ETV Bharat / business

ବୃଦ୍ଧି ପାଇବ ପିଆଜ ଦର ! 40 ପ୍ରତିଶତ ରପ୍ତାନୀ ଶୁଳ୍କ ଲଗାଇଲେ ସରକାର - ପିଆଜ ରପ୍ତାନୀ

ପିଆଜ ରପ୍ତାନୀ ଉପରେ 40 ପ୍ରତିଶତ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । 2023 ଡିସେମ୍ବର 31 ପର୍ଯ୍ୟନ୍ତ ଦେଶରୁ ପିଆଜ ରପ୍ତାନୀ ଉପରେ ଲାଗିବ ଶୁଳ୍କ । ଅଧିକ ପଢ଼ନ୍ତୁ

ପିଆଜ ଉପରେ 40 ପ୍ରତିଶତ ରପ୍ତାନୀ ଶୁଳ୍କ
ପିଆଜ ଉପରେ 40 ପ୍ରତିଶତ ରପ୍ତାନୀ ଶୁଳ୍କ
author img

By

Published : Aug 20, 2023, 7:06 PM IST

ନୂଆଦିଲ୍ଲୀ: ଦିନକୁ ଦିନ ଜରୁରୀ ସାମଗ୍ରୀର ଦରଦାମ୍‌ ବଢ଼ିବାରେ ଲାଗିଥିବା ବେଳେ ପନିପରିବାର ଦାମ୍‌ ମଧ୍ୟ ଆକାଶ ଛୁଆଁ ରହିଛି । ବଜାରରେ ଟମାଟୋ ଦର ଅହେତୁକ ବୃଦ୍ଧି ପାଇବା ପରେ ଏବେ ପିଆଜ ଦର ମଧ୍ୟ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ତେବେ ଘରୋଇ ବଜାରରେ ପିଆଜର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ପିଆଜର ମୂଲ୍ୟକୁ କାବୁ କରିବା ପାଇଁ ସରକାର ପିଆଜ ରପ୍ତାନୀ ଉପରେ 40 ପ୍ରତିଶତ ରପ୍ତାନୀ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ଶନିବାର ଅର୍ଥମନ୍ତ୍ରୀ ଏକ ବିଜ୍ଞପ୍ତି ଜରିଆରେ ଦେଇଥିବା ସୂଚନା ଅନୁସାରେ, 2023 ଡିସେମ୍ବର 31 ପର୍ଯ୍ୟନ୍ତ ଦେଶରୁ ପିଆଜ ରପ୍ତାନୀ ଉପରେ 40 ପ୍ରତିଶତ ପର୍ଯ୍ୟନ୍ତ ରପ୍ତାନୀ ଶୁଳ୍କ ଲାଗୁ କରାଯିବ । ପୂର୍ବ କିଛି ସପ୍ତାହ ଧରି ପିଆଜ, ଆଳୁ ଓ ଟମାଟୋ ସମେତ ଅନ୍ୟ ପନିପରିବାର ଦରଦାମ ବୃଦ୍ଧି ପାଇଛି । ଆଶଙ୍କା କରାଯାଉଇଛି ଯେ, ସେପ୍ଟେମ୍ବର ମାସରେ ପିଆଜ ଦର ଆହୁରି ବୃଦ୍ଧି ପାଇପାରେ । ବର୍ତ୍ତମାନ କିଗ୍ରା ପ୍ରତି 15-20 ଟଙ୍କାରେ ବିକ୍ରି ହେଉଥିବା ପିଆଜ ସେପ୍ଟେମ୍ବର ମାସରେ 60-70 ଟଙ୍କା ପର୍ଯ୍ୟନ୍ତ ପଢ଼ିପାରେ ।

ଏହା ମଧ୍ୟ ପଢ଼ନ୍ତୁ...Onion Price Hike: ସମ୍ବଲପୁରରେ ଅଚାନକ ବଢିଲା ପିଆଜ ଦର, ଛାନିଆ ଗ୍ରାହକ

ଅକ୍ଟୋବରରେ ନୂତନ ଫସଲ ଆସିବା ପର୍ଯ୍ୟନ୍ତ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାକୁ ଲକ୍ଷ୍ୟ ରଖି ସରକାର ଗତ ସପ୍ତାହରେ ନିର୍ଦ୍ଦିଷ୍ଟ ଅଞ୍ଚଳ ବଫର ଷ୍ଟକ୍‌ରୁ ପିଆଜକୁ କାଢ଼ିବା ପାଇଁ ଘୋଷଣା କରିଥିଲେ । ଏହାସହ ସରକାର ଇ-ନିଲାମ, ଇ-କମର୍ସ ପ୍ଲାଟଫର୍ମ ଓ ରାଜ୍ୟ ସରକାରଙ୍କ ସହ ସହଯୋଗିତା ଚ୍ୟାନେଲ ମାଧ୍ୟମରେ ଗ୍ରାହକଙ୍କୁ ସୁଲଭ ମୁଲ୍ୟରେ ପିଆଜ ଯୋଗାଇ ଦେବାପାଇଁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ସରକାର ସ୍ୱଳ୍ପ ଯୋଗାଣ ସମୟରେ ପିଆଜର ମୂଲ୍ୟ ବୃଦ୍ଧି ପାଇବା ଅନୁମାନ କରି ମୂଲ୍ୟ ନିୟନ୍ତ୍ରଣ ଫଣ୍ଡ ମାଧ୍ୟମରେ 3ଲକ୍ଷ ଟନ୍‌ ପିଆଜ ଗଚ୍ଛିତ କରି ରଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Tomato Price: ଖସିଲା ଟମାଟୋ ଦର, ଆଗକୁ କନ୍ଦାଇବ ପିଆଜ !

ତେବେ ସରକାରୀ ସୂଚନା ଅନୁସାରେ, ଗତ କିଛି ଦିନ ଭିତରେ ପିଆଜ ଦରରେ ସାମାନ୍ଯ ବୃଦ୍ଧି ପାଇଛି । ଅଗଷ୍ଟ 10ରେ ସର୍ବଭାରତୀୟ ସ୍ତରରେ ପିଆଜ କିଲୋଗ୍ରାମ ପିଛା ମୂଲ୍ୟ 27.90 ଟଙ୍କା ଥିବା ବେଳେ ଏହା ଗତବର୍ଷ ଏହି ସମୟରେ ଥିବା ପିଆଜ ଦାମ୍‌ ତୁଳନାରେ ପ୍ରାୟ 2ଟଙ୍କା ବୃଦ୍ଧି ଘଟିଥିଲା । ବର୍ତ୍ତମାନ ଟମାଟୋ କିଗ୍ରା ପ୍ରତି 150 ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଥିବା ବେଳେ ପିଆଜ ଦର ବୃଦ୍ଧି ପାଇବାକୁ ନେଇ ଖାଉଟିମାନେ ଚିନ୍ତା ପ୍ରକଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.