ୱାଶିଂଟନ: ଟ୍ବିଟର, ମେଟା, ଆମାଜନ ପରେ ଗୁଗୁଲରେ ଆରମ୍ଭ ହେବ ଛଟେଇ ପର୍ବ । ହଜାର ହଜାର କର୍ମଚାରୀଙ୍କୁ ବିଦା କରିବ ଗୁଗୁଲ । ଗୁଗୁଲର ମୂଳ କମ୍ପାନୀ ଆଲଫାବେଟ୍(Alphabet) ବଡ ଧରଣର ଛଟେଇ କରିବ । ପ୍ରାୟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଏହି ଟେକ୍ ଜିଆଣ୍ଟ କମ୍ପାନୀ(big tech giant) ବିଚାର କରୁଥିବା ସୂଚନା ମିଳିଛି । ଗୁଗୁଲ ଖରାପ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କୁ ବାହାର କରିବାକୁ ଯୋଜନା କରୁଥିବା ଏକ ରିପୋର୍ଟରୁ ଜଣାପଡିଛି(Google may fire 10 thousand employees) ।
ଆଲଫାବେଟ୍ ନାମକ ସଂସ୍ଥା ଅଧିନରେ ଗୁଗୁଲ ପରିଚାଳିତ ହେଉଛି । ଚଳିତ ବର୍ଷ କମ୍ପାନୀ ପ୍ରଦର୍ଶନ ଉନ୍ନତି ଯୋଜନା(performance improvement plan) ଘୋଷଣା କରିଥିଲା । କମ୍ପାନୀର ବଡ ଧରଣର ଛଟେଇ ନିଷ୍ପତ୍ତି ଏହି ପ୍ଲାନର ଏକ ଅଂଶ ବୋଲି କୁହାଯାଉଛି । ଆଲଫାବେଟରେ ୧,୮୭,୦୦୦ କର୍ମଚାରୀ କାମ କରୁଛନ୍ତି । ଭାରତରେ ଗୁଗୁଲର ୫ ହଜାରରୁ ୬ ହଜାର କର୍ମଚାରୀ ଅଛନ୍ତି । ଖରାପ ପ୍ରଦର୍ଶନ ଆଧାରରେ(poor performing employees) କମ୍ପାନୀ ମୋଟ କର୍ମଚାରୀର ୬ ପ୍ରତିଶତ ବା ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଜଣାପଡିଛି ।
ଏହାମଧ୍ୟ ପଢନ୍ତୁ: Amazon Lay Off: ଆମାଜନରୁ ଛଟେଇ ହେବେ ୧୦ ହଜାର କର୍ମଚାରୀ
ଗୋଟିଏ ପରେ ଗୋଟିଏ ବଡ କମ୍ପାନୀ ଛଟେଇ ଘୋଷଣା କରୁଛନ୍ତି । ଟ୍ବିଟର କିଣିବା ପରେ ସବୁଠୁ ବଡ ଧନୀ ଏଲନ ମସ୍କ କମ୍ପାନୀର ସିଇଓ ପରାଗ ଅଗ୍ରୱାଲ ସମେତ ୩ ହଜାରରୁ ଅଧିକ କର୍ମଚାରୀଙ୍କୁ ବିଦା କରିଥିଲେ । ପରେ ମେଟା ନିଜର ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଥିଲା । ନିକଟରେ ନେଟଫ୍ଲିକ୍ସ ମଧ୍ୟ ଦୁଇଟି ପର୍ଯ୍ୟାୟରେ ଏହାର ୪୫୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଥିଲା । ସେହିପରି ଆପଲ୍ ମଧ୍ୟ ନୂଆ ନିଯୁକ୍ତି ନକରିବା ନେଇ ଘୋଷଣା କରିଥିଲା(Apple announced a hiring freeze) ।