ETV Bharat / business

Gold Prices: ରେକର୍ଡ ସ୍ତରରେ ସୁନା ଦର, ୫୬ ହଜାର ଉପରେ ଦାମ୍ - ସୁନା ଦର

ବିବାହ ସିଜନ ଚାଲିଥିବାବେଳେ ବଢି ଚାଲିଛି ସୁନା ଦର । ଏବେ ୫୬ ହଜାର ଉପରେ ଦାମ୍ । ଅଧିକ ପଢନ୍ତୁ

ରେକର୍ଡ ସ୍ତରରେ ସୁନା ଦର
ରେକର୍ଡ ସ୍ତରରେ ସୁନା ଦର
author img

By

Published : Jan 14, 2023, 8:48 AM IST

ନୂଆଦିଲ୍ଲୀ: ସୁନା ପ୍ରେମୀଙ୍କ ପାଇଁ ଦୁଃଖ ଖବର । ଦେଶରେ ବିବାହ ସିଜନ ଚାଲିଥିବାବେଳେ ଲଗାତାର ବଢି ଚାଲିଛି ସୁନା ଦର । ରେକର୍ଡ ସ୍ତରରେ ପହଞ୍ଚିଛି ଏହି ବହୁମୂଲ୍ୟ ଧାତୁ ଦାମ୍ । ୫୬ ହାଜର ଡେଇଁଛି ସୁନା । ବଜାରରେ ଏବେ ସୁନାର ୧୦ ଗ୍ରାମ ପିଛା ମୂଲ୍ୟ ୫୬,୨୫୪ ଟଙ୍କା ରହିଛି । ଆଗକୁ ଏହାର ଦର ବୃଦ୍ଧି ପାଇ ୬୦ ହଜାର ଅତିକ୍ରମ କରିବ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । ତେଣୁ ଏହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଛନକା ପଶିଛି । ତେବେ ଶେଷ ଥର ପାଇଁ ୨୦୨୦ ବର୍ଷରେ ସୁନା ସବୁଠାରୁ ଅଧିକ ୧୦ ଗ୍ରାମ ପିଛା ୫୬, ୨୦୦୦ ଟଙ୍କା ରହିଥିଲା ।

୨୦୨୧ ନଭେମ୍ବର ଠାରୁ ସୁନା ଦର ନିୟମିତ ଭାବେ ବୃଦ୍ଧି ପାଉଛି । ଆମେରିକୀୟ ଫେଡରାଲ ରିଜର୍ଭ ବ୍ୟାଙ୍କର ସୁଧହାର ବୃଦ୍ଧି ଏବଂ ଭାରତୀୟ ଟଙ୍କାର ଲଗାତାର ଅବମୂଲ୍ୟାୟନ ପ୍ରଭାବରେ ସୁନା ଦର ଏବେ ଆକାଶ ଛୁଆଁ ହୋଇଛି । ଶୁକ୍ରବାର ସୁନା ଦର ୧୦ ଗ୍ରାମ ପିଛା ୫୬,୨୫୪ ଟଙ୍କା ରହିଛି । ବିବାହ ଋତୁ ଚାଲିଥିବା ବେଳେ ଲଗାତାର ସୁନା ଦାମ୍ ବୃଦ୍ଧି ଭାରତୀୟମାନଙ୍କୁ ବଡ ଝଟ୍‌କା ଦେଉଛି । ଶୁକ୍ରବାର ଆନ୍ତର୍ଜାତିକ ମାର୍କେଟରେ ସୁନାର ଆଉନ୍‌ସ ପିଛା ୧୮୯୮ ଡଲାରରେ କାରବାର କରିଥିବା ବେଳେ ରୂପା ଆଉନ୍‌ସ ପ୍ରତି ୨୩.୭୩ ଡଲାର ରହିଥିଲା । ଅନ୍ତର୍ଜାତୀୟ ସ୍ପଟ୍ ମାର୍କେଟରେ ସୁନା ଆଉନସ ପିଛା ଦାମ୍ ୧୮୯୫.୮୨ ଡଲାର ରହିଛି । ଏହି ମୂଲ୍ୟ ବୃଦ୍ଧି ପାଇ ୧୯୨୦ ଡଲାର ହୋଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।

ଏହାମଧ୍ୟ ପଢନ୍ତୁ: BMW 3 Series Gran Limousine: ଭାରତରେ BMW 3 ସିରିଜ୍ ଗ୍ରାନ୍ ଲିମୋଜିନ୍ ଲଞ୍ଚ୍

ସୁନା ସହିତ ରୂପା ମୂଲ୍ୟରେ ମଧ୍ୟ ବୃଦ୍ଧି ହୋଇଛି । ରୂପା କେଜି ଏବେ ୬୮ ହଜାର ଉପରେ ରହିଛି । ତେବେ ସୁନା ମୂଲ୍ୟ ବୃଦ୍ଧି ପାଇବାର ଅନେକ କାରଣ ରହିଛି । ରିଜର୍ଭ ବ୍ୟାଙ୍କର ସୁଧହାର ବୃଦ୍ଧି ଓ ଟଙ୍କାର ଅବମୂଲ୍ୟାୟନ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି । ଏହି ଦର ୬୦ ହଜାର ପାର୍ କରିବ ବୋଲି ଆଶଙ୍କା କରାଯାଉଥିବା ବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଛନକା ପଶିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.