ETV Bharat / business

ଧନୀ ତାଲିକାରେ ବିଲ୍‌ ଗେଟ୍ସଙ୍କୁ ପଛରେ ପକାଇଲେ ଗୌତମ ଅଦାନୀ

author img

By

Published : Jul 21, 2022, 2:27 PM IST

ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ପଛରେ ପକାଇ ବିଶ୍ବର ଚତୁର୍ଥ ଶ୍ରେଷ୍ଠ ଧନୀ ହେଲେ ଗୌତମ ଅଦାନୀ । ଅଧିକ ପଢନ୍ତୁ

ବିଶ୍ବ ଧନୀ ତାଲିକା: ବିଲ୍‌ ଗେଟ୍ସଙ୍କୁ ପଛରେ ପକାଇଲେ ଗୌତମ ଅଦାନୀ

ନୂଆଦିଲ୍ଲୀ: ବିଶ୍ବର ଶ୍ରେଷ୍ଠ ଧନୀ ତାଲିକାରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ(Microsoft co-founder Bill Gates) ପଛରେ ପକାଇଲେ ଗୌତମ ଆଦାନୀ । ଏହାସହିତ ଭାରତୀୟ ଶିଳ୍ପପତି ତଥା ଆଦାନୀ ଗ୍ରୁପ ମୁଖ୍ୟ ଗୌତମ ଆଦାନୀ ବିଶ୍ବର ଚତୁର୍ଥ ଶ୍ରେଷ୍ଠ ଧନୀ ବ୍ୟକ୍ତି ହୋଇଛନ୍ତି । ଏହା ସଙ୍ଗେ ସଙ୍ଗେ ସେ ଏସିଆର ସବୁଠୁ ଧନୀ ଭାବେ ସ୍ଥାନ ପାଇଛନ୍ତି । Forbes Real Time Billionaires List ରିପୋର୍ଟରେ ଏହା ପ୍ରକାଶିତ ହୋଇଛି ।

Forbes ଅନୁଯାୟୀ, ଗୁରୁବାର ୬୦ ବର୍ଷୀୟ ବିଜନେସ ଟାଇକୁନ ଆଦାନୀଙ୍କ ସମ୍ପତ୍ତି ୧୧୫.୫ ବିଲିୟନ ଡଲାରରେ ପହଞ୍ଚିଛି । ସେହିପରି ବିଲ ଗେଟ୍ସଙ୍କ ସମ୍ପତ୍ତି ୧୦୪.୬ ବିଲିୟନ ଡଲାର ରହିଛି । ଲମ୍ବା ସମୟ ଧରି ଭାରତ ତଥା ଏସିଆର ସବୁଠୁ ଧନୀ ବ୍ୟକ୍ତି ରହିଥିବା ଶିଳ୍ପପତି ମୁକେଶ ଅମ୍ବାନୀ ଏବେ ବିଶ୍ବ ଧନୀ ତାଲିକାରେ ଦଶମ ସ୍ଥାନରେ ଅଛନ୍ତି । ଅମ୍ବାନୀଙ୍କ ମୋଟ ସମ୍ପତ୍ତି ୯୦ ବିଲିୟନ ଡଲାର ହୋଇଥିବା ଜଣାପଡିଛି ।

ଏହି ଧନୀ ତାଲିକାରେ ଶୀର୍ଷରେ ରହିଛନ୍ତି ଟେଲସା ମାଲିକ ଏଲନ୍ ମସ୍କ । ମସ୍କଙ୍କ ସମ୍ପତ୍ତି ୨୩୫.୮ ବିଲିୟନ ଡଲାର ରହିଛି । ଅର୍ଥାତ୍ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଭାବେ ସେ ନିଜର ସ୍ଥାନ ବଜାୟ ରଖିଛନ୍ତି । ତେବେ ଭାରତୀୟ ବିଜନେସ ଟାଇକୁନ ଅଦାନୀ ଏବେ କେବଳ ଏଲନ ମସ୍କ, ଆମାଜାନ ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଓ ଫ୍ରାନ୍ସର ବର୍ଣ୍ଣାଡ ଆର୍ଣ୍ଣୋଲ୍ଟଙ୍କ ପଛରେ ରହିଛନ୍ତି ।

ବିଗତ ତିନି ବର୍ଷରେ ଗୌତମ ଅଦାନୀ ସାତଟି ଏୟାରପୋର୍ଟ ଏବଂ ଭାରତର ପ୍ରାୟ ଏକ ଚତୁର୍ଥାଂଶ ଏୟାର ଟ୍ରାଫିକ ଉପରେ ନିୟନ୍ତ୍ରଣ ହାସଲ କରିପାରିଛନ୍ତି । ଅଦାନୀ ଗ୍ରୁପ ହାତରେ ଏବେ ଦେଶରେ ସବୁଠୁ ବଡ ଶକ୍ତି ଉତ୍ପାଦନକାରୀ, ଏୟାରପୋର୍ଟ ଅପରେଟର ଏବଂ ସିଟି ଗ୍ୟାସ ରିଟଲର ମାଲିକାନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.