ETV Bharat / business

ନେପାଳକୁ ଅଣ ବାସୁମତି ଚାଉଳ ପଠାଇବ ପତଞ୍ଜଳୀ; ଅନୁମତି ଦେଲେ ସରକାର

author img

By ETV Bharat Odisha Team

Published : Nov 14, 2023, 10:30 AM IST

ଅଣ ବାସୁମତି ଚାଉଳ ରପ୍ତାନୀ ନେଇ ପତଞ୍ଜଳୀ ଆର୍ୟୁବେଦ ଉପରୁ କଟକଣା ହଟାଇଲେ ଭାରତ ସରକାର । ଆଗକୁ ପଢ଼ନ୍ତୁ

ପତଞ୍ଜଳୀ ଉପରୁ ହଠିଲା ଚାଉଳ ରପ୍ତାନୀର ପ୍ରତିବନ୍ଧ

ନୂଆଦିଲ୍ଲୀ: ନେପାଳକୁ ଅଣ ବାସୁମତି ଚାଉଳ ରପ୍ତାନୀ କରିବ ପତଞ୍ଜଳୀ । ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ପତଞ୍ଜଳୀ ଆୟୁର୍ବେଦକୁ ଅନୁମତି ମିଳିଛି । ଚାଉଳ ରପ୍ତାନୀ ଉପରେ ଲାଗିଥିବା କଟକଣାରୁ ସରକାର ପତଞ୍ଜଳୀକୁ ବାଦ୍ ଦେଇଛନ୍ତି । ଫଳରେ ନେପାଳ ଭୂମିକମ୍ପ ପୀଡିତଙ୍କ ସହାୟତା ପାଇଁ ପତଞ୍ଜଳି ଆୟୁର୍ବେଦ ଲିମିଟେଡ 20 ମେଟ୍ରିକ ଟନ ଅଣ ବାସୁମତି ଚାଉଳ ଦାନ ରୂପେ ପଠାଇବ । କିଛି ମାସ ପୂର୍ବରୁ ଚାଉଳ ରପ୍ତାନୀ ଉପରେ ବ୍ୟାନ ଲଗାଇଥିଲେ ଭାରତ ସରକାର । କିନ୍ତୁ ନେପାଳର ଭୂମିକମ୍ପ ପୀଡିତମାନଙ୍କ ସାହାର୍ଯ୍ୟ ଲାଗି ପତଞ୍ଜଳୀ ଉପରୁ ଥରୁଟିଏ ପାଇଁ ଏହି ପ୍ରତିବନ୍ଧକ ହଟାଇଛନ୍ତି ।

କହିରଖୁଛୁ କି, ଘରୋଇ ଉପଲବ୍ଧତାକୁ ବଢ଼ାଇବା ପାଇଁ ଚଳିତ ବର୍ଷ 20 ଜୁଲାଇରେ ଅଣ ବାସୁମତୀ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଭାରତ ସରକାର । କିନ୍ତୁ କିଛି ଦେଶର ଖାଦ୍ୟ ସୁରକ୍ଷାର ଆବଶକ୍ୟତାକୁ ପୂରଣ କରିବା ପାଇଁ ସେହି ଦେଶର ଅନୁରୋଧ କ୍ରମେ ଚାଉଳ ରପ୍ତାନୀକୁ ଅନୁମତି ଦିଆଯାଇଛି ।

ଏହାମଧ୍ୟ ପଢ଼ନ୍ତୁ: Nepal earthquake: ଜରୁରୀ ସହାୟତା ସାମଗ୍ରୀ ପଠାଇଲା ଭାରତ

ପତଞ୍ଜଳୀ ଉପରୁ ହଟିଲା ପ୍ରତିବନ୍ଧକ:

ଡାଇରେକ୍ଟର ଜେନେରାଲ ଅଫ ଫରେନ ଟ୍ରେଡ (DGFT) ସୂଚନା ଅନୁସାରେ, ନେପାଳ ଭୂମିକମ୍ପରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ 20 ମେଟ୍ରିକ ଟନର ଅଣ ବାସୁମତୀ ଚାଉଳ ରପ୍ତାନୀ କରିବା ପାଇଁ ଭାରତ ସରକାର ପତଞ୍ଜଳୀ ଆୟୁର୍ବେଦ ଲିମିଟେଡକୁ ବ୍ୟାନ ମୁକ୍ତ କରିଛନ୍ତି ।ଅକ୍ଟୋବର ମାସର DGFTଙ୍କ ରିର୍ପୋଟ ଅନୁଯାୟୀ, ସରକାର ନେପାଳ, କେମରୁନ ଓ ମ୍ୟାଲେସିଆ ସମେତ ସାତଟି ଦେଶକୁ 10,34,800 ଟନର ଚାଉଳ ରପ୍ତାନୀ କରିବାର ଅନୁମତି ଦେଇଛନ୍ତି । ଚାଉଳ ରପ୍ତାନୀ କ୍ଷେତ୍ରରେ କେମରୁନ, କୋଟେ ଡି' ଆଇବର, ଗିନୀ, ମ୍ୟାଲେସିଆ, ଫିଲିପିନ ଆଦି ଦେଶ ପାଇଁ ନେପାଳ ହେଉଛି ପ୍ରମୁଖ ବଜାର ।

ଏହାମଧ୍ୟ ପଢ଼ନ୍ତୁ: Earthquake in Iceland: ଆଇସଲ୍ୟାଣ୍ଡରେ 14 ଘଣ୍ଟାରେ 800 ଥର ଭୂକମ୍ପ, ଜରୁରୀକାଳୀନ ପରିସ୍ଥିତି ଘୋଷଣା

ନେପାଳକୁ ଆପାତକାଳିନ ସାମଗ୍ରୀ ରପ୍ତାନୀରେ ଭାରତ ପ୍ରଥମ ଦେଶ:

ଗତ 6 ନଭେମ୍ବରରେ ନେପାଳରେ 6.4 ତୀବ୍ରତାର ଭୂମିକମ୍ପ ହୋଇଥିଲା । ଯେଉଁଥିରେ 153 ଲୋକଙ୍କର ମୃତ୍ୟୁ ହେବା ସହ 250ରୁ ଅଧିକ ଲୋକ ଆହାତ ହୋଇଥିଲେ । ପଶ୍ଚିମ ନେପାଳ ସ୍ଥିତ ଜଜରକୋଟ ଓ ଋକୁମ ଜିଲ୍ଲାରେ ଭୂମିକମ୍ପ କାରଣରୁ ଅନେକ କ୍ଷୟକ୍ଷତି ହୋଇଛି । ଭାରତ ନେପାଳର ଭୂମିକମ୍ପ କ୍ଷତିଗ୍ରସ୍ତ ଅଞ୍ଚଳକୁ ଆପାତକାଳୀନ ଖାଦ୍ୟ ସାମଗ୍ରୀ ରପ୍ତାନୀ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.