ETV Bharat / business

ଅନଲାଇନ ନେଣଦେଣରେ ହୋଇପାରନ୍ତି ଠକାମୀର ଶିକାର, ଏହି ଦିଗରେ ରୁହନ୍ତୁ ସତର୍କ

ସାଇବର ଠକେଇ ଡରରେ ଅନଲାଇନ୍ ସପିଂ ଏବଂ ଡିଜିଟାଲ୍ କାରବାର ବନ୍ଦ କରନ୍ତୁ ନାହିଁ । ବରଂ ଅଜଣା ନମ୍ବରରୁ କଲ୍‌ ଆସିଲେ ସେମାନଙ୍କ ସହ କୌଣସି OTP ସେୟାର କରନ୍ତୁ ନାହିଁ । ସାଇବର ଠକେଇରୁ ବର୍ତ୍ତିବା ପାଇଁ ଏହି ସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ । ଅଧିକ ପଢ଼ନ୍ତୁ

author img

By

Published : Jan 4, 2023, 4:05 PM IST

ଅନଲାଇନ ନେଣଦେଣ
ଅନଲାଇନ ନେଣଦେଣ

ହାଇଦ୍ରାବଦ: ଅନଲାଇନ୍ ସପିଂ ଏବଂ ଡିଜିଟାଲ୍ କାରବାର ଆମ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଛି । ଏହାଦ୍ବାରା ଲୋକେ ଘର ବସି ସବୁ ପ୍ରକାର ସୁବିଧା ପାଇପାରୁଛନ୍ତି । ଅନ୍ୟପଟେ ଡିଜିଟାଲ ନେଣଦେଣ ସମୟରେ ଅନେକ ଠକାମୀର ଶିକାର ହେଉଥିବା ବେଳେ ବ୍ୟକ୍ତିଗତ ତଥ୍ୟ ମଧ୍ୟ ଚୋରି ହେଉଛି । ଫଳରେ କିଛି ଉପଭୋକ୍ତା ବାଧ୍ୟ ହୋଇ ଏହାକୁ ବନ୍ଦ କରୁଛନ୍ତି । ତେବେ ଅନଲାଇନ ସେବାକୁ ବ୍ୟବହାର କରିବା ସମୟରେ ନିଜକୁ ସୁରକ୍ଷିତ ରଖିବା ପାଇଁ କେତେକ ବିଶେଷ ଦିଗ ଉପରେ ଧ୍ୟାନ ଦେବା ଆବଶ୍ୟକ ।

ଡିଜିଟାଲ ନେଣଦେଣ ସମୟରେ ସତର୍କ ରହିବା ଆବଶ୍ୟକ ଅଟେ । ସାମାନ୍ୟ ଭୁଲ ଆପଣଙ୍କୁ ବିପଦରେ ପକାଇପାରେ । ଯଦି ଆପଣ ସାଇବର ଠକଙ୍କୁ ନିଜର OTP ସେୟାର କରିବେ ତାହେଲେ ଆପଣଙ୍କ ଆକାଉଣ୍ଟ ଖାଲି ହୋଇଯିବାର ସମ୍ଭାବନା ଅଧିକ ରହିଛି । କିଛି ଗୋପନୀୟ ସାଇଟରୁ ଦୂରେଇ ରୁହନ୍ତୁ । ଫିଙ୍ଗର ପ୍ରିଣ୍ଟ୍‌ ପରି ବିକଳ୍ପ ବ୍ୟବସ୍ଥାକୁ ଆପଣାଇବା ସହ କାହାସହ ନିଜର OTP ସେୟାର କରନ୍ତୁ ନାହିଁ ।

ଆଜିକାଲି ଅନେକ ଲୋକ ଗୁଗୁଲ ପେ, ଫୋନ ପେ ଭଳି ଅନେକ ଡିଜିଟାଲ ଆକାଉଣ୍ଟ ବ୍ୟବହାର କରିଥାନ୍ତି । ତେବେ ଏହି ଆକାଉଣ୍ଟ ଗୁଡିକର ପାସଓ୍ବାର୍ଡକୁ ବାରମ୍ବାର ପରିବର୍ତ୍ତନ କରିବା ଆବଶ୍ୟକ । ଗୋଟିଏ ପାସଓ୍ବାର୍ଡ ଅଧିକ ସମୟ ଧରି ରହିବା ଦ୍ବାରା ସାଇବର ଠକାମିର ଶିକାର ହେବାର ଅଧିକ ସମ୍ଭାବନା ରହିଛି । ପାସଓ୍ବାର୍ଡ ପରିବର୍ତ୍ତନ ସହ ଫିଙ୍ଗର ପ୍ରିଣ୍ଟ ଏବଂ ବାୟୋମେଟ୍ରିକ୍ସ ବ୍ୟବହାର କରନ୍ତୁ ।

ଗ୍ରାହକଙ୍କୁ ଠକିବା ପାଇଁ ସାଇବର ଠକମାନେ ଦିନକୁ ଦିନ ନୂଆନୂଆ ତରିକା ଆପଣାଉଛନ୍ତି । ତେବେ ଏଥିରୁ ବର୍ତ୍ତିବା ମୁସ୍କିଲ ହୋଇ ପଡ଼ୁଛି । ଯଦି ଆପଣଙ୍କୁ କେହି ଫୋନ ଯୋଗେ OTP ମାଗୁଛନ୍ତି ତେବେ ଆପଣ ଦିଅନ୍ତୁ ନାହିଁ । ଦ୍ବିସ୍ତର ସିକ୍ୟୁରିଟି ବ୍ୟବସ୍ଥା କରନ୍ତୁ । ଯାହାଦ୍ବାରା OTP ସେୟାର କରିବା ପରେ ମଧ୍ୟ ଠକେଇ ହୋଇପାରିବ ନାହିଁ । ସୁରକ୍ଷା ପାଇଁ ପାସୱାର୍ଡ, ଫିଙ୍ଗର ପ୍ରିଣ୍ଟ ଏବଂ OTP ବ୍ୟବହାର କରନ୍ତୁ ।

ଏହା ମଧ୍ୟ ପଢନ୍ତୁ: Hockey World Cup: ପ୍ରଥମ ବିଦେଶୀ ଦଳ ଭାବେ ଭୁବନେଶ୍ଵରରେ ପହଞ୍ଚିଲା ନେଦରଲାଣ୍ଡସ

ଯଦି ଆପଣଙ୍କୁ କୌଣସିମତେ ସନ୍ଦେହ ହୁଏ ତୁରନ୍ତ ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ । ଅନ୍ୟମାନଙ୍କୁ ଆପଣଙ୍କର ବ୍ୟକ୍ତିଗତ ଫୋନ୍, ଲାପଟପ୍ ଏବଂ ଡେସ୍କଟପ୍ କମ୍ପ୍ୟୁଟର ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ । ଯଦି ବ୍ୟାଙ୍କିଂ ସମ୍ବନ୍ଧୀୟ କୌଣସି କାମ ନାଁରେ କେହି କଲ୍‌ କରି OTP ମାଗୁଛି ତାହେଲେ ସେୟାର କରନ୍ତୁ ନାହିଁ । ତୁରନ୍ତ ତାହାକୁ ବଦଳାଇ ଦିଅନ୍ତୁ । ବିଶ୍ୱସ୍ତ ଓ୍ବେବସାଇଟକୁ ହିଁ ବ୍ୟବହାର କରନ୍ତୁ ।

ଅନଲାଇନ ଟଙ୍କା ନେଣଦେଣ ସମୟରେ OTP ବ୍ୟବହାର କରନ୍ତୁ । ସାଇବର ଠକମାନେ ପ୍ରଥମେ ବ୍ୟାଙ୍କ କର୍ମଚାରୀ କହି ଆପଣଙ୍କୁ କଲ୍‌ କରିବେ । ଏହାପରେ କିଛି ବ୍ୟକ୍ତିଗତ ତଥ୍ୟ ପଚାରିବା ପରେ OTP ମାଗିବେ । କିନ୍ତୁ ଏପରିସ୍ଥଳେ ଆପଣ କୌଣସି ମତେ OTP ସେୟାର କରନ୍ତୁ ନାହିଁ । ସନ୍ଦେହ ହେଲେ ବ୍ୟାଙ୍କକୁ ଯାଇ ପଚାରି ବୁଝନ୍ତୁ ।

ମନେ ରଖିବା ଉଚିତ ଯେ, ବ୍ୟକ୍ତିଗତ କିମ୍ବା ବ୍ୟାଙ୍କିଂ ସୂଚନା ମାଗିବା ପାଇଁ କେବେ ବି ବ୍ୟାଙ୍କରୁ ଫୋନ ଆସିନଥାଏ । KYC ବାହାନରେ ଠକମାନେ କଲ୍‌ କରିଥାନ୍ତି । କିନ୍ତୁ ଆପଣ ସିଧାସଳଖ ବ୍ୟାଙ୍କ ଯାଇ KYC ଅପଡେଟ କରନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.