ETV Bharat / business

ଡିଜିଟାଲ ସୁନାରେ ନିବେଶ କେତେ ଲାଭଦାୟକ, ଜାଣନ୍ତୁ

author img

By

Published : Oct 27, 2022, 9:29 AM IST

ଯଦିଓ ଆଜିକାଲି ନିବେଶର ଯୋଜନା ଉପଲବ୍ଧ ହେଉଛି, ହେଲେ ସୁରକ୍ଷିତ ଓ ଭଲ ରିଟର୍ଣ୍ଣ କ୍ଷେତ୍ରରେ ଡିଜିଟାଲ ଗୋଲ୍ଡ ଏକ ଉତ୍ତମ ବିକଳ୍ପ ସାବ୍ୟସ୍ତ ହୋଇଛି । ବିଶେଷକରି ଗୋଲ୍ଡ ଇଟିଏଫର ଭଲ ପ୍ରଦର୍ଶନ ଡିଜିଟାଲ ଗୋଲ୍ଡକୁ ଅଧିକ ଆଦୃତ କରିପାରିଛି । ଇଟିଏଫକୁ ଆପଣ ଖୋଲା ବଜାରରେ ସେୟାର ଭଳି କିଣାବିକା କରିପାରିବେ । ଅଧିକ ପଢନ୍ତୁ

ଡିଜିଟାଲ ସୁନାରେ ନିବେଶ କେତେ ଲାଭଦାୟକ, ଜାଣନ୍ତୁ
ଡିଜିଟାଲ ସୁନାରେ ନିବେଶ କେତେ ଲାଭଦାୟକ, ଜାଣନ୍ତୁ

ହାଇଦ୍ରାବାଦ: ପୁରାତନ କାଳରୁ ଭାରତରେ ସୁନାରେ ନିବେଶ ପ୍ରଥା ପ୍ରଚଳିତ ଅଛି । କାରଣ ଏହି ବହୁମୂଲ୍ୟ ଧାତୁରେ ନିବେଶ ଅଧିକ ସୁରକ୍ଷିତ ଓ ଭଲ ରିଟର୍ଣ୍ଣ ଦେଇଥାଏ । ସୁନା ଏପରି ଏକ ଧାତୁ, ଯାହା ଦୀର୍ଘ ଦଶନ୍ଧି ଧରି ଭୌତିକ ରୂପେ କୌଣସି ପ୍ରକାର ଆର୍ଥିକ ସଙ୍କଟର ମୁକାବିଲା କରିବା କ୍ଷେତ୍ରରେ ମହତ୍ତ୍ବପୂର୍ଣ୍ଣ ରହିଆସିଛି । ବିଶେଷକରି ନିକଟ ଅତୀତରେ ଗୋଲ୍ଡ ଇଟିଏଫ(gold ETFs)ର ପ୍ରଚଳନ ସୁନା ନିବେଶକୁ ଅଧିକ ଆଦୃତ କରିପାରିଛି । ଏହି ଯୋଜନା ଭୌତୁକ ଧାତୁ ତୁଳନାରେ ନିବେଶକଙ୍କୁ ଅଧିକ ଲାଭ ପ୍ରଦାନ କରୁଛି, ଯାହାକି ଡିଜିଟାଲ ଗୋଲ୍ଡରେ ନିବେଶ ବୃଦ୍ଧି କରିଛି ।

ଯେକୌଣସି ପାର୍ବଣ ବା ଉତ୍ସବ ସମୟରେ ଲୋକେ ସୁନା କିଣନ୍ତି । ହିନ୍ଦୁ ରୀତିନୀତିରେ ଏହାକୁ ଅତ୍ୟନ୍ତ ଶୁଭ ମନାଯାଏ । ଅର୍ଣ୍ଣାମେଣ୍ଟାଲ ଭ୍ୟାଲୁ ଏବଂ ଯୋଗ୍ୟ ନିବେଶ ରୂପେ ସୁନାର ଅଧିକ ମହତ୍ତ୍ବ ରହିଛି । ମୁଦ୍ରାସ୍ଫୀତି ମୁକାବିଲା କ୍ଷେତ୍ରରେ ସାରା ବିଶ୍ବ ସୁନାକୁ ଏକମାତ୍ର ସାଧନ ରୂପେ ଗ୍ରହଣ କରେ । ତେବେ ସେଦିନ ଯାଇଛି, ଯେତେବେଳେ କେବଳ ଧନୀ ବ୍ୟକ୍ତି ହିଁ ଏହି ମୂଲ୍ୟବାନ ଧାତୁରେ ନିବେଶ କରିପାରୁଥିଲେ । ଆଜିକାଲି କେତେକ କମ୍ପାନୀଗୁଡିକ ମଧ୍ୟ ସୁନାରେ ଛୋଟ ଛୋଟ ନିବେଶ ସୁଯୋଗ ପ୍ରଦାନ କରୁଛନ୍ତି । ଏହି କ୍ଷେତ୍ରରେ ଗୋଲ୍ଡ ଏକ୍ସଚେଞ୍ଜ ଟ୍ରେଡେଡ ଫଣ୍ଡ ବା ଗୋଲ୍ଡ ଇଟିଏଫ(Gold ETF) ଉତ୍ତମ ବିକଳ୍ପ ଅଟେ ।

ସାମାଜିକ, ଆର୍ଥିକ ଓ ରାଜନୈତିକ ଅନିଶ୍ଚିତତା ଗୁଡିକର ଦୂରୀକରଣ କ୍ଷେତ୍ରରେ ସୁନା ସୁରକ୍ଷିତ ନିବେଶ ସାଧନ ବୋଲି ସାଧାରଣରେ ବିଶ୍ବାସ ରହିଛି । ଅତୀତର ପୃଷ୍ଠା ଲେଉଟାଇଲେ ଜଣାଯାଏ ଯେ, ପ୍ରତ୍ୟେକ ଜଟିଳ ପରିସ୍ଥିତିରେ ସୁନା ସ୍ଥିର ରହିଛି ଏବଂ ଆଶାତୀତ ରିଟର୍ଣ୍ଣ ଦେଇଛି । ଦଶନ୍ଧି ଧରି ସୁନାକୁ ଏହାର ମୂଲ୍ୟ ପାଇଁ ଧନର ପ୍ରତୀକ ସଙ୍ଗେ ସଙ୍ଗେ ବିଶ୍ବସନୀୟ ନିବେଶ ରୂପେ ମାନ୍ୟତା ମିଳିଛି । ଏହାର ଅନ୍ୟ ଏକ ବିଶେଷତ୍ବ ହେଉଛି ସହଜ ଲିକ୍ବିଡିଟି । ସୁନାକୁ ସିକ୍ୟୁରିଟି ରୂପେ ବ୍ୟବହାର କରି ଯେକୌଣସି ସ୍ଥାନରୁ ସହଜରେ ଲୋନ ମିଳିପାରିବ । ତେଣୁ ଏହିସବୁ କାରଣରୁ ଲୋକେ ଏହାକୁ ସିଧାସଳଖ କ୍ରୟ କରି ନଚେତ୍ ଡିଜିଟାଲ ଗୋଲ୍ଡ ବଣ୍ଡ କିମ୍ବା ଇଟିଏଫ ବିକଳ୍ପ ଚୟନ କରି ନିବେଶ କରୁଛନ୍ତି ।

ନିବେଶ ପୋର୍ଟଫୋଲିଓରେ ବିବିଧତା ସନ୍ଧାନରେ ଥିବା ଲୋକେ ସୁନା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଦୀର୍ଘକାଳୀନ ନିବେଶ କ୍ଷେତ୍ରରେ ଏଥିରେ ଇକ୍ବିଟି ଠାରୁ ଭଲ ରିଟର୍ଣ୍ଣ ମିଳିପାରିବ । କିନ୍ତୁ ନିବେଶକ କେବଳ ଏକପ୍ରକାର ନିବେଶ ଚୟନ କରିବା ଅନୁଚିତ୍ । ନିବେଶରେ ବିବିଧତା ରହିଲେ ରିସ୍କ କମ୍ ହୋଇଥାଏ ଏବଂ ଅଧିକ ରିଟର୍ଣ୍ଣ ମିଳିଥାଏ । ବଜାରରେ ପତନ ସମୟରେ ବଣ୍ଡ ସୁରକ୍ଷା ଦେଇଥାଏ । ସେହିଭଳି ବଜାରରେ ଉତ୍ସାହ ସମୟରେ ଇକ୍ବିଟି ଅଧିକ ଲାଭଦାୟକ ହୋଇଥାଏ ।

ପୂର୍ବରୁ ମାନ୍ଦାବସ୍ଥା ସମୟରେ ସବୁପ୍ରକାର ନିବେଶ କ୍ଷତି ଅର୍ଜନ କରିଥିଲା । ୨୦୦୮ ବୈଶ୍ବିକ ମାନ୍ଦାବସ୍ଥା ସମୟରେ ଶେୟାର, ହେଜ ଫଣ୍ଡ, ରିଅଲ୍ଟି, କମୋଡିଟିଜ ସମେତ ସମସ୍ତ ନିବେଶ ଖରାପ ପ୍ରଦର୍ଶନ କରିଥିଲା । କିନ୍ତୁ ୨୦୦୭ ଡିସେମ୍ବରରୁ ୨୦୦୯ ଫେବୃୟାରୀ ପର୍ଯ୍ୟନ୍ତ ସବୁଠୁ କଠିନ ସମୟ ମଧ୍ୟରେ କେବଳ ସୁନା ହିଁ କେବଳ ପ୍ରଭାବିତ ହୋଇନଥିଲା । ଏଥିପାଇଁ ନିବେଶ ପୋର୍ଟଫୋଲିଓରେ ସୁନା ସାମିଲ କରାଯିବ ଆବଶ୍ୟକ ।

ଭାରତୀୟ ନିବେଶକଙ୍କ ନିକଟରେ ସୁନାର ଅନେକ ଗୁଡିଏ ଯୋଜନା ଚୟନ କରିବାର ସୁଯୋଗ ରହିଛି । ସେମାନେ ବ୍ୟବସ୍ଥିତ ଓ ଦୀର୍ଘକାଳୀନ ନିବେଶ ପାଇଁ ଗୋଲ୍ଡ ଇଟିଏଫ ନେଇପାରିବେ । ଗୋଲ୍ଡ ଇଟିଏଫ ୟୁନିଟ ଭାରତୀୟ ବଜାରରେ ସୁନା ଦର ଦର୍ଶାଇଥାଏ । ଏହି ଇଟିଏଫ କ୍ରୟ କରିବା ଅର୍ଥ ଆପଣ ଡିମାଟ ଆକାଉଣ୍ଟରେ ସୁନାକୁ ଡିଜିଟାଲ ରୂପରେ ସଂରକ୍ଷିତ କରୁଛନ୍ତି । ଆମେ ଏହି ଗୋଲ୍ଡ ଇଟିଏଫ ୟୁନିଟକୁ ଖୋଲା ବଜାରରେ ସେୟାର ଭଳି କିଣାବିକା କରିପାରିବା । ମ୍ୟୁଚୁଆଲ ଫଣ୍ଡ ଦ୍ବାରା ଉପଲବ୍ଧ ଗୋଲ୍ଡ ଇଟିଏଫରେ ବ୍ୟୟ ଅନୁପାତ କମ୍ ରହିଥାଏ । ଏହାବ୍ୟତୀତ ଏଥିରେ ମେକିଂ ଓ ୱେଷ୍ଟ ଚାର୍ଜର ମଧ୍ୟ ରିସ୍କ ନଥାଏ । ଏହାଦ୍ବାରା କୌଣସି ବ୍ୟକ୍ତି ସିଧାସଳଖ ସୁନା କିଣିବା ବିନା ସୁରକ୍ଷା ଓ ରିଟର୍ଣ୍ଣର ଲାଭ ପାଇପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.