ETV Bharat / business

Financial plan: ଆର୍ଥିକ ଯୋଜନା କରନ୍ତୁ, ସୁରକ୍ଷିତ ଭବିଷ୍ୟତ ପାଆନ୍ତୁ

ଏକ ସର୍ଭେ ଅନୁଯାୟୀ, ଆର୍ଥିକ ଅସ୍ଥିରତା ଲୋକଙ୍କୁ ଚାପଗ୍ରସ୍ତ କରାଏ ଏବଂ ଏହାଦ୍ବାରା ନାନା ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୁଏ । ତେଣୁ ଏକ ଚାପମୁକ୍ତ ତଥା ସୁରକ୍ଷିତ ଜୀବନ ଜିଇଁବା ପାଇଁ ଆର୍ଥିକ ଯୋଜନା ଜରୁରୀ । ଯଦି ଆପଣ ଉପଯୁକ୍ତ ଆର୍ଥିକ ରୋଡମ୍ୟାପ୍ ସହ ଆଗକୁ ବଢୁଛନ୍ତି ତାହାହେଲେ ନିଜ ଲକ୍ଷ୍ୟ ସାଧାନ ସହଜ ହୋଇଯାଏ । ଅଧିକ ପଢନ୍ତୁ

author img

By

Published : Apr 15, 2022, 1:28 PM IST

ଉଜ୍ଜଳ ଭବିଷ୍ୟତ ପାଇଁ ରୋଡମ୍ୟାପ୍ ଯୋଗାଏ ଆର୍ଥିକ ଯୋଜନା

ହାଇଦ୍ରାବାଦ: ସ୍ବାସ୍ଥ୍ୟ ହିଁ ସମ୍ପଦ । ଅର୍ଥାତ୍ ଯଦି ଆପଣଙ୍କ ନିକଟରେ ଉତ୍ତମ ସ୍ବାସ୍ଥ୍ୟ ରହିଛି, ତାହାହେଲେ ଜୀବନରେ ସବୁକିଛି ଅଛି । ସାମ୍ପ୍ରତିକ ସମୟରେ ନିଜ ଶରୀରକୁ ସୁସ୍ଥ ରଖିବାକୁ ହେଲେ ଆମକୁ ଅର୍ଥ ଆବଶ୍ୟକ । କେବଳ ଆର୍ଥକ ସୁସ୍ଥତା ଥିଲେ ଆପଣ ନିଜର ଲକ୍ଷ୍ୟ ସାଧାନ କରିପାରିବେ । ଶରୀରର ସୁସ୍ଥତା ବିଷୟରେ ଜାଣିବା ପାଇଁ ନିୟମିତ ଚେକଅପ୍(regular checkups) ଲାଗି ଯିବା ଭଳି, ଆର୍ଥିକ ଚାପକୁ ଏଡାଇବା ପାଇଁ ଆମକୁ ସମୟ ସମୟରେ ନିଜ ଯୋଜନା ମଧ୍ୟ ସମୀକ୍ଷା କରିବା ଆବଶ୍ୟକ ।

ଏକ ସର୍ଭେ ଅନୁଯାୟୀ, ଆର୍ଥିକ ଅସ୍ଥିରତା ମନୁଷ୍ୟକୁ ଭାରାକ୍ରାନ୍ତ କରାଏ । ଫଳରେ ନାନାବିଧ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୁଏ । ବିଶେଷକରି ମହମାରୀ କୋରୋନା ପରେ ଅର୍ଥନୈତିକ ଚାପ ବୃଦ୍ଧି ପାଇଛି । ଏହି ପରିପ୍ରେକ୍ଷୀରେ ଚାପ କମାଇବାକୁ ଉଚିତ୍ ଆର୍ଥିକ ଯୋଜନା ଆବଶ୍ୟକ । ପିଲାଙ୍କ ଶିକ୍ଷା, ସେମାନଙ୍କ ବିବାହ, ଅବସର ଯୋଜନା ଏବଂ ଯଦି କିଛି ଅଘଟଣ ଘଟେ, ତେବେ ପରିବାର ପାଇଁ ଆର୍ଥିକ ସହୟତା ପ୍ରଭୃତି ଅନେକ ଲକ୍ଷ୍ୟ ହାସଲ ପାଇଁ ଆବଶ୍ୟକୀୟ ସମ୍ବଳ ସଞ୍ଚୟ କରିବା ଦିଗରେ ଯୋଜନା କରନ୍ତୁ । ଏହାଦ୍ବାରା ଆପଣ ଚାପମୁକ୍ତ ରହିବେ । ଯଦି ଆମେ ଏକ ଉପଯୁକ୍ତ ଆର୍ଥିକ ରୋଡମ୍ୟାପ୍ ସହ ଆଗକୁ ବଢିବା ତେବେ ଏହି ଚାପ ହ୍ରାସ କରିବାରେ ସକ୍ଷମ ହୋଇପାରିବା । ଆର୍ଥିକ ଲକ୍ଷ୍ୟ ପୂରଣ ପାଇଁ ଆମକୁ ନିମ୍ନୋଲିଖିତ କିଛି ଟିପ୍ସ ଅନୁସରଣ କରିବାକୁ ପଡିବ।

ସଞ୍ଚୟ ଏବଂ ବ୍ୟୟ(Savings and expenses): ଆପଣ କେତେ ରୋଜଗାର କରୁଛନ୍ତି ସେଥିରେ ଫରକ୍ ପଡେ, କିନ୍ତୁ କେତେ ସଞ୍ଚୟ କରୁଛନ୍ତି ତାହା ଗୁରୁତ୍ବ ରଖେ । ଭବିଷ୍ୟତରେ ଆର୍ଥିକ ଚାପ ଏଡାଇବାକୁ ସବୁବେଳେ ନିଜ ରୋଜଗାରର ୩୦% ସଞ୍ଚୟ କରନ୍ତୁ । ଯଦି ଏହାଠୁ ଅଧିକ ସଞ୍ଚୟ କରିବାରେ ଆପଣ ସକ୍ଷମ, ତେବେ ବହୁତ ଭଲ । ବ୍ୟୟ ଏକ ଆମନ୍ତ୍ରିତ ହୋଇନଥିବା ଅତିଥି ସଦୃଶ । ତେଣୁ ଜରୁରୀ ଲକ୍ଷ୍ୟଗୁଡିକ ପାଇଁ ଅର୍ଥ ସଞ୍ଚୟ କରିବା ନିତାନ୍ତ ଜରୁରୀ । ଗୋଟିଏ ବର୍ଷ ମଧ୍ୟରେ ମୋଟ ଆୟର ୧୫% ସଂରକ୍ଷିତ ରଖିବା ଏବଂ ଅତିକମରେ ତିନି ମାସର ଖର୍ଚ୍ଚର କଭର କରିବା ପାଇଁ ଆବଶ୍ୟକୀୟ ପରିମାଣ ଅର୍ଥ ସଞ୍ଚୟ କରିବା ଉତ୍ତମ ଅଟେ । ଏହି ସଞ୍ଚୟ ଆପଣ ଫିକ୍ସଡ୍ ଡିପୋଜିଟ୍ ଅଥବା ଲିକ୍ୟୁଡି ଫଣ୍ଡ ଆକାରରେ ରଖିପାରିବେ । ଋଣ ଆପଣଙ୍କ ସମ୍ପତ୍ତି ମୂଲ୍ୟର 50% ରୁ ଅଧିକ ହେବା ଉଚିତ୍ ନୁହେଁ । ଥରେ ନିଜ ସମ୍ପତ୍ତି ଏବଂ ଖର୍ଚ୍ଚର ତାଲିକା ପ୍ରସ୍ତୁତ କରନ୍ତୁ । ଯଦି ଖର୍ଚ୍ଚ ସମ୍ପତ୍ତି ଅନୁପାତ ଅତିକ୍ରମ କରେ, ତାହାହେଲେ ଏହାକୁ କିପରି କମ୍ କରିବେ ସେ ଦିଗରେ ପଦକ୍ଷେପ ନେବାକୁ ପ୍ରସ୍ତୁତ ରୁହନ୍ତୁ ।

EMI ଏବଂ ଇନସ୍ୟୁରାନ୍ସ(EMIs and insurance): EMI ସର୍ବଦା ଆପଣଙ୍କ ମାସିକ ଆୟର ୪୦%ରୁ କମ୍ ହେବା ଉଚିତ୍ । ନଚେତ୍ ଆପଣ ଆର୍ଥିକ ଚାପର ବଶବର୍ତ୍ତୀ ହୋଇପାରନ୍ତି । ଏହି କ୍ଷେତ୍ରରେ କ୍ରେଡିଟ୍ କାର୍ଡ ପେମେଣ୍ଟ ମଧ୍ୟ ଅନ୍ତର୍ଭୁକ୍ତ । ଧ୍ୟାନ ରଖିବେ, ଜୀବନ ବୀମା ଆପଣଙ୍କ ବାର୍ଷିକ ଆୟର ୧୦-୧୫ ଗୁଣା ହେବା ଆବଶ୍ୟକ । ସେହିପରି ଏକ ଆଖିଦୃଶିଆ ପରିମାଣର ଅର୍ଥ ଋଣ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ସାଇତି ରଖବା ଜରୁରୀ । ପୁରା ପରିବାର ପାଇଁ ଅତିକମରେ ୧୦ ଲକ୍ଷରୁ ଅଧିକ ସ୍ବାସ୍ଥ୍ୟ ବୀମା(health insurance) ନେବାକୁ ମଧ୍ୟ ଭୁଲନ୍ତୁ ନାହିଁ ।

ପିଲାଙ୍କ ଶିକ୍ଷା(Children's education): ବର୍ତ୍ତମାନ ସମୟରେ ପିଲାଙ୍କ ଉଚ୍ଚ ଶିକ୍ଷା କେତେ ବ୍ୟୟବହୁଳ ତାହା ସମସ୍ତଙ୍କୁ ଭଲ ଭାବେ ଜଣା । ଶିକ୍ଷାର ବ୍ୟୟ ବୃଦ୍ଧିକୁ ଦୃଷ୍ଟିରେ ରଖି ନିବେଶ ଯୋଜନା କରାଯିବା ଉଚିତ୍ । ଆପଣଙ୍କ ପ୍ରଚଳିତ ବିନିଯୋଗ ସହ ଭବିଷ୍ୟତ ପାଇଁ ଆବଶ୍ୟକ ରାଶି ଏବଂ ଦେୟ ଅବଧି ଉପରେ ଆଧାର କରି ନିବେଶ ଯୋଜନାଗୁଡିକୁ ଚୟନ କରିବା ଆବଶ୍ୟକ । କେବଳ ଆର୍ଥିକ ଯୋଜନା ସହିତ ଆର୍ଥିକ ଚାପ ଦୂର କରିବା କଷ୍ଟକର । ହେଲେ ଆର୍ଥିକ ଯୋଜନା କିଛି ପରିମାଣର ଚାପ ଏଡାଇବା ଦିଗରେ ରୋଡମ୍ୟାପ୍ ପ୍ରସ୍ତୁତ କରିପାରିବ । ଯାହା ଆମ ଭିତରେ ଅଧିକ ଆତ୍ମବିଶ୍ବାସ ସୃଷ୍ଟି କରିବ ବୋଲି Tradesmart ସିଇଓ ବିକାଶ ସିଂହାନିଆ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.