ETV Bharat / business

ଅଧିକ ସୁଧ ଆଶାରେ FDରେ ନିବେଶ କରୁଛନ୍ତି କି ? ଧ୍ୟାନ ଦିଅନ୍ତୁ - ଇନାଡୁ ବ୍ୟବସାୟ ଖବର

RBI ରେପୋ ରେଟ୍ ବୃଦ୍ଧି କରୁଥିବାରୁ ବାଣିଜ୍ୟିକ ବ୍ୟାଙ୍କଗୁଡିକ ଲୋକଙ୍କ ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ ଫିକ୍ସ ଡିପୋଜିଟ(FD) ଉପରେ ସୁଧହାର ବଢାଉଛନ୍ତି । ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସୁଧହାରରେ ସାମାନ୍ୟ ବୃଦ୍ଧି କରୁଥିବା ବେଳେ ଛୋଟ ବ୍ୟାଙ୍କଗୁଡିକ ଅଧିକ ସୁଧ ପ୍ରଦାନ କରୁଛନ୍ତି । ହେଲେ ଏଥିରେ ରିସ୍କ ବା ବିପଦ ରହିଛି । ତେଣୁ ଏଫଡିରେ ନିବେଶ ପାଇଁ ଆଗ୍ରହୀ ଥିଲେ ଏହିପରି କିଛି ବିଷୟ ପ୍ରତି ଧ୍ୟାନ ଦେବା ଜରୁରୀ । ଅଧିକ ପଢନ୍ତୁ

ଅଧିକ ସୁଧ ଆଶାରେ FDରେ ନିବେଶ କରୁଛନ୍ତି କି ? ଧ୍ୟାନ ଦିଅନ୍ତୁ

author img

By

Published : Dec 4, 2022, 2:14 PM IST

ହାଇଦ୍ରାବାଦ: ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ରିଜର୍ଭ ବ୍ୟାଙ୍କ(RBI) ରେପୋ ରେଟ୍ ବୃଦ୍ଧି କରିଛି । ଯାହାଫଳରେ ବାଣିଜ୍ୟିକ ବ୍ୟାଙ୍କଗୁଡିକ ଫିକ୍ସ ଡିପୋଜିଟ ସୁଧହାର ବଢାଇଛନ୍ତି । ଏହାସହିତ ବ୍ୟାଙ୍କ ଋଣ ମହଙ୍ଗା ହୋଇଯାଇଛି ଓ ବଜାରରେ ନଗଦ ଅଭାବ ଦେଖାଦେଇଛି । ତେବେ ଆଗାମୀ ଦିନରେ ମଧ୍ୟ ଏଫଡି(fixed deposits) ଉପରେ ସୁଧହାର ବୃଦ୍ଧି ପାଇବାକୁ ଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ସମୟରେ ଅନେକ ବ୍ୟାଙ୍କ ଏଫଡିରେ ୭ ପ୍ରତିଶତ ସୁଧ ପ୍ରଦାନ କରୁଛନ୍ତି । କେତେକ ବ୍ୟାଙ୍କ ୮ ପ୍ରତିଶତ ମଧ୍ୟ ଦେଉଛନ୍ତି । ତେଣୁ ଏପରି ସ୍ଥିତିରେ ଏଫଡିକୁ ନିବେଶ ବିକଳ୍ପ ଭାବେ ଚୟନ କରୁଥିବା ବ୍ୟକ୍ତି କଣ କରିବା ଉଚିତ୍ ? ତାହା ଜାଣନ୍ତୁ ।

ଅଧିକ ରିଟର୍ଣ୍ଣ ଅର୍ଥ ଅଧିକ ରିସ୍କ ବା ବିପଦ । ଏଫଡି ଚୟନ କରିବା ସମୟରେ ମଧ୍ୟ ଏହା ହିଁ ହୋଇଥାଏ । ଗ୍ୟାରେଣ୍ଟେଡ ରିଟର୍ଣ୍ଣ ଚାହୁଥିବା ବ୍ୟକ୍ତି ଏହାକୁ ଅଧିକ ପସନ୍ଦ କରିଛନ୍ତି । ଅଧିକ ସୁଧହାର ସହିତ ବିପଦ ମଧ୍ୟ ଅଧିକ ରହିଥାଏ । କିଛି ବ୍ୟାଙ୍କକୁ ବହୁତ ସୁରକ୍ଷିତ ମନେକରାଯାଏ । ହେଲେ ଏଥିରେ ସୁଧ କମ୍ ମିଳିଥାଏ । ବିଶେଷକରି ରାଷ୍ଟ୍ରାୟତ୍ତ ଓ ବୃହତ୍ ଘରୋଇ ବ୍ୟାଙ୍କରେ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ ।

ଛୋଟ ଛୋଟ ବ୍ୟାଙ୍କଗୁଡିକ ଅଧିକ ସୁଧ ଅଫର କରି ନଗଦ ସଂଗ୍ରହ କରିବାକୁ ଆଶା ରଖୁଛନ୍ତି । ତେଣୁ ଏଠାରେ ରିସ୍କ ଅଧିକ ରହିବା ସ୍ବାଭାବିକ । ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ମାନ୍ୟତା ପ୍ରାପ୍ତ ସବୁ ବାଣିଜ୍ୟିକ ବ୍ୟାଙ୍କଗୁଡିକରେ ୫ ଲକ୍ଷ ଟଙ୍କା ଯାଏଁ ଜମା ବା ଡିପୋଜିଟ ଉପରେ ବୀମା ଲାଗୁ ହୋଇଥାଏ । ଏହି ସୀମା ପର୍ଯ୍ୟନ୍ତ ସମସ୍ତ ବାଣିଜ୍ୟିକ ବ୍ୟାଙ୍କରେ ଜମା ସୁରକ୍ଷିତ ଅଟେ ।

ଏହାମଧ୍ୟ ପଢନ୍ତୁ: Health insurance: ଭାବିଚିନ୍ତି ଚୟନ କରନ୍ତୁ ସ୍ବାସ୍ଥ୍ୟ ବୀମା

ବିଗତ କିଛି ଦିନ ମଧ୍ୟରେ ସ୍ମଲ ଫାଇନାନ୍ସ ବ୍ୟାଙ୍କଗୁଡିକ (SFBs) ଛତୁ ଫୁଟିବା ପରି ଚାରିଆଡେ ଦେଖାଯାଉଛନ୍ତି । ଏହି ବ୍ୟାଙ୍କ ଏଫଡି ଉପରେ ୭.୨୫ ପ୍ରତିଶତରୁ ଅଧିକ ସୁଧ ଅଫର କରୁଛନ୍ତି । ସୂର୍ଯ୍ୟୋଦୟ ନାମକ କ୍ଷୁଦ୍ର ବ୍ୟାଙ୍କ ୯୯୯ ଦିନର ଅବଧି ପାଇଁ ୮.୧ ପ୍ରତିଶତ ସୁଧ ଦେଉଛି । ଉଜ୍ଜୀବନ ବ୍ୟାଙ୍କ ୫୬୦ ଦିନର ଅବଧି ପାଇଁ ଡିପୋଜିଟ ଉପରେ ୮ ପ୍ରତିଶତ ଓ ବରିଷ୍ଠ ନାଗରକିଙ୍କୁ ୮.୭୫ ପ୍ରତିଶତ ସୁଧ ଅଫର କରୁଛି । ବର୍ତ୍ତମାନ ସମୟରେ ଏହାକୁ ସର୍ବାଧିକ ସୁଧ କୁହାଯାଇ ପାରିବ ।

ଯେତେବେଳ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏଫଡି ଉପରେ ସୁଧ ବୃଦ୍ଧି କରନ୍ତି ସେତେବେଳେ ଏହି ବ୍ୟାଙ୍କଗୁଡିକ ଧୀରେ ଧୀରେ ସୁଧ ହ୍ରାସ କରିଥାନ୍ତି । ନିକଟରେ ସରକାରୀ ବ୍ୟାଙ୍କଗୁଡିକ ବିଭିନ୍ନ ଅବଧି ପାଇଁ ୭ ପ୍ରତିଶତ ଯାଏଁ ସୁଧହାର ବଢାଇଛନ୍ତି । ୫୯୯ରୁ ୭୭୭ ଦିନର ଅବଧି ପାଇଁ ସ୍ବତନ୍ତ୍ର ସୁଧହାର ଅଫର କରୁଛନ୍ତି । ଏହାସହିତ ୬୦ରୁ ଊର୍ଦ୍ଧ୍ବ ବୟସ୍କ ବରିଷ୍ଠ ନାଗରିକଙ୍କୁ ୫୦ ବେସିସ୍ ପଏଣ୍ଟର ପ୍ରିମିୟମ ଦେଉଛନ୍ତି । ଆଉ କିଛି ବ୍ୟାଙ୍କ ଦୁଇ ବର୍ଷରୁ ଅଧିକ ଡିପୋଜିଟ ଉପରେ ୬.୨୫ ପ୍ରତିଶତ ସୁଧ ପ୍ରଦାନ କରୁଛନ୍ତି ।

ନିର୍ଦ୍ଧିଷ୍ଟ ଅବଧି ପାଇଁ ୧୨ରୁ ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ୬ ପ୍ରତିଶତରୁ ଅଧିକ ସୁଧ ଅଫର କରୁଛନ୍ତି । ଚଳିତ ବର୍ଷ ବ୍ୟାଙ୍କ ଡିପୋଜିଟ ସୁଧହାର ବୃଦ୍ଧିକୁ ଦୃଷ୍ଟିରେ ରଖି ସୁଧ ବଢାଇପାରନ୍ତି ବୋଲି ଆଶା କରାଯାଉଛି । ପୋଷ୍ଟ ଅଫିସର ୫ ବର୍ଷର ଡିପୋଜିଟ ଉପରେ ୬.୭୦ ପ୍ରତିଶତ ସୁଧ ମିଳେ । ଯଦିଓ ବ୍ୟାଙ୍କ ସୁଧ ବଢୁଛି ହେଲେ ଡାକଘର ସୁଧହାର ସ୍ଥିର ରହିଛି ।

ଅଣବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା ଓ ହୋମ ଲୋନ ପ୍ରଦାନକାରୀ ସଂସ୍ଥାଗୁଡିକ କର୍ପୋରେଟ ଏଫଡି ମାଧ୍ୟମରେ ଟଙ୍କା ସଂଗ୍ରହ କରୁଛନ୍ତି । ଏଥିପାଇଁ ବୀମା ଲାଗୁ ହୁଏ ନାହିଁ । କର୍ପୋରେଟ ସାଧାରଣତଃ ବ୍ୟାଙ୍କ ତୁଳନାରେ ଅଧିକ ସୁଧ ଦେଇଥାଏ । ହେଲେ କ୍ରେଡିଟ ରେଟିଂ ଆଧାରରେ ଏଥିରେ ନିବେଶ କରିବା ଆପଣଙ୍କ ଉପରେ ନିର୍ଭର କରେ । AAA ରେଟିଂରେ ନିବେଶକ ୭.୫୦ ପ୍ରତିଶତ ଯାଏଁ ସୁଧ ପାଇଥାନ୍ତି । AA ରେଟିଂରେ ଏହାଠୁ ସାମାନ୍ୟ ଅଧିକ ୮ ପ୍ରତିଶତ ମିଳିଥାଏ ।

ବର୍ତ୍ତମାନ ଏଫଡି ଉପରେ ସୁଧବାର ବୃଦ୍ଧି ପାଉଛି । ତେଣୁ ଆଉ କିଛି ସମୟ ଅପେକ୍ଷା କରିବା ଉଚିତ୍ କି ନୁହେଁ ସେନେଇ ଲୋକେ ଦ୍ବନ୍ଦରେ ପଡୁଛନ୍ତି । ଏଥିପାଇଁ ଆପଣ ନିଜ ଅର୍ଥକୁ ଭାଗ ଭାଗ କରି ପର୍ଯ୍ୟାୟକ୍ରମେ ଏଫଡିରେ ନିବେଶ କରିବା ଭଲ । ୭.୫୦ରୁ ୮ ପ୍ରତିଶତର ସୁଧକୁ ଭଲ ରିଟର୍ଣ୍ଣ ଭାବେ ଧରାଯାଏ । ଯଦି ଆପଣ ମଧ୍ୟ ଏଥିରେ ସନ୍ତୁଷ୍ଟ ଦେବେ କିଛି ରାଶି ଡିପୋଜିଟ କରିପାରିବେ । ଅତିରିକ୍ତ ରାଶିକୁ ଏଫଡି ସୁଧହାର ବଢିଲେ ନିବେଶ କରିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.