ETV Bharat / business

ହିଣ୍ଡନବର୍ଗ ରିପୋର୍ଟର ସମୀକ୍ଷା କରିବ ଅଷ୍ଟ୍ରେଲିଆର କର୍ପୋରେଟ ନିୟାମକ

author img

By

Published : Feb 2, 2023, 12:04 PM IST

ହିଣ୍ଡନବର୍ଗର ରିପୋର୍ଟ ପରେ ଆଦାନୀ ଗ୍ରୁପକୁ ଝଟକା । ହିଣ୍ଡନବର୍ଗ ରିପୋର୍ଟକୁ ନେଇ ଅଷ୍ଟ୍ରେଲିଆର କର୍ପୋରେଟ ନିୟାମକ କରିବ ସମୀକ୍ଷା । ଅଧିକ ପଢ଼ନ୍ତୁ

ହିଣ୍ଡନବର୍ଗ  ରିପୋର୍ଟ ଆଦାନୀ  ଗ୍ରୁପକୁ ଏକ ବଡ ଝଟକା

ହାଇଦ୍ରାବାଦ: ହିଣ୍ଡନବର୍ଗ ରିପୋର୍ଟ ଆଦାନୀ ଗ୍ରୁପକୁ ଏକ ବଡ ଝଟକା ଦେଇଛି । ଏହି ରିପୋର୍ଟ ପବ୍ଲିସ ହେବା ପରେ ଆଦାନୀ ଗ୍ରୁପର ସେୟାର ଦିନକୁ ଦିନ ତଳକୁ ଖସିବାର ଲାଗିଛି । କମ୍ପାନୀ ଗୁଡିକର ସେୟାରରେ ବିପୁଳ ହ୍ରାସ ହେତୁ ଆଦାନୀ ଗ୍ରୁପ୍ ପ୍ରାୟ ୬୫ ବିଲିୟନ ଡଲାରର କ୍ଷତି ସହିଛି । ତେବେ ହିଣ୍ଡନବର୍ଗ ରିପୋର୍ଟକୁ ଅଷ୍ଟ୍ରେଲିଆର କର୍ପୋରେଟ ନିୟାମକ ସମୀକ୍ଷା କରୁଥିବା ସୂଚନା ମିଳିଛି ।

ଜାନୁୟାରୀ ୨୪ରେ, ହିଣ୍ଡନବର୍ଗ ଆଦାନୀ ଗ୍ରୁପ ସମ୍ବନ୍ଧରେ ୩୨,୦୦୦ ଶବ୍ଦର ଏକ ରିପୋର୍ଟ ପ୍ରକାଶ କରିଥିଲା । ରିପୋର୍ଟର ଅନୁସନ୍ଧାନରେ ୮୮ଟି ପ୍ରଶ୍ନ ଅନ୍ତର୍ଭୁକ୍ତ ଥିଲା । ଏହି ରିପୋର୍ଟରେ ଦର୍ଶାଯାଇଛି ଆଦାନୀ ଗ୍ରୁପ ଦଶନ୍ଧି ଧରି ଷ୍ଟକ ମାନିପୁଲେଶନ ଏବଂ ଆକାଉଣ୍ଟ ଠକେଇରେ ଜଡିତ ଥିଲା । ରିପୋର୍ଟରେ କୁହାଯାଇଛି ଯେ ସେୟାର ମୂଲ୍ୟ ବୃଦ୍ଧି ହେତୁ ତିନି ବର୍ଷ ମଧ୍ୟରେ ଆଦାନୀ ଗ୍ରୁପ ପ୍ରତିଷ୍ଠାତା ଗୌତମ ଆଦାନୀଙ୍କ ସମ୍ପତ୍ତି ୧ ବିଲିୟନ ଡ଼ଲାରରୁ ୧୨୦ ବିଲିୟନ ଡ଼ଲାରରେ ପହଞ୍ଚିଛି ।

ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପର ସେୟାରରେ ହ୍ରାସ ଘଟିଛି । ଅଷ୍ଟ୍ରେଲିଆର ଖବରକାଗଜ ସିଡନୀ ମର୍ନିଂ ହେରାଲ୍ଡ ସୂତ୍ରରୁ ପ୍ରକାଶ ଯେ ଅଷ୍ଟ୍ରେଲିଆର କର୍ପୋରେଟ ନିୟାମକମାନେ ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି । ତେବେ ଏ ପର୍ଯ୍ୟନ୍ତ ଅଷ୍ଟ୍ରେଲୀୟ କର୍ପୋରେଟ ରେଗୁଲେଟର ଅଷ୍ଟ୍ରେଲିୟ ସିକ୍ୟୁରିଟି ଆଣ୍ଡ ଇନଭେଷ୍ଟମେଣ୍ଟ କମିଶନ ଏ ସମ୍ପର୍କରେ କୌଣସି ବିବୃତ୍ତି ଦେଇନାହାଁନ୍ତି । ଗୌତମ ଆଦାନୀଙ୍କ ନେତୃତ୍ବଧୀନ ଆଦାନୀ ଗ୍ରୁପର ଅଷ୍ଟ୍ରେଲିଆରେ ମଧ୍ୟ କାରବାର ରହିଛି । ସେଠାରେ ଆଦାନୀ ଗ୍ରୁପର କୋଇଲା ଖଣି ଏବଂ ଆବଟ ପଏଣ୍ଟ ବନ୍ଦର ପରିଚାଳନା କରୁଛି ।

ତେବେ ହିଣ୍ଡନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପ ପ୍ରତିକ୍ରିୟା ରଖି କହିଛି ଏହା ଭାରତ ବିରୋଧି ଏକ ଷଡଯନ୍ତ୍ର । ଆଦାନୀ ଗ୍ରୁପ ଏହି ରିପୋର୍ଟକୁ ଭିତ୍ତିହୀନ ଏବଂ ବଦନାମ କରିବା ଲାଗି ଉଦ୍ଦିଷ୍ଟ ବୋଲି କହିଛି । ଗ୍ରୁପ ମୁଖ୍ୟ ଆର୍ଥିକ ଅଧିକାରୀ ଜୁଗେଶିନ୍ଦର ସିଂ କହିଛନ୍ତି ଯେ ରିପୋର୍ଟରେ ପ୍ରକୃତ ତଥ୍ୟ ପାଇଁ କମ୍ପାନୀ ସହ ଯୋଗାଯୋଗ କରାଯାଇ ନାହିଁ । ସେ ଅଭିଯୋଗ କରିଛନ୍ତି ଯେ ଏହି ରିପୋର୍ଟଟି ଭୁଲ ଏବଂ ପୁରୁଣା ତଥ୍ୟ ଆଧାରରେ ପ୍ରସ୍ତୁତ କରାଯାଇଛି ।ଆଦାନୀ କମ୍ପାନୀ ହିଣ୍ଡନବର୍ଗ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କହିଛନ୍ତି ।

ସୂଚନାଯୋଗ୍ୟ ଯେ ହିଣ୍ଡନବର୍ଗ ରିପୋର୍ଟ ପରେ କମ୍ପାନୀର ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆମେରିକାର ନ୍ୟାୟ ବିଭାଗ ଦଶହଜାର ବୃହତ ସ୍ବଳ୍ପ ବିକ୍ରୟ ନିବେଶ ଏବଂ ଅନୁସନ୍ଧାନକାରୀ ସଂସ୍ଥା ଉପରେ ଅନୁସନ୍ଧାନ କରୁଛି । ଏହି ପ୍ରସଙ୍ଗରେ ହିଣ୍ଡନବର୍ଗ ରିସର୍ଚ୍ଚ କମ୍ପାନୀ ମଧ୍ୟ ସ୍କାନରରେ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.