ETV Bharat / business

ଅନିଶ୍ଚିତତା ଭିତରେ ଟ୍ବିଟର କର୍ମଚାରୀଙ୍କ ଭବିଷ୍ୟତ, CEOଙ୍କୁ ଉତ୍ତର ମାଗିଲେ କର୍ମଚାରୀ

author img

By

Published : May 1, 2022, 6:14 PM IST

ନିକଟରେ ଏଲନ ମସ୍କ ଟ୍ବିଟର କିଣିଛନ୍ତି । ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରର ନୂଆ ମାଲିକ ହୋଇଛନ୍ତି ଟେସଲା ସିଇଓ । ୪୪ ବିଲିୟନ ଡଲାରରେ ଟ୍ବିଟରକୁ କିଣିଛନ୍ତି ଏଲନ ମସ୍କ । ଏହା ପରେ ଟ୍ବିଟର ସିଇଓ ପରାଗ ଅଗ୍ରୱାଲଙ୍କୁ ହଟାଇବା ନେଇ ଚର୍ଚ୍ଚା ହେଉଥିଲା । ଆଉ ଏବେ ଟ୍ବିଟରେ ଥିବା କର୍ମଚାରୀଙ୍କ ଭବିଷ୍ୟତ ଅନିଶ୍ଚିତିତତା ଭିତରେ ରହିଛି । ଅଧିକ ପଢନ୍ତୁ

CEOଙ୍କୁ ଉତ୍ତର ମାଗିଲେ କର୍ମଚାରୀ
CEOଙ୍କୁ ଉତ୍ତର ମାଗିଲେ କର୍ମଚାରୀ

ସାନ ଫ୍ରାନ୍ସସିକୋ: ନିକଟରେ ଏଲନ ମସ୍କ ଟ୍ବିଟର କିଣିଛନ୍ତି । ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରର ନୂଆ ମାଲିକ ହୋଇଛନ୍ତି ଟେସଲା ସିଇଓ । ୪୪ ବିଲିୟନ ଡଲାରରେ ଟ୍ବିଟରକୁ କିଣିଛନ୍ତି ଏଲନ ମସ୍କ । ଏହା ପରେ ଟ୍ବିଟର ସିଇଓ ପରାଗ ଅଗ୍ରୱାଲଙ୍କୁ ହଟାଇବା ନେଇ ଚର୍ଚ୍ଚା ହେଉଥିଲା । ଆଉ ଏବେ ଟ୍ବିଟରରେ ଥିବା କର୍ମଚାରୀଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରେ ରହିଛି । ଭବିଷ୍ୟତକୁ ନେଇ ଏକପ୍ରକାର ଚିନ୍ତାରେ ଟ୍ବିଟର କର୍ମଚାରୀ । ବଡ ଧରଣର ଛଟେଇ ନେଇ ଆଶଙ୍କାରେ ରହିଛନ୍ତି କର୍ମଚାରୀ । ଏ ନେଇ ଶୁକ୍ରବାର ବସିଥିବା ଏକ ବୈଠକରେ ଟ୍ବିଟର କର୍ମଚାରୀ ସିଇଓ ପରାଗ ଅଗ୍ରୱାଲଙ୍କୁ ପ୍ରଶ୍ନ ପଚାରିଛନ୍ତି । ଆଗକୁ କମ୍ପାନୀ କି କି ଯୋଜନାମାନ କରୁଛି ତାର ଉତ୍ତର ରଖିବାକୁ ଦାବି କରିଛନ୍ତି ଟ୍ବିଟର କର୍ମଚାରୀ ।

ଜଣେ ଟ୍ବିଟର କର୍ମଚାରୀ ଅଗ୍ରୱାଲଙ୍କୁ କହିଛନ୍ତି, ସେୟାରହୋଲ୍ଡର ମୂଲ୍ୟ ବିଷୟରେ ଶୁଣି ଥକି ଯାଇଛନ୍ତି । ଚୁକ୍ତି ବନ୍ଦ ହେବା ପରେ ଅନେକ କର୍ମଚାରୀଙ୍କ ଚାକିରି ନ ପାଇବାର ସମ୍ଭାବନା ବିଷୟରେ ତୁମର ମନ୍ତବ୍ୟ କଣ ବୋଲି ପଚାରିଥିଲେ । ଅଗ୍ରୱାଲ ଉତ୍ତର ଦେଇ କହିଛନ୍ତି ଯେ ସେ ଆଗକୁ ଥିବା ଟ୍ବିଟର ସଂଗଠନ ଉପରେ ବିଶ୍ବାସ ରଖିଛନ୍ତି । ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ବିଷୟରେ ଆଗକୁ ଟ୍ବିଟର ସଂଗଠନ ଚିନ୍ତା କରିବ ବୋଲି କହିଛନ୍ତି ପରାଗ ।

ସେପଟେ ଟ୍ବିଟରର ନୂଆ ମାଲିକ ଟେସଲା ମାଲିକ ଏଲନ ମସ୍କ ହେବା ପରେ ସିଇଓ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ହେଉଛି । ପରବର୍ତ୍ତୀ ସିଇଓ ତାଲିକାରେ ଟ୍ବିଟର ସହ-ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସିଙ୍କ ନାମ ରହିଥିବା ଜଣାପଡିଛି ।

ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ତଥା ଟେସଲା ସିଇଓ ମସ୍କ ୪୪ ବିଲିୟନ ଡଲାରରେ ଟ୍ବିଟରକୁ କିଣିଛନ୍ତି । କମ୍ପାନୀ ଅଧିଗ୍ରହଣ ପାଇଁ ସେ ଯେଉଁ ପ୍ରସ୍ତାବ ଦେଇଥିଲେ, ତାହାକୁ ଟ୍ବିଟର କର୍ତ୍ତୃପକ୍ଷ ଗ୍ରହଣ କରିଥିଲେ । ଟ୍ବିଟର ସେୟାରହୋଲ୍ଡର ଗୋଟିଏ ସେୟାର ପିଛା ୫୪.୦୨ ଡଲାର ପାଇବେ । ଟ୍ବିଟର କଣିବା ପରେ କୋକାକୋଲା କିଣିବା ପାଇଁ ମସ୍କଙ୍କ ଏକ ଟ୍ବିଟ ଟୁଇଷ୍ଟ ଆଣିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.