ETV Bharat / business

ବିକାଶର ସୂଚକାଙ୍କ ଜିଡିପି ନୁହେଁ !

ଜିଡିପିକୁ ବିକାଶର ସୂଚକାଙ୍କ ଭାବରେ ଗ୍ରହଣ କରାଯାଉଛି । ଯାହା ସଠିକ ସୂଚାଉନାହିଁ । ତେଣୁ ଏ ଦିଗରେ ଅର୍ଥନୀତିଜ୍ଞ ମାନଙ୍କୁ ଧାରଣା ରଖିବାକୁ ହେବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Sep 1, 2019, 11:04 PM IST

ଭୁବନେଶ୍ବର: ଜିଡିପି(ମୋଟ ଘରୋଇ ଉତ୍ପାଦ) ରେ କେବଳ ଅର୍ଥନୈତିକ ଅଭିବୃଦ୍ଧିକୁ ଦର୍ଶାଉ ନାହିଁ । ଏ ସଂପର୍କରେ ଯେଉଁ ମତ ସରକାରୀ ସ୍ତରରେ ପ୍ରକାଶ ପାଉଛି ତାହା ପ୍ରକୃତରେ ଗ୍ରହଣ କରାଯାଇପାରେ ନାହିଁ । ଏଣୁ ଅର୍ଥଶାସ୍ତ୍ରବିତ୍‌ ମାନଙ୍କୁ ଏ ବିଷୟରେ ଧ୍ୟାନ ଦେବାକୁ ହେବ ।

ନିକଟରେ ଭାରତ ସରକାରଙ୍କ ପକ୍ଷରୁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଉପରେ ତଥ୍ୟ ପ୍ରକାଶ ପାଇଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଦେଶର ଆର୍ଥିକ ସ୍ଥିତି ଉପରେ ସୂଚନା ଦେଇଥିଲେ । ଏହା ଅନୁସାରେ ଭାରତ ଅର୍ଥନୈତିକ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି କରୁଛି । ବିଶ୍ବର ଅନ୍ୟତମ ଦ୍ରୁତ ଗତିରେ ବଢୁଥିବା ଅଭିବୃଦ୍ଧି ମଧ୍ୟରେ ଦେଶର ଅଭିବୃଦ୍ଧି ହାର ବଢି ପାଇଛି । ବିଶେଷ କରି ଜିଡିପି(ମୋଟ ଘରୋଇ ଉତ୍ପାଦ) ଆକଳନ ଅନୁସାରେ ଭାରତ 2019-20 ପାଇଁ ବିଶ୍ବର ଅନ୍ୟତମ ଦ୍ରୁତ ଆର୍ଥିକ ଅଭିବୃଦ୍ଧି ଦେଶ ହେବାକୁ ଯାଉଛି ।

ତେବେ ରିଜର୍ଭ ବ୍ୟାଙ୍କର ଏହି ଆକଳନ ଉପରେ ଏବେ ଉଠିଛି ପ୍ରଶ୍ନ । କଣ ଏହା ଅଭିବୃଦ୍ଧି ଓ ବିକାଶର ଏକ ବାସ୍ତବ ସୂଚନା ? ଜିଡିପିକୁ କଣ ଅର୍ଥନୈତିକ ଅଭିବୃଦ୍ଧି ମାପର ପ୍ରକୃତ ମାନଦଣ୍ଡ ଭାବେ ଗ୍ରହଣ କରାଯାଇପାରିବ ? କାରଣ ପ୍ରକୃତର ଘଟଣାକୁ ଦୃଷ୍ଟି ପକାଇଲେ ରିଜର୍ଭ ବ୍ୟାଙ୍କର ଏହି ଘୋଷଣା ଏକ ଛଳନା କୁହାଯାଇପାରିବ । ପ୍ରକୃତ ସତ୍ୟକୁ ଲୁଚାଇବା ଲାଗି ଏହା ଏକ ଆକଳନ ମାତ୍ର । ସତକୁ ଆବରଣ କରିବା ସହ ଅସଲ ଘଟଣା ଉପରୁ ନଜର ଆଡେଇବା ଲାଗି ଏହା ଏକ ଉପାୟ । ଫଳରେ ସମସ୍ତଙ୍କ ନଜର ପ୍ରକୃତ ଘଟଣାରୁ ହଟି ଏହା ଉପରେ କେନ୍ଦ୍ରିତ ହେବ ।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଅନୁସାରେ ଭାରତର ଅଭିବୃଦ୍ଧିରେ ଦ୍ରୁତ ଗତିରେ ଆଗେଇ ଚାଲିଛି । 2019-20 ପାଇଁ 7.2 ପ୍ରତିଶତ ଅଭିବୃଦ୍ଧି ହାରର ଲକ୍ଷ୍ୟ ରଖାଯାଇଛି । ବିଶ୍ବ ସ୍ତରରେ ମାନ୍ଦାବସ୍ଥା ସତ୍ତ୍ବେ ଭାରତ ଚଳିତ ଆର୍ଥିକ ବର୍ଷରେ ମଧ୍ୟ ଦ୍ରୁତ ଅଭିବୃଦ୍ଧି ହାର ବଜାୟ ରଖିବ । ଆକଳନ ଅନୁସାରେ 2050 ସୁଦ୍ଧା ଏହା ଆମେରିକାର ଜିଡିପିକୁ ପାର କରିବାର ଅନେକ ସମ୍ଭାବନା ରହିଛି ।

ତେବେ ପ୍ରକୃତ ଘଟଣା ଉପରେ ନଜର ପକାଇଲେ ରିଜର୍ଭ ବ୍ୟାଙ୍କର ଆକଳନ ସତ ଲାଗେ ନାହିଁ । ଦେଶର ଅର୍ଥନୀତିଜ୍ଞ ଜିଡିପିକୁ ଅର୍ଥନୀତି ଅଭିବୃଦ୍ଧିର ମାନଦଣ୍ଡ ଭାବେ ଗ୍ରହଣ କରୁଛନ୍ତି । ଜିଡିପି ଆଧାରରେ ଦେଶର ଅଭିବୃଦ୍ଧି ଆକଳନ କରୁଛନ୍ତି । ଯେତେବେଳେ କି ପ୍ରକୃତରେ ଏହି କ୍ଷେତ୍ରରେ ଲୁଚି ରହିଥିବା ଅନେକ ଭୁଲକୁ କେହି ଦେଖିପାରୁନାହାନ୍ତି ଅଥବା ଏହାକୁ ଲୁଚାଯାଉଛି । ଦେଶର ବିକାଶରେ ଜିଡିପିର ଅଭିବୃଦ୍ଧି ହାରର କୌଣସି ସମ୍ପର୍କ ନାହିଁ । ଏପରିକି ଜିଡିପି ଅଭିବୃଦ୍ଧି ହାର ସହ ପ୍ରକୃତ ପ୍ରଦର୍ଶନର ଆକଳନ କରିବା ଭାରତ ସରକାରଙ୍କ ଏକ ଭୁଲ ତଥ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଅନେକ ସମାଲୋଚକ ଦେଶର ଆର୍ଥିକ ବିକାଶର ସୂଚକାଙ୍କ ଭାବେ ଜିଡିପିକୁ ଗ୍ରହଣ କରିବାରେ ସଙ୍କୋଚ ପ୍ରକାଶ କରିଥାନ୍ତି । ଘଟଣାକ୍ରମରେ ଭାରତ ଜିଡିପି ସୂଚକାଙ୍କରେ 5ମରୁ 7ମ ସ୍ଥାନକୁ ଖସି ଆସିଛି । ଯାହାକୁ ଦେଶରେ ଅଭିବୃଦ୍ଧି ହ୍ରାସ ବୋଲି ଗ୍ରହଣ କରାଯାଉଛି । ଜିଡିପି ଗୋଟିଏ ଦେଶର ସାମୂହିକ ବ୍ୟବହାର୍ଯ୍ୟ ବସ୍ତୁ ବା ସେବାର ବାର୍ଷିକ କ୍ରମବର୍ଦ୍ଧମାନ ମୌଦ୍ରିକ ମୂଲ୍ୟାୟନ ପ୍ରଦାନ କରିଥାଏ । ଯେଉଁଥିରେ ଦ୍ରବ୍ୟ, ସେବା, ସରକାରୀ ଖର୍ଚ୍ଚ ସହିତ ବେସରକାରୀ ପୁଞ୍ଜିନିବେଶ ତଥା ରପ୍ତାନିରୁ ଦେଶ କରିଥିବା ଆୟକୁ ବିଚାରକୁ ନିଆଯାଇଥାଏ । ଏପରିକି ଅଧିକ ଜିଡିପି ସରକାର ପାଇଁ ଅଧିକ ରାଜସ୍ବ ଆଣିପାରେ ଯାହା ପରବର୍ତ୍ତୀ ସମୟରେ ପୁଞ୍ଜି ନିବେଶ କରାଯାଇପାରେ । ଜିଡିପି ମଧ୍ୟ ବିଭିନ୍ନ କ୍ଷେତ୍ରର ସ୍ଥିତି ସଂପର୍କରେ ଅବଗତ କରାଇଥାଏ । ଯାହା ପରବର୍ତ୍ତୀ ସମୟରେ ଯୋଜନା ପ୍ରକ୍ରିୟାରେ ସହାୟତା କରିଥାଏ । ଏହାର ଯୁକ୍ତାତ୍ମକ ଦିଗ ଛଡା ଏହା ବିକାଶ ଓ ପ୍ରଦର୍ଶନର ପ୍ରମାଣ ଦର୍ଶାଇଥାଏ ।

ଏଠାରେ ଅନେକ ଉପାଦାନ ରହିଛି ଯାହାକୁ ଅର୍ଥନୀତିଜ୍ଞ ଓ ନୀତି ନିର୍ମାତାମାନେ ଅଣଦେଖା କରିଥାନ୍ତି । ଯାହା ଦ୍ବାରା ଜିଡିପିକୁ ଦେଶ ପ୍ରଗତିର ଏକମାତ୍ର ମାନଦଣ୍ଡ ଭାବରେ ଗ୍ରହଣ କରିବାକୁ ବାଧ୍ୟ ହୋଇ ନଥାଏ । କାରଣ ଏଥିରେ ଜିଡିପିକୁ ନ୍ୟାୟ ସଂଗତ ଭାବରେ ସୂଚିତ କରାଯାଇ ପାରେ ନାହିଁ ।

ଜିଡିପିରେ କିପରି ଓ କେଉଁଠୁ ମୌଦ୍ରିକ ପ୍ରବାହ ହେଉଛି ପରିବର୍ତ୍ତେ କେବଳ ମୋଟ ଉପଭୋଗ(କଞ୍ଜପସନ)କୁ ଫୋକସ କରାଯାଇଛି । ଭାରତରେ ପାଖାପାଖି 20 ପ୍ରତିଶତ ଅର୍ଥାତ 25 କୋଟି ଜନସଂଖ୍ୟା ଦାରିଦ୍ର୍ୟ ସୀମାରେଖା(ବିପିଏଲ) ରହିଥିଲା ବେଳେ ପ୍ରତ୍ୟେକ ବ୍ୟକ୍ତି ଦୈନିକ 32 ଟଙ୍କାରେ ଜୀବନ ଧାରଣ କରୁଛନ୍ତି(ରଙ୍ଗରାଜନ ସୂଚକାଙ୍କ ଆଧାରରେ) । ସମୁଦାୟ ବିପିଏଲ ଜନସଂଖ୍ୟାର ଖର୍ଚ୍ଚ 2ଲକ୍ଷ 91ହଜାର 6ଶହ କୋଟି ଟଙ୍କା ହୋଇଥିଲା ବେଳେ ଏହା ମୋଟ ଜିଡିପିର 2 ପ୍ରତିଶତ । ଖର୍ଚ୍ଚକୁ ଦେଖିଲେ ବିପିଏଲ ହିତାଧିକାରୀଙ୍କ ବ୍ୟକ୍ତିଗତ ଆୟ 11, 664ଟଙ୍କା । ଯାହା ମୁଣ୍ଡପିଛା ଜିଡିପିର 9 ପ୍ରତିଶତ । ସେହିପରି ଘରୋଇ ଉପଭୋଗରେ 77.26 ଲକ୍ଷ କୋଟି ଟଙ୍କା କଳନା କରାଯାଇଛି । ଯାହା ମୋଟ ଘରୋଇ ଉତ୍ପାଦର 55 ପ୍ରତିଶତ । ସେଥିମଧ୍ୟରୁ 25 କୋଟି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ଉପଭୋଗ 2ଲକ୍ଷ 91 ହଜାର 6ଶହ କୋଟି । ଏହା ଜୀବନ ଧାରଣର ସ୍ତରକୁ ଚିତ୍ରଣ କରୁନାହିଁ କି ?

ଏପରି ସ୍ଥଳେ ଦେଶର ଧନୀ ଓ ଉଚ୍ଚ ଆୟ ବିଶିଷ୍ଟ ବ୍ୟକ୍ତିମାନେ ଅଧିକ ସେବା ଓ ଦ୍ରବ୍ୟର ଉପଭୋଗ କରିଥାନ୍ତି । ହେଲେ ମୁଣ୍ଡପିଛା ଜିଡିପି କଳନା କଲା ବେଳକୁ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜିଡିପିର ପରିମାଣ ବୃଦ୍ଧି ପାଇଥାଏ । ଫଳରେ ଏହାର ପ୍ରମୁଖ ଲକ୍ଷ୍ୟ ପରିପୂରଣ ହୋଇପାରେ ନାହିଁ । ଉପଭୋଗ କଥାକୁ ଛାଡି ସରକାରୀ ଖର୍ଚ୍ଚକୁ ଦେଖି ମଧ୍ୟ ବିକାଶର ଚିତ୍ର ମଧ୍ୟ କଳନା କରାଯାଇପାରେ । ଯଦି ସରକାରୀ ଖର୍ଚ୍ଚ ବଢିବ ତେବେ ବିକାଶ ତ୍ବରାନ୍ବିତ ହେବ ।

ଯଦି ଜିଡିପି ବିକାଶର ସୂଚକାଙ୍କ ହୁଏ । ତେବେ ଗୋଟିଏ ଗରିବ ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଏହାର କଣ ଭୂମିକା ରହିଛି ? ଦେଶର ଅର୍ଥନୀତିଜ୍ଞମାନେ କହିପାରିବେ କି କଣ ପାଇଁ ଭାରତ ବିଶ୍ବ ଗୁରୁତର କ୍ଷୁଧା ତାଲିକାରେ 103ତମ ସ୍ଥାନରେ ରହିଛି । ଯଦି ସରକାରୀ ଅର୍ଥ ଉପଯୋଗ(ଯାହା ଜିଡିପିରେ ରହିଛି) ଏହାର ଉତ୍ତର ହୁଏ । ତେବେ ଏହି କ୍ଷେତ୍ରଗୁଡିକରେ ଆବଣ୍ଟନ ବିଫଳ କାରଣରୁ ଏହି ସ୍ଥିତି ଉପୁଜିଛି ବୋଲି କୁହାଯିବ । ତେଣୁ ଜିଡିପି ଧାରଣାକୁ କ୍ଷତି ପହଞ୍ଚାଇବାକୁ ଅର୍ଥଶାସ୍ତ୍ରବିତ ମାନେ ଧ୍ୟାନ ଦେବା ସହିତ ନିଜର ଭ୍ରମ ଦୂର କରିବା ଆବଶ୍ୟକ ।

ଇଟିଭି ଭାରତ, ବ୍ୟୁରୋ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.