ETV Bharat / business

Hike in Repo Rate: ଫାଇଦା ପାଇବେ ଫିକ୍ସ ଡିପୋଜିଟର, କ୍ଷତି ସହିବେ ଋଣକର୍ତ୍ତା

author img

By

Published : May 15, 2022, 5:00 PM IST

ରେପୋ ରେଟ ବଢାଇଛି ରିଜର୍ଭ ବ୍ୟାଙ୍କ । ଏହା ଫିକ୍ସ ଡିପୋଜିଟରଙ୍କ ପାଇଁ ବରଦାନ ହୋଇପାରେ । କାରଣ ରେପୋ ରେଟ ବଢିବା ପରେ ବ୍ୟାଙ୍କଗୁଡିକ ବିଭିନ୍ନ ସୁଧହାର ବଢାଇପାରନ୍ତି । ଯଦ୍ବାରା ଜମାକାରୀ ନିଜ ଜମା ଉପରେ ଅଧିକ ରିଟର୍ଣ୍ଣ ପାଇପାରିବେ । ଅଧିକ ପଢନ୍ତୁ

ଫିକ୍ସ ଡିପୋଜିଟରଙ୍କ ପାଇଁ ବରଦାନ ରେପୋ ରେଟ୍ ବୃଦ୍ଧି, ଜାଣନ୍ତୁ କେମିତି

ହାଇଦ୍ରାବାଦ: ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ରେ 40 ବେସିସ୍ ପଏଣ୍ଟ ବୃଦ୍ଧି କରିଛି । ୨୦୧୮ ପରେ ପ୍ରଥମ ଥର ପାଇଁ ରେପୋ ରେଟ୍ ବଢିଛି । ଫଳସୂରୁପ ବ୍ୟାଙ୍କଗୁଡିକ ବିଭିନ୍ନ ସୁଧହାର ବଢାଉଛନ୍ତି । ତେବେ ରେପୋ ରେଟ୍ ବଢିବା ଫିକ୍ସ ଡିପୋଜିଟର( fixed depositors) ଏବଂ କ୍ଷୁଦ୍ର ସଞ୍ଚୟକାରୀ(small saver)ଙ୍କ ପାଇଁ ଏକ ଖୁସି ଖବର ଅଟେ । ସେହିପରି ନିବେଶକ ଏବଂ ଋଣକର୍ତ୍ତାଙ୍କ ପାଇଁ ଏହା ଅଭିଶାପ ସଦୃଶ । କାରଣ ବ୍ୟାଙ୍କରୁ ଆଣିଥିବା ଗାଡି ହେଉ ଅବା ହୋମ ଲୋନ, ଏସବୁ ଉପରେ ଅଧିକ ସୁଧ ଦେବାକୁ ପଡିବ ।

ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ହୋଇଥିବାରୁ ରେପୋ ରେଟକୁ ବୃଦ୍ଧି କରାଯାଇଥିବା ରିଜର୍ଭ ବ୍ୟାଙ୍କ କହିଛି । ଏହାପରେ ଅନେକ ବ୍ୟାଙ୍କଗୁଡିକ ମାର୍ଜିନାଲ କଷ୍ଟ ଅଫ୍ ଫଣ୍ଡ ବେସ୍‌ଡ ଲେଣ୍ଡିଂ ରେଟ(MCLR)ରେ ସଂଶୋଧନ କରିଛନ୍ତି । ରେପୋ ରେଟ୍ ବଢିବା ସହ ବ୍ୟାଙ୍କଗୁଡିକ ଆରଏଲଏଲ(RLLR) ରେଟ୍‌ରେ ପରିବର୍ତ୍ତନ କରିପାରନ୍ତି ବୋଲି ଆଶଙ୍କା କରାଯାଇଛି । ଅନ୍ୟପକ୍ଷରେ କ୍ୟାସ ରିଜର୍ଭ ରେସିଓ (CRR)ରେ ବୃଦ୍ଧି ଦ୍ବାରା ବ୍ୟାଙ୍କରେ ନଗଦ ପରିମାଣ ହ୍ରାସ ପାଇବ । ଯାହାଫଳରେ ବ୍ୟାଙ୍କ ଜମାକାରୀଙ୍କୁ ଆକର୍ଷିତ କରିବା ପାଇଁ ଫିକ୍ସ ଡିପୋଜିଟ ଉପରେ ସୁଧହାର ବଢାଇପାରନ୍ତି ବୋଲି ଅନୁମାନ କରାଯାଉଛି । ତାହାହେଲେ ଜମାକାରୀ ନିଜ ଜମା ଉପରେ ଅଧିକ ରିଟର୍ଣ୍ଣ ପାଇପାରିବେ । ତେଣୁ ବର୍ତ୍ତମାନ ସ୍ଥିତିରେ କେଉଁଭଳି ଆର୍ଥିକ ଯୋଜନା ଲାଭଦାୟକ ହେବ ସେ ଦିଗରେ ଧ୍ୟାନ ଦେବା ଗୁରୁତ୍ବପୂର୍ଣ୍ଣ ।

ଲଙ୍ଗ ଟର୍ମ ଡେବ୍ଟ ଫଣ୍ଡ (Long term debt funds): ଅନେକ ପ୍ରକାରର ଡେବ୍ଟ ଫଣ୍ଡ ରହିଛି । ସାମ୍ପ୍ରତିକ ବଜାର ସ୍ଥିତିରେ liquid funds ଅଥବା short term fund ଚୟନ କରିବା ଉଚିତ୍ । ଏଥିରେ ଦୀର୍ଘକାଳୀନ ଫଣ୍ଡ(long-term funds) ତୁଳନାରେ କମ୍ ଅସ୍ଥିରତାର ସମ୍ମୁଖୀନ ହେବା ସମ୍ଭାବନା ଅଧିକ । ସୁଧହାର ବଢିବା ସହ ବଣ୍ଡ ରେଟ୍ କମିବାର ଆଶଙ୍କା ରହିଛି । ତେଣୁ ବର୍ତ୍ତମାନ ଦୀର୍ଘକାଳୀନ ବଣ୍ଡରେ ବିନିଯୋଗ କରିବାରୁ ଦୂରେଇ ରୁହନ୍ତୁ । ଯଦି ପୂର୍ବରୁ ଆପଣ କୌଣସି ବଣ୍ଡରେ ନିବେଶ କରିସାରିଛନ୍ତି ତାହାହେଲେ ଏହାକୁ ଫେରସ୍ତ ଆଣିବାକୁ ଚେଷ୍ଟା କରିପାରିବେ । ନଚେତ୍ ଏହାକୁ ସ୍ବଳ୍ପକାଳୀନ ଡେବ୍ଟ ଫଣ୍ଡକୁ ରୂପାନ୍ତରିତ କରିପାରିବେ ।

କମ୍ ରେଟିଂ( With a low rating): ସୁଧହାର ହ୍ରାସ ହେଲେ ଅନେକ ଲୋକ କର୍ପୋରେଟ ବଣ୍ଡ ଏବଂ କର୍ପୋରେଟ ଡିପୋଜିଟ ପ୍ରତି ଆକର୍ଷିତ ହୋଇଥାନ୍ତି । ସାଧାରଣତଃ AAA, AA, A ଏବଂ A + ରେଟିଂ ବଣ୍ଡ ଏବଂ ଡିପୋଜିଟଗୁଡିକ ଅଧିକ ସୁରକ୍ଷିତ ଅଟେ । ହେଲେ ଏଥିରେ କମ୍ ସୁଧ ମିଳିଥାଏ । B, C ଏବଂ D ରେଟିଂରେ ରିସ୍କ ଅଧିକ ରହିଥାଏ । କିନ୍ତୁ ଏହା ଅଧିକ ସୁଧ ଦେଇଥାଏ । ତେଣୁ ଲୋକମାନେ ଅଧିକ ସୁଧ ଆଶାରେ ରିସ୍କ ବଣ୍ଡରେ ନିବେଶ କରିଥାନ୍ତି । ଆପଣ ଉଚ୍ଚ ରେଟିଂ ଯୁକ୍ତ ନିବେଶଗୁଡିକୁ ଚୟନ କରିବା ଉଚିତ୍ । ଏଥିସହ କମ୍ ରେଟିଂ ଯୁକ୍ତ ବଣ୍ଡରୁ ଯଥାସମ୍ଭବ ଜମାରାଶି ଉଠାଇବା ଦିଗରେ ଚେଷ୍ଟ କରିବା ଦରକାର ।

ଲୋନ ଟ୍ରାନ୍ସଫର(Debt transfer): ଯେଉଁମାନେ ଲୋନ ନେଇ ନୂଆ ଘର କିମ୍ବା ନୂଆ କାର କିଣିବାକୁ ଇଚ୍ଛୁକ, ସେମାନେ ବର୍ତ୍ତମାନର ସୁଧହାର ଉପରେ ବିଚାର କରିପାରିବେ । ବର୍ତ୍ତମାନ ବ୍ୟାଙ୍କ ହୋମ ଲୋନ ଉପରେ ସୁଧହାର 7.5% ରହିଛି । କାର ପାଇଁ ମଧ୍ୟ 8.5% ରୁ କମ୍ ସୁଧହାର ଉପଲବ୍ଧ ହେଉଛି । ସେହିପରି ନିକଟରେ ଅନେକ ବ୍ୟାଙ୍କ 7%ରୁ 7.5% ଅଟୋ ଲୋନ ଉପରେ କିଛି ବିଶେଷ ଅଫରର ଘୋଷଣା କରିଛନ୍ତି । ଯଦି ପୂର୍ବରୁ ଆପଣ 9 ପ୍ରତିଶତ ସୁଧହାରରେ ଲୋନ ନେଇସାରିଛନ୍ତି ତେବେ କମ୍ ସୁଧ ନେଉଥିବା ବ୍ୟାଙ୍କକୁ ନିଜର ଲୋନ ଟ୍ରାନ୍ସଫର କରିବାକୁ ପ୍ରୟାସ କରନ୍ତୁ ।

ଫିକ୍ସ ଡିପୋଜିଟ(Fixed deposits): ସୁଧହାର ବଢିଲେ ଫିକ୍ସ ଡିପୋଜିଟରୁ ଅଧିକ ରିଟର୍ଣ୍ଣ ମିଳିଥାଏ । ରିଜର୍ଭ ବ୍ୟାଙ୍କ ରେପୋ ରେଟ ବୃଦ୍ଧି କରିଥିବା ଯୋଗୁଁ ନୂତନ ଜମାକାରୀମାନେ ଅଧିକ ସୁଧପ୍ରଦାନକାରୀ ବ୍ୟାଙ୍କଗୁଡିକ ଉପରେ ନଜର ଦେବା ଉଚିତ୍ । ଯେଉଁମାନେ ପୂର୍ବରୁ ଫିକ୍ସ ଡିପୋଜିଟ କରିଛନ୍ତି, ସେମାନେ ବର୍ତ୍ତମାନ ସମୟରେ ଚିନ୍ତା କରିବା ଉଚିତ୍ । ମନେକର ଆପଣ ନିଜ ଜମାରାଶି ଉପରେ 5.5% ସୁଧ ପାଉଛନ୍ତି । ଯଦି ସୁଧହାର 5.75% ବୃଦ୍ଧି ପାଏ, ତେବେ ଏଥିରେ ବିଶେଷ ଲାଭ ପାଇବେ ନାହିଁ । ଏହାସତ୍ତ୍ବେ ଯଦି ସାମାନ୍ୟ ଅଧିକ ସୁଧ ଆଶାରେ ନିଜ ଡିପୋଜିଟକୁ ଅନ୍ୟ ବ୍ୟାଙ୍କକୁ ପରିବର୍ତ୍ତିତ କରୁଛନ୍ତି, ତାହାହେଲେ ଏଥିପାଇଁ କିଛି ଜରିମାନା ଗଣିବାକୁ ପଡିଥାଏ । ଯାହାକି ଆପଣଙ୍କ ପାଇଁ କ୍ଷତି । ତେଣୁ ଯଦି ସୁଧହାର ଅତିକମରେ 1% ରୁ 1.5% ବୃଦ୍ଧି ହୁଏ, ତେବେ ଆପଣ ଡିପୋଜିଟ ପରିବର୍ତ୍ତନ କରିବା ଦିଗରେ ଚିନ୍ତା କରିପାରିବେ ।

କ୍ଷୁଦ୍ର ସଞ୍ଚୟ(Small savings): ପିପିଏଫ୍, ସୁକନ୍ୟା ସମୃଦ୍ଧି ଯୋଜନା ଏବଂ ରାଷ୍ଟ୍ରୀୟ ସଞ୍ଚୟ ପ୍ରମାଣପତ୍ର (National Savings Certificates) ସମ୍ପୂର୍ଣ୍ଣ ସୁରକ୍ଷିତ ଆୟ ନିଶ୍ଚିତ ଯୋଜନା ଅଟନ୍ତି । ଏହିସବୁ ଯୋଜନା ଧାରା 80C ଅନ୍ତର୍ଗତ ଟିକସ ରିହାତି ଯୋଗ୍ୟ ହୋଇଥିବାରୁ ଏହା ଭଲ ନିବେଶ ବିକଳ୍ପ ଅଟେ । ରିଜର୍ଭ ବ୍ୟାଙ୍କ ରେପୋ ରେଟ ବୃଦ୍ଧି କରିବା ପରେ ଏହି ଯୋଜନାରେ ସୁଧହାର ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ କ୍ଷୁଦ୍ର ସଞ୍ଚୟ ପ୍ରତି ଆଗ୍ରହୀ ବ୍ୟକ୍ତି ଏଥିରେ ବିନିଯୋଗ କରିପାରିବେ ।

ଶୀଘ୍ର ଲୋନ ପରିଶୋଧ କରନ୍ତୁ(Settle your loans faster): ସାଧରଣତଃ ରେପୋ ରେଟରେ ବୃଦ୍ଧିର ପ୍ରଭାବ ଅଧିକ ହାଉସିଂ ଲୋନ ଉପରେ ପଡିଥାଏ । ତେଣୁ ଦୀର୍ଘକାଳୀନ ଲୋନକୁ ଯଥାଶୀଘ୍ର ସୁଝିବା ପାଇଁ ଚେଷ୍ଟା କରନ୍ତୁ । ଧରାଯାଉ, ଆପଣ 20 ବର୍ଷ ପାଇଁ 7.5 ପ୍ରତିଶତ ସୁଧହାରରେ 25 ଲକ୍ଷ ଟଙ୍କା ଲୋନ ନେଇଛନ୍ତି । ଏଥିପାଇଁ ପ୍ରତିବର୍ଷ 2,37,113 ଟଙ୍କା ପଇଠ କରୁଛନ୍ତି । ଏହି ହିସାବରେ ଆପଣ ମାସିକ 19,759.41 ଟଙ୍କା ସୁଧ ଦେଉଛନ୍ତି । ଯଦି ପ୍ରଥମ ବର୍ଷର ସୁଧ 1,79,356 ଟଙ୍କା, ତେବେ ପ୍ରକୃତ ପରିମାଣ ହେଉଛି 57,757 ଟଙ୍କା । ତେଣୁ ଋଣ ବୋଝ କମ୍ କରିବାକୁ ପ୍ରତିବର୍ଷ ମୂଳଧନର 5 ରୁ10 ପ୍ରତିଶତ ଭରିବା ବୁଦ୍ଧିମାନର କାମ ଅଟେ । ଯେଉଁମାନେ ଆସନ୍ତା ଦୁଇ ତିନି ବର୍ଷରେ ନିଜର ସବୁ ଲୋନ ସୁଝିବାକୁ ଯାଉଛନ୍ତି ତାଙ୍କ ପାଇଁ ସୁଧହାର ବଢିବା କିଛି ବଡ ବୋଝ ନୁହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.