ETV Bharat / business

Direct Tax Collections: ପ୍ରତ୍ୟକ୍ଷ କର ଆଦାୟରେ ୨୪% ବୃଦ୍ଧି

୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୨୪ ପ୍ରତିଶତ ବୃଦ୍ଧି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

Direct Tax Collections
Direct Tax Collections
author img

By

Published : Feb 12, 2023, 6:58 AM IST

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ(Gross direct tax collections) ୨୪ ପ୍ରତିଶତ ବୃଦ୍ଧି ପାଇଛି । ଚଳିତ ବର୍ଷ ମୋଟ ପ୍ରତ୍ୟକ୍ଷ ଟିକସ ଆଦାୟରେ ୨୪ ପ୍ରତିଶତ ବୃଦ୍ଧି ପାଇ ୧୫ ଲକ୍ଷ ୬୭ ହଜାର କୋଟିରେ ପହଞ୍ଚିଛି । ଏନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଗତକାଲି(ଶନିବାର) ସୂଚନା ଦିଆଯାଇଛି । ମନ୍ତ୍ରଣାଳୟ ଅଧିନରେ ପରିଚାଳିତ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(CBDT) କହିଛି ଯେ, ୨୦୨୨-୨୩ ଆର୍ଥିକ ବର୍ଷରେ ଏବେସୁଦ୍ଧା ନିଟ୍ ପ୍ରତ୍ୟକ୍ଷ କର ୧୨ ଲକ୍ଷ ୯୮ ହଜାର କୋଟି ସଂଗ୍ରହ ହୋଇଛି । ଯାହାକି ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ୧୮.୪୦ ପ୍ରତିଶତ ଅଧିକ ଅଟେ । ଟିକସଦାତାଙ୍କୁ ଫେରସ୍ତ ହୋଇଥିବା ଅର୍ଥ ବାଦ୍‌ ଦେବାରେ ନିଟ୍ ପ୍ରତ୍ୟକ୍ଷ କର ଆଦାୟ ୧୨ ଲକ୍ଷ ୯୮ ହଜାର କୋଟି ରହିଛି ।

ସରକାରଙ୍କୁ ମିଳିଲା ୧୫.୬୭ ଲକ୍ଷ କୋଟି: ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରତ୍ୟକ୍ଷ କର ସଂଗୃହୀତ ରାଶି ଏବେସୁଦ୍ଧା ସଂଶୋଧିତ ଅଟକଳର ପ୍ରାୟ ୭୯ ପ୍ରତିଶତରେ ପହଞ୍ଚିଛି । ସଂଶୋଧିତ ଅଟକଳରେ ପ୍ରାୟ ୧୬ ଲକ୍ଷ ୫୦ ହଜାର କୋଟି ଟଙ୍କା ଆଦାୟ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଯାହା ଚଳିତ ଆର୍ଥିକ ବର୍ଷର ବଜେଟ ଅଟକଳରେ ଧାର୍ଯ୍ୟ ୧୪ ଲକ୍ଷ ୨୦ ହଜାର କୋଟି ଟଙ୍କା ଠାରୁ ଅଧିକ ଅଟେ । CBDTର ସୂଚନା ଅନୁସାରେ, ୨୦୨୨-୨୩ ଆର୍ଥିକ ବର୍ଷରେ ଏଯାବତ୍ ମୋଟ ୧୫ ଲକ୍ଷ ୬୭ ହଜାର କୋଟି ଟଙ୍କା ପ୍ରତ୍ୟକ୍ଷ କର ସଂଗ୍ରହ ହୋଇଛି । ଏହା ୨୦୨୧-୨୨ ଆର୍ଥିକ ବର୍ଷର ସମାନ ଅବଧି ଅପେକ୍ଷା ୨୪.୯ ପ୍ରତିଶତ ଅଧିକ । ଏହାସହିତ ଟିକସ ଆଦାୟରେ ସରକାର ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: Adani-Hindenburg Row: ଆଦାନୀଙ୍କ ଆଇନଗତ ଯୁଦ୍ଧ ଆରମ୍ଭ, ହାୟାର କଲେ ଦାମୀ ଲ' କମ୍ପାନୀ

ଫେବୃୟାରୀ ୧୦ ତାରିଖ ସୁଦ୍ଧା ୧୫.୬୭ ଲକ୍ଷ କୋଟି ପ୍ରତ୍ୟକ୍ଷ ଟିକସ ଆଦାୟ ହୋଇଛି । ଏପ୍ରିଲ ୨୦୨୨ରୁ ୨୦୨୩ ଫେବୃୟାରୀ ୧୦ ମଧ୍ୟରେ କର୍ପୋରେଟ ଆୟକର ବୃଦ୍ଧି ୧୯.୩୩ ପ୍ରତିଶତ ରହିଛି । ସେହିପରି ମୋଟ ବ୍ୟକ୍ତିଗତ ଆୟକର ସଂଗ୍ରହରେ(Personal Income Tax Collection) ୨୯.୬୩ ପ୍ରତିଶତ ବୃଦ୍ଧି ପାଇଛି । ଟିକସଦାତାଙ୍କୁ ଫେରସ୍ତ ରାଶି ବାଦ୍ ଦେଲେ ବ୍ୟକ୍ତଗତ ଆୟକର ଆଦାୟ ୨୧.୯୩ ପ୍ରତିଶତ ଅଛି ।

ଏହାମଧ୍ୟ ପଢନ୍ତୁ: Yahoo in Layoff Spree : 1,600 କର୍ମଚାରୀଙ୍କୁ ଚାକିରିରୁ ବିଦା କରିବ ୟାହୁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.