ଟରରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ ୭୬% ବୃଦ୍ଧି ପାଇଛି । ଏହି ସେକ୍ଟରକୁ ୨୦୨୦-୨୧ ବର୍ଷରେ ୧୨.୦୯ ବିଲିୟନ ଡଲାର FDI ଆସିଥିବା ବେଳେ ଗତ ଆର୍ଥିକ ବର୍ଷ ଏହା ବୃଦ୍ଧି ପାଇ ୨୧.୩୪ ବିଲିୟନ ଡଲାର ରହିଛି । ତେଣୁ ଭାରତ ନିବେଶ ପାଇଁ ନିବେଶକଙ୍କ ଅଧିକ ପସନ୍ଦସ୍ଥଳ ହୋଇଥିବା ଜଣାପଡୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.